ETV Bharat / state

ପ୍ରଦୂଷଣ ବଢାଉଛି କ୍ଷୁଦ୍ର ଖତ କେନ୍ଦ୍ର, ଦିଲ୍ଲୀଠୁ ବି ଭୟଙ୍କର ଭୁବନେଶ୍ବର !

Micro Composting Centre In Bhubaneswar: ଭୁବନେଶ୍ବରର ଆବର୍ଜନା ପରିଚାଳନା ପାଇଁ ସରକାର ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ବା କ୍ଷୁଦ୍ର ଖତ କେନ୍ଦ୍ର ସବୁ ଖୋଲିଛନ୍ତି ତାହା ରାଜଧାନୀବାସୀଙ୍କୁ ସୁସ୍ଥ ବାୟୁ ନେବାରୁ ବାରଣ କରୁଛି । ସହରର ଖୋଲା ପଡିଆ ଏବଂ ପାର୍କ ନିକଟରେ ଏପରି କେନ୍ଦ୍ର ସ୍ଥାପନ ଏବଂ ଖତ ପ୍ରକ୍ରିୟାକରଣ ଯୋଗୁଁ ଏହା ବାୟୁ ମଣ୍ଡଳକୁ ବିଷାକ୍ତ ଗ୍ୟାସ ସବୁ ନିର୍ଗତ ହେଉଛି । ଅଧିକ ପଢ଼ନ୍ତୁ

ପ୍ରଦୂଷଣ ବଢାଉଛି କ୍ଷୁଦ୍ର ଖତ କେନ୍ଦ୍ର
ପ୍ରଦୂଷଣ ବଢାଉଛି କ୍ଷୁଦ୍ର ଖତ କେନ୍ଦ୍ର
author img

By ETV Bharat Odisha Team

Published : Jan 9, 2024, 10:15 PM IST

ପ୍ରଦୂଷଣ ବଢାଉଛି କ୍ଷୁଦ୍ର ଖତ କେନ୍ଦ୍ର

ଭୁବନେଶ୍ବର: ରାଜଧାନୀରେ ପ୍ରଦୂଷଣ ହ୍ରାସ କରିବା ତଥା ସହରୀ ଲୋକଙ୍କ ଭିତରେ ପରିମଳ ସଚେତନତାକୁ ପ୍ରସାର କରିବା ପାଇଁ ଆରମ୍ଭ କରାଯାଇଥିବା ଉଦ୍ୟମ ସହରବାସୀଙ୍କ ପାଇଁ ବୁମେରାଂ ହୋଇଛି । ପ୍ରଦୂଷଣ ଗ୍ୟାସ ଏବେ ଲୋକଙ୍କ ଜୀବନ ନେବା ଲାଗି ଚାରି କଡରେ ଘୁରି ବୁଲୁଛି । ଦେଶର ସବୁଠୁ ପ୍ରଦୂଷିତ ସହର ନୂଆଦିଲ୍ଲୀର ବାୟୁ ଠାରୁ ଟପିଗଲାଣି ଭୁବନେଶ୍ବରର ସକାଳର ବାୟୁ । ରାଜଧାନୀରେ ଏହି ପ୍ରଦୂଷଣ ବଢିବା ପଛରେ ସମସ୍ତ କାରଣ ମନୁଷ୍ୟକୃତ ରହିଛି ।

ତେବେ ଯେଉଁ ଭଳି ଭାବେ ଭୁବନେଶ୍ବରର ଆବର୍ଜନା ପରିଚାଳନା ପାଇଁ ସରକାର ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ବା କ୍ଷୁଦ୍ର ଖତ କେନ୍ଦ୍ର ସବୁ ଖୋଲିଛନ୍ତି ତାହା ରାଜଧାନୀବାସୀଙ୍କୁ ସୁସ୍ଥ ବାୟୁ ନେବାରୁ ବାରଣ କରୁଛି । ସହରର ଖୋଲା ପଡିଆ ଏବଂ ପାର୍କ ନିକଟରେ ଏପରି କେନ୍ଦ୍ର ସ୍ଥାପନ ଏବଂ ଖତ ପ୍ରକ୍ରିୟାକରଣ ଯୋଗୁଁ ଏହା ବାୟୁ ମଣ୍ଡଳକୁ ଅଙ୍ଗାରକାମ୍ଳ, ମିଥେନ, ନାଇଟ୍ରୋଜେନ ଅକ୍ସାଇଡ ଓ ସଲଫର ଭଳି ବିଷାକ୍ତ ଗ୍ୟାସ ସବୁ ନିର୍ଗତ କରୁଛି । ଏହି ସବୁ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ । ଏଥିସହ ଦୁର୍ଗନ୍ଧ ମଧ୍ୟ ସୃଷ୍ଟି କରିଥାଏ । ସାଧାରଣତଃ ଦୁର୍ଗନ୍ଧ ବାୟୁ ପ୍ରଦୂଷିତ ବାୟୁ ଭାବେ ଗଣାଯାଉଥିବାରୁ ଏହି କ୍ଷୁଦ୍ର କମ୍ପୋଷ୍ଟ କେନ୍ଦ୍ର ଗୁଡିକର ଆଖପାଖରେ ବିତରଣ କରୁଥିବା ଲୋକେ ତାହା ସିଧାସଳଖ ଅନୁଭବ କରନ୍ତି । ସେଥିପାଇଁ ଭୁବନେଶ୍ବରରେ ତିଆରି ଅନେକ କ୍ଷୁତ୍ର ଖତ କେନ୍ଦ୍ର ଏବେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଅଚଳ ହୋଇପଡିଛି ।

ଏବେ ରାଜଧାନୀର 67ଟି ୱାର୍ଡ ଭିତରୁ 43 ଟି ୱାର୍ଡରେ କ୍ଷୁଦ୍ର ଖତ ପ୍ରକ୍ରିୟାକରଣ କେନ୍ଦ୍ର ଖୋଲାଯାଇଛି । ଏହି ଖତ ପ୍ରକ୍ରିୟାକରଣ କେନ୍ଦ୍ର ଗୁଡ଼ିକ ଦୈନିକ 4 ରୁ 5 ମେଟ୍ରିକ ଟନ ଅଳିଆ ପ୍ରକ୍ରିୟାକରଣ କରିବା ଲାଗି କ୍ଷମତା ରଖିଥାନ୍ତି । କିନ୍ତୁ ଗୋଟିଏ ଗୋଟିଏ କେନ୍ଦ୍ର ପାଖକୁ ଦୈନିକ ପ୍ରାୟ 12 ମେଟ୍ରିକ ଟନ ଅଳିଆ ଆସୁଥିବାରୁ ଏହି ଅଳିଆକୁ ପ୍ରକ୍ରିୟାକରଣ କରିବା ଲାଗି ସେମାନଙ୍କ ପାଖରେ କ୍ଷମତା ରହୁନାହିଁ । ଗୋଟିଏ ପଟେ ଅଳିଆ ଜମି ରହିବା ଏବଂ ଖତ ପ୍ରସ୍ତୁତିରେ ଆବଶ୍ୟକ କଟକଣା ବ୍ୟବସ୍ଥା ଗ୍ରହଣ କରାନଯିବା ହେତୁ ଭୁବନେଶ୍ବରକୁ ପ୍ରଦୂଷିତ କରିବାରେ ଏଗୁଡିକର ଭୂମିକା ଯଥେଷ୍ଟ ରହୁଛି ।

ଏହା ମଧ୍ୟ ପଢ଼ନ୍ତୁ......ଗାଡକଣ ଡମ୍ପିଙ୍ଗ ୟାର୍ଡ ଯାଇ ସ୍ଥିତି ଦେଖିଲେ ବିଜେପି ସଭାପତି ମନମୋହନ ସାମଲ

ତେେବ ଗୋଟିଏ ଘନମିଟର ବାୟୁରେ 2.5 ମାଇକ୍ରୋଗ୍ରାମ ଧୂଳି କଣାର ଉପସ୍ଥିତିକୁ ହିସାବକୁ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଥାଏ । ନୂଆଦିଲ୍ଲୀରେ ଏବେ ପ୍ରତି ଘନମିଟର ବାୟୁରେ 37 ମାଇକ୍ରୋଗ୍ରାମ ସୁକ୍ଷ୍ମ ଧୀଳିକଣା ଏବେ ରହୁଥିବା ବେଳେ ଭୁବନେଶ୍ବରରେ ଏହା କିନ୍ତୁ 64 ମାଇକ୍ରୋଗ୍ରାମ । ଅର୍ଥାତ ଏହା ଦେଢଗୁଣାରୁ ଅଧିକ କ୍ଷତିକାରକ । ବିଶ୍ବସ୍ବାସ୍ଥ୍ୟ ସଂଗଠନ ନିୟମାବଳୀ ଅନୁସାରେ 24 ଘଣ୍ଟାରେ ବାୟୁରେ 5 ମାଇକ୍ରୋଗ୍ରାମ ଦ୍ରବିଭୂତ ଧୂଳିକଣା ରହିଲେ ତାହା ସ୍ବାସ୍ଥ୍ୟ କର ବାୟୁ ଭାବେ ଗଣାଯାଏ । ହେଲେ ତାହା ଏବେ 13 ଗୁଣା ଅଧିକ ରହୁଛି । ପୁଣି 24 ଘଣ୍ଟିଆ ହିସାବ ଦେଖିଲେ ଭୁବନେଶ୍ବରରେ 2.5 ଦ୍ରବୀଭୂତ ଧୂଳିକଣା 20.1ରୁ ଅଧିକ ରହିଛି । ଏଥିରୁ ସହଜରେ ଅନୁମାନ କରାଯାଇପାରେ ଭୁବନେଶ୍ବର କିପରି ଭାବେ ପ୍ରଦୂଷିତ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.