ETV Bharat / state

ବିରୋଧୀଙ୍କ କ୍ୟାପଟେନ କିଏ ? ଦିଲ୍ଲୀ ଦୌଲତାବାଦ ନଦୌଡି ଲୋକଙ୍କ ପାଖକୁ ଯାଆନ୍ତୁ ବିରୋଧୀ: ଅତନୁ

author img

By

Published : Jun 28, 2023, 7:42 PM IST

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ବିରୋଧୀ ଦିଲ୍ଲୀ ଦୌଲତାବାଦ ନ ଦୌଡି ଲୋକଙ୍କ ପାଖକୁ ଯାଆନ୍ତୁ । ଆମର ସରକାରର ମୁଖ୍ୟ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରମ୍ବାର ଲୋକ ତାଙ୍କୁ ଜିତାଇବା ସହ ମ୍ୟାଣ୍ଡେଟ ଦେଇ ଆସୁଛନ୍ତି । ଆମେ ଲୋକଙ୍କ ସେବା କରିବୁ ଲୋକଙ୍କ ପାଖକୁ ଯିବୁ । ଅଧିକ ପଢନ୍ତୁ

ଦିଲ୍ଲୀ ଦୌଲତାବାଦ ନଦୌଡି ଲୋକଙ୍କ ପାଖକୁ ଯାଆନ୍ତୁ ବିରୋଧୀ: ଅତନୁ

ଭୁବନେଶ୍ବର: ୫ଟି ସଚିବଙ୍କ ଜିଲ୍ଲା ଗସ୍ତ ନେଇ ବିବାଦ ଜାରି ରହିଛି । ଏନେଇ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଓଡିଶା ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ ହୋଇଛି । ଘଟଣାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଭିଯୋଗ ଆଧାରରେ ୫ଟି ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରର ନୋଟିସ ପରେ ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ବିରୋଧୀ ଦିଲ୍ଲୀ ଦୌଲତାବାଦ ନ ଦୌଡି ଲୋକଙ୍କ ପାଖକୁ ଯାଆନ୍ତୁ । ଆମର ସରକାରର ମୁଖ୍ୟ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରମ୍ବାର ଲୋକ ତାଙ୍କୁ ଜିତାଇବା ସହ ମ୍ୟାଣ୍ଡେଟ ଦେଇ ଆସୁଛନ୍ତି । ଆମେ ଲୋକଙ୍କ ସେବା କରିବୁ ଲୋକଙ୍କ ପାଖକୁ ଯିବୁ । କେବଳ ୫ଟି ସଚିବ ନୁହଁନ୍ତି ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ମନ୍ତ୍ରୀ ମାନେ ବି ଯାଉଛନ୍ତି । ଗ୍ରାଉଣ୍ଡକୁ ଯିବାକୁ ମନ୍ତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ମୁଁ ରାୟଗଡା ଓ ଗଜପତି ଯାଇଥିଲି । ସେଠାରେ ଏକ ଇନଡୋର ଷ୍ଟାଡିୟମକୁ ମୁଁ ଓ ମନ୍ତ୍ରୀ ଜଗନ୍ନାଥ ସାରକା ଉଦଘାଟନ କରିଥିଲୁ । ଏହା ଏକ ସମନ୍ବିତ ବ୍ୟବସ୍ଥା ।

ଆମେ ଲୋକଙ୍କ ପାଖକୁ ଯାଉଥିବା ବେଳେ ଆଉ କିଛି ଲୋକ ଭୁବନେଶ୍ବରରେ ବସିକି ଦିଲ୍ଲୀ ଦୌଲତାବାଦ ଦୌଡୁଛନ୍ତି । ସେମାନେ ଯେଉଁ କଥା କହୁଛନ୍ତି ଲୋକେ ତାକୁ ଗ୍ରହଣ କରୁ ନାହାନ୍ତି । ବିଗତ ଦିନରେ ଗ୍ରହଣ କରୁନଥିଲେ କି ଆଗକୁ ଗ୍ରହଣ କରିବେ ନାହିଁ । ଆଗରୁ ଫଳକ ଲଗା ହେଉଥିଲା । କାମ ହେଉନଥିଲା । ଏବେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାମ ହେଉଛି । ସ୍କୁଲ, କଲେଜ, ହସ୍ପିଟାଲ ଓ ମନ୍ଦିର ରୂପାନ୍ତରିତ ହେଉଛି । ଲୋକ ବ୍ୟସ୍ତବିବ୍ରତ ହେଉନାହାନ୍ତି । ଲୋକ ଖୁସି ହେଉଛନ୍ତି । ହୁଳହୁଳି ପକାଉଛନ୍ତି । ସାଧାରଣ ଲୋକ ଖୁସି । ଯଦି ଭୁବନେଶ୍ବରରେ କାହାର ଫିଡ଼ ବ୍ୟାକ ଦରକାର ହେଉଛି, ଗାଁକୁ ଯାଇ କି ଲୋକଙ୍କୁ ପଚାରନ୍ତୁ । ୫ଟି ସଚିବ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଯିବା ଦ୍ବାରା ଲୋକେ ଖୁସି ଅଛନ୍ତି ।

ବିଜେପିର ସମସ୍ୟା ଟା ଅଲଗା । କାହା ନିର୍ଦ୍ଦେଶରେ କେଉଁଠି ଯିବେ ବାଟ ପାଉ ନାହାଁନ୍ତି । ତାଙ୍କ କ୍ୟାପଟେନ ସ୍ଥିର କରି ପାରୁ ନାହାଁନ୍ତି । ତାଙ୍କର କ୍ୟାପଟେନ କିଏ ? ଆମର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ କ୍ୟାପଟେନ୍ସିରେ ଦଳ ୨୩ ବର୍ଷ ହେଲା ଚାଲିଛି । ତାଙ୍କ ନିର୍ଦ୍ଦେଶରେ ଆମେ କାମ କରୁଛୁ । କେନ୍ଦ୍ରାପଡା ଜଣେ ନେତା ଯାଇଥିଲେ, ତାଙ୍କ ଦଳର ନେତା ନିଷ୍ପତ୍ତି ନେଲେ ସେ ଯାଇଛନ୍ତି ଆମେ ଯିବୁନି । ଆଉ ଜଣେ ଉଡା ଜାହାଜରେ ଗଲେ, ସ୍ଥାନୀୟ ନେତା କହିଲେ ଆମେ ଯିବୁନି । କିନ୍ତୁ ତାଙ୍କର କ୍ୟାପଟେନ କିଏ ଜଣା ପଡୁନି । ସେମାନେ ଆଗ ସ୍ଥିର କରନ୍ତୁ କିଏ ତାଙ୍କ କ୍ୟାପଟେନ । କାହା ଦାୟିତ୍ବରେ ଯିବେ । ଲୋକଙ୍କ ପାଖକୁ ଯାଆନ୍ତୁ ଭୁବନେଶ୍ବର କାହିଁକି ବସିଛନ୍ତି, ଦିଲ୍ଲୀ ଦୌଲତାବାଦ କାହିଁକି ଦୌଡୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.