ଖୋର୍ଦ୍ଧା: ଏସଟିଏଫ୍ ପଞ୍ଝାରେ ଖଣି ମାଫିଆ ବାଦଲ ବଡ଼ଜେନା । ଖୋର୍ଦ୍ଧାରୁ ଖଣି ମାଫିଆ ବାଦଲ ବଡ଼ଜେନାକୁ ଗିରଫ କରିଛି ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା । ବେଗୁନିଆ ଅଞ୍ଚଳରେ ବାଦଲ ବଡ଼ଜେନାର ଘର ବୋଲି ଜଣାପଡିଛି।
ବାଦଲ ଖୋର୍ଦ୍ଧା ଅଞ୍ଚଳରେ ବେଆଇନ ଭାବରେ ଖଣି ଓ ମୋରମ୍ ବାହାର କରି ଚୋରାରେ ବିକ୍ରି କରୁଥିଲା। ଏହାଛଡା ବାଦଲ ନାମରେ ଖୋର୍ଦ୍ଧାରେ ଏକାଧିକ ମାମଲା ରହିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ନାମରେ କ୍ରାଇମ୍ ବ୍ରାଞ୍ଚ ୭/୧୯ ମାମଲା ରୁଜୁ କରିଛି।
ବାଦଲ କୁ ମିଶାଇ ପାଖାପାଖି ୨୦ ରୁ ଊର୍ଦ୍ଧ ଖଣି ବେପାରୀଙ୍କୁ ଗିରଫ କରିସାରିଲାଣି ଏସଟିଏଫ୍ । ଆଗାମୀ ଦିନରେ ଛଢାଉ ଜୋରଦାର ହେବ ବୋଲି ମଧ୍ୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଏସଟିଏଫ୍ ହାତରେ ଖୋର୍ଦ୍ଧାର ପ୍ରଦୀପ ବେହେରା ଓରଫ କାଲୁ ଗିରଫ ହୋଇଥିବା ବେଳେ ଆଜି ବାଦଲ ବଡ଼ଜେନା ଗିରଫ ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ