ETV Bharat / state

ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ସହ ଦୁଇ ଆହତ - ଦୁର୍ଘଟଣା

ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ଟାଙ୍ଗି ଥାନା ଅନ୍ତର୍ଗତ କୋଚିଲା ଛକ ନିକଟରେ ଏକ ପ୍ରବାସୀ ବୋଝେଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ଡ୍ରାଇଭର ସହ ଦୁଇ ପ୍ରବାସୀ ଆହତ ହୋଇଥିବା ଜଣାପଡିଛି ।

_accident
ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ
author img

By

Published : Jun 28, 2020, 10:53 AM IST

Updated : Jun 28, 2020, 11:17 AM IST

ଖୋର୍ଦ୍ଧା: ପ୍ରବାସୀ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ । ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ଟାଙ୍ଗି ଥାନା ଅନ୍ତର୍ଗତ କୋଚିଲା ଛକ ନିକଟରେ ଏକ ପ୍ରବାସୀ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ଡ୍ରାଇଭର ସହ ଦୁଇ ପ୍ରବାସୀ ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଗତ ୨୬ ତାରିଖ ସନ୍ଧ୍ୟା ୫ଟା ସମୟରେ ବିହାରରୁ ତାମିଲନାଡୁର ଇସାନଗଞ୍ଜ ଜିଲ୍ଲାର ୩୦ ଜଣ ପ୍ରବାସୀଙ୍କୁ ନେଇ ବସଟି ଯାଉଥିଲା । ତେବେ ରବିବାର ସକାଳେ ବସଟି ଆସୁଥିବା ସମୟରେ ଜାତୀୟ ରାଜପଥ ଉପରେ ଠିଆ ହୋଇଥିବା ଏକ ଆଇରନ ବୋଝେଇ ଟ୍ରକକୁ ବସଟି ପଛପଟୁ ଧକ୍କା ଦେଇଥିଲା ।

ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ

ଏହି ଦୁର୍ଘଟଣାରେ ଡ୍ରାଇଭର ସହ ଦୁଇ ପ୍ରବାସୀ ଆହତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ଫାଣ୍ଡି ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସମସ୍ତ ପ୍ରବାସୀ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି ବୋଲି କୁହୁଡ଼ି ଫାଣ୍ଡି ଅଧିକାରୀ କହିଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jun 28, 2020, 11:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.