ETV Bharat / state

ବିକାଶ ରାଜନୀତି, ଶିଶିର ସରସ ମେଳାର ଉଦଘାଟନୀ ଉତ୍ସବରେ ମୁହାଁମୁହିଁ ହେଲେ ସାଂସଦ-ମନ୍ତ୍ରୀ

author img

By

Published : Jan 15, 2023, 4:06 PM IST

ରାଜ୍ୟର ବିକାଶକୁ ନେଇ ମୁହାଁମୁହିଁ ହେଲେ ସାଂସଦ-ମନ୍ତ୍ରୀ । ଶିଶିର ସରସ ମେଳା ଦୁହେଁଦୁହିଁଙ୍କୁ ଟାର୍ଗେଟ କରିଛନ୍ତି । ଜାଣନ୍ତୁ କଣ କହିଛନ୍ତି

bjp targeted bjd
bjp targeted bjd
bjp targeted bjd

ଭୁବନେଶ୍ୱର: ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆରେ ଶନିବାର ଆରମ୍ଭ ହୋଇଯାଇଛି ଶିଶିର ସରସ ୨୦୨୩ । ଭିଡିଓ କନଫେରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ମେଳାକୁ ଉଦଘାଟନ କରିଥିଲେ । ପଞ୍ଚାୟତରାତି ଓ ପାନୀୟ ଜଳ ବିଭାଗ ଅଧୀନ ଓରମାଲ ଦ୍ୱାରା ଆୟୋଜିଚ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ, ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ମେୟର, ବିଧାୟକ ଯୋଗ ଦେଇଥିଲେ । ତେବେ ବିକାଶ କଥାକୁ ନେଇ ମୁହାଁମୁହିଁ ହୋଇଛନ୍ତି ସାଂସଦ ଏବଂ ମନ୍ତ୍ରୀ ।

ପ୍ରଥମେ ସାଂସଦ ଅପରାଜିତା ଷଡଙ୍ଗୀ ବିକାଶକୁ ନେଇ କହିଥିଲେ,"ବିକାଶର କୌଣସି ଦଳ ନଥାଏ । ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ନେଇ ବିକାଶ କରିବା ଦରକାର । ସମସ୍ତଙ୍କୁ ହାତ ମିଳାଇ କାମ କରିବାକୁ ପଡିବ । ୨୦୦୫ ମସିହାଠାରୁ ଏହି ଶିଶିର ମେଳା ଆୟୋଜିତ ହୋଇଆସୁଛି । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମିଳିତ ଭାବେ ଏହି ମେଳା କରିଛନ୍ତି । ତେଣୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା କଥା ଏବଂ କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା କଥା । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ମହିଳାମାନଙ୍କୁ ସଶକ୍ତିକରଣ କରାଇଥିବାରୁ ଧନ୍ୟବାଦ ଦେବି ।"

ଏହା ମଧ୍ୟ ପଢନ୍ତୁ: ରାଜଧାନୀରେ ଆରମ୍ଭ ହେଲା ଶିଶିର ସରସ ମେଳା, ୨୯ ଯାଏଁ ଚାଲିବ

ତେବେ ଏହି କଥାକୁ ନେଇ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସାଂସଦ ଅପରାଜିତାଙ୍କୁ ଟାର୍ଗେଟ କରି କହିଛନ୍ତି,"ବିକାଶର ଧାରାରେ ଦଳୀୟ ସଂକେତ ନଥାଏ । ଏଭଳି ସ୍ଥାନରେ ମନୋଭାବ ଉଚ୍ଚ ହେବା ଦରକାର । ବିଜୁ ବାବୁଙ୍କ ଭଳି ଉଚ୍ଚ ହେବା ଦରକାର । ସଂଘୀୟ ବ୍ୟବସ୍ଥାରେ ସବୁ ରାଜ୍ୟ ବିକାଶ ପାଇଁ କେନ୍ଦ୍ର ଚିନ୍ତା କରିବା ଦରକାର । ରାଜ୍ୟ ହସିଲେ ରାଜ୍ୟର ମହିଳା, ଯୁବ ଛାତ୍ରଙ୍କ ମୁହଁରେ ହସ ଫୁଟିବ । ରାଜ୍ୟରୁ ଯେଉଁଭଳି ଭାବେ ରାଜସ୍ବ ନେଉଛନ୍ତି ସେହିପରି କେନ୍ଦ୍ର ବଜେଟରେ ସବୁ ରାଜ୍ୟକୁ ସମଭାବନା ଓ ସମଦୃଷ୍ଟିକୁ ଲକ୍ଷ୍ୟରେ ରଖି ବଜେଟ କରନ୍ତୁ ।"

ଶିଶିର ସରସ ମେଳା ଶନିବାରଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୯ ତାରିଖ ଯାଏଁ ଚାଲିବ । ଚଳିତ ବର୍ଷ ରାଜ୍ୟ ବାହାରୁ ୧୧୫ଟି ଷ୍ଟଲ୍‌, ରାଜ୍ୟର ୧୯୦ଟି ଷ୍ଟଲ୍‌ ଲାଗିଥିବା ବେଳେ ଫୁଡ୍‌ ଷ୍ଟଲ୍‌ ୨୮ଟି ଷ୍ଟଲ୍‌ ରହିଛି । ଅନ୍ୟ ବିଭାଗର ୧୭ଟି ଷ୍ଟଲ୍‌ ରହିଛି । ସମୁଦାୟ ୩୫୦ଟି ଷ୍ଟଲ୍‌ ରହିଛି । ବଡ଼ି, ଆଚାରଠାରୁ ଆରମ୍ଭ କରି ଟେରାକୋଟ କାମର ସାମଗ୍ରୀ, ଫୁଲ, ଘର ସାଜସଜ୍ଜା ସାମଗ୍ରୀ ଭଳି ବହୁ ସାମଗ୍ରୀ ଷ୍ଟଲ୍‌ରେ ଉପଲବ୍ଧ ହେଉଛି । ପଞ୍ଚାୟତିରାଜ ବିଭାଗ ଓ ଓରମାସ ପକ୍ଷରୁ ଏହି ମେଳା ଆୟୋଜିତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.