ETV Bharat / state

ବିଜେଡି ନୁହେଁ କଂଗ୍ରେସ ସରକାର ଆସିଲେ ଓଡିଶାରେ ଗଡିବ ମେଟ୍ରୋ - ଦିଲ୍ଲୀ ମେଟ୍ରୋ ରେଳ ନିଗମ

ଡିପିଆର ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ 26 କିମି ପର୍ଯ୍ୟନ୍ତ ଚାଲିବ । ଏଥିରେ 20ଟି ଷ୍ଟେସନ ରହିବ । ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆରମ୍ଭ ହାେଇ ତ୍ରିଶୂଳିଆ ଯାଏ ନିର୍ମାଣ ହେବ । ଅଧିକ ପଢନ୍ତୁ

ବିଜେଡି ନୁହେଁ କଂଗ୍ରେସ ସରକାର ଆସିଲେ ଓଡିଶାରେ ଗଡିବ ମେଟ୍ରୋ

author img

By

Published : Aug 17, 2023, 11:03 PM IST

ବିଜେଡି ନୁହେଁ କଂଗ୍ରେସ ସରକାର ଆସିଲେ ଓଡିଶାରେ ଗଡିବ ମେଟ୍ରୋ

ଭୁବନେଶ୍ବର: ରାଜଧାନୀରେ ଦୌଡିବ ମେଟ୍ରୋ ଟ୍ରେନ । ପୂରଣ ହେବ ଦୌତନଗର ବାସୀଙ୍କ ସ୍ବପ୍ନ । ଆସିଲା ମେଟ୍ରୋ ଟ୍ରେନ ପାଇଁ ପ୍ରସ୍ତୁତ ହୋଇଥିବା ଡ଼ିପିଆର । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ କଟକ ତ୍ରିସୁଳିଆ ପର୍ଯ୍ୟନ୍ତ ଗଡିବ ମେଟ୍ରୋ । 26 କିଲୋମିଟର ପଥରେ ରହିବ 20 ଷ୍ଟେସନ । ପ୍ରକଳ୍ପ ବାବଦରେ ଖର୍ଚ୍ଚ ହେବ 6 ହଜାର କୋଟି ଟଙ୍କା । ବିରୋଧୀ କହିଛନ୍ତି ମେଟ୍ରୋ ହେଉଛି ନିର୍ବାଚନୀ ସ୍ଲୋଗାନ । ସେପଟେ ଜବାବ ରଖିଛି ଶାସକ ଦଳ ।

ଖୁବଶୀଘ୍ର ଭୁବନେଶ୍ବରରେ ଗଡିବ ମେଟ୍ରୋ ଟ୍ରେନ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ପ୍ରସ୍ତୁତ ଡିପିଆର ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ହସ୍ତାନ୍ତର କରାଯାଇଛି । ମେଟ୍ରୋ ରେଳ ନିଗମ ପକ୍ଷରୁ ଭୁବନେଶ୍ବରରେ ଟ୍ରାଫିକ ସର୍ଭେ, ଜିଓ ଟେକନିକାଲ ଇନଭେଷ୍ଟିଗେସନ, ଟୋପୋଗ୍ରାଫିକ ସର୍ଭେ, ପରିବେଶ ଓ ସାମାଜିକ ପ୍ରଭାବ ଆକଳନ ପରେ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରାଯାଇଛି । ଡିପିଆର ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ 26 କିମି ପର୍ଯ୍ୟନ୍ତ ଚାଲିବ । ଏଥିରେ 20ଟି ଷ୍ଟେସନ ରହିବ । ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆରମ୍ଭ ହାେଇ ତ୍ରିଶୂଳିଆ ଯାଏ ନିର୍ମାଣ ହେବ । ତେବେ ମେଟ୍ରୋ ଟ୍ରେନ ନେଇ ଡ଼ିପିଆର ଆସିବା ପରେ ଏହାକୁ ନିର୍ବାଚନୀ ହାୱା ବୋଲି କହିଛନ୍ତି ବିରୋଧୀ । ଏହା ନିର୍ବାଚନୀ ସ୍ଲୋଗାନ ଏବଂ ସ୍ବପ୍ନ ବୋଲି କହିଛନ୍ତି ବିରୋଧୀ । ଆଉ ଏହାର ଜବାବ ରଖିଛି ଶାସକ ଦଳ ବିଜେଡି ।

ଏହାବି ପଢନ୍ତୁ- Bhubaneswar Metro Rail project: ପ୍ରଥମ ପର୍ଯ୍ୟାୟରେ ବିମାନବନ୍ଦରରୁ ତ୍ରିଶୂଳିଆ, 26 କିମିରେ ରହିବ ୨୦ଷ୍ଟେସନ

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଯେମିତି କେନ୍ଦ୍ର ସରକାରର ବୁଲେଟ ଟ୍ରେନ ସେମିତି ରାଜ୍ୟ ସରକାରଙ୍କ ମେଟ୍ରୋ ଟ୍ରେନ କଥା । ଏହା କେବଳ ନିର୍ବାଚନ ନିର୍ବାଚନୀ ହାୱା । କିନ୍ତୁ କଂଗ୍ରେସ ସରକାରରେ ଆସିଲେ 5 ବର୍ଷ ମଧ୍ୟରେ ମେଟ୍ରୋ ଟ୍ରେନ ଓଡିଶାରେ ଗଡିବ । ସବୁ ବ୍ଲକକୁ ଜଳସେଚନ କରିବେ ବୋଲି ବିଜେଡି ସରକାର କହିଥିଲେ । 24 ବର୍ଷରେ କରିପାରିଲେ ନାହିଁ । ଜାନକୀ ସରକାରରେ 150 ବ୍ଲକରେ ହୋଇଥିଲା । ଆଉ 150 ହୋଇପାରିନାହିଁ । କଂଗ୍ରେସ ସରକାର କରିଥିବା ଶିଳ୍ପ କାରଖାନା ବିଜେଡି ସରକାର ବନ୍ଦ କରିଚାଲିଛନ୍ତି । ତେଣୁ ବିଜେଡି ସରକାର ମେଟ୍ରୋ ଟ୍ରେନ କରିବା କଥାକୁ କେହି ବିଶ୍ଵାସ କରିବେ ନାହିଁ । 2014ରୁ ବିଧାନ ପରିଷଦ କଥା କହିଥିଲେ । ହେଲେ ଏବେ କିଛି ହୋଇନାହିଁ ।

ଜବାବ ରଖିଛନ୍ତି ଶାସକ ଦଳ ବିଧାୟକ ଅନନ୍ତ ନାରାୟଣ ଜେନା । ଅନନ୍ତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଭୁବନେଶ୍ୱରରେ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ହେଉଛି । ତେଣୁ ବିଶ୍ବସ୍ତରୀୟ ଯୋଗାଯୋଗ ବ୍ୟବସ୍ଥା ନିହାତି ଦରକାର । 5 ତାରକା ହୋଟେଲ ଆବଶ୍ୟକତା ଥିଲା, ତାହା ହୋଇଛି । ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କରନ୍ତି । ଯେବେଠାରୁ ସେ ଶାସନ ଭାର ନେଇଛନ୍ତି, ରାଜ୍ୟର ବିକାଶ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.