ETV Bharat / state

Weather Update: ବିଳମ୍ବରେ ଆସି ସଅଳ ଫେରିଗଲା ମୌସୁମୀ - ଓଡିଶାରୁ ଫେରିଗଲା ମୌସୁମୀ

ଓଡିଶାରୁ ଫେରିଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ସ୍ପଷ୍ଟ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Oct 13, 2023, 7:21 PM IST

ଓଡିଶାରୁ ଫେରିଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ବର: ଓଡିଶାରୁ ଫେରିଗଲା ମୌସୁମୀ । ବିଳମ୍ବରେ ଆସିଲା ହେଲେ ସଅଳ ଫେରିଗଲା ମୌସୁମୀ । ପାଗ ଅନୁକୂଳ ଯୋଗୁଁ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶାରୁ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଛି । ଚଳିତ ବର୍ଷ ଜୁନ୍ ୨୨ରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ୮ ଦିନ ବିଳମ୍ବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲା ବେଳେ ସ୍ବାଭାବିକର ଦୁଇଦିନ ପୂର୍ବରୁ ମୌସୁମୀ ରାଜ୍ୟରୁ ଫେରିଯାଇଛି ।

ତେବେ ମୌସୁମୀ ଫେରିବାର ସମୟ ଅକ୍ଟୋବର ୧୫ ଥିବା ବେଳେ ୨ଦିନ ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିଛି ମୌସୁମୀ । କିନ୍ତୁ ଚଳିତ ବର୍ଷ ଅକ୍ଟୋବରରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ମଧ୍ୟ ହୋଇନାହିଁ । ସେହିଭଳି ଆକାଶ ଏବେ ମେଘମୁକ୍ତ ରହିଛି । ସୂର୍ଯ୍ୟକିରଣ ସିଧାସଳଖ ପୃଥିବୀ ପୃଷ୍ଠରେ ପଡ଼ୁଛି । ଏସବୁ କାରଣରୁ ଏବେ ଓଡ଼ିଶାରେ ବର୍ତ୍ତମାନ ପ୍ରଚଣ୍ଡ ଖରା ଓ ଗରମ ଅନୁଭୂତ ହେଉଛି । ସେପଟେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ଶୁଖିଲା ରହିବ । ତେବେ ରାତିର ତାପମାତ୍ରା କମ୍ ରହିବ ।

ପାଣିପାଗ ବିଶେଷଜ୍ଞ ଏଚ ଆର ବିଶ୍ବାସ କହିଛନ୍ତି, ‘‘ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ପରେ ରାଜ୍ୟକୁ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବାହ ବଢିଥାଏ । କିନ୍ତୁ ସେଥିରେ ବ୍ୟତିକ୍ରମ ଦେଖାଦେଇଛି । ବାୟୁମଣ୍ଡଳର ତଳ ଭାଗରେ ଜଳୀୟ ବାଷ୍ପର ପ୍ରଭାବ ତଥା ମେଘମୁକ୍ତ ଆକାଶ ତାପମାତ୍ରା ବଢ଼ାଉଛି । ରାଜ୍ୟରେ ସ୍ବାଭାବିକ ତାପମାତ୍ରାଠାରୁ 2ରୁ 3 ଡିଗ୍ରୀ ବଢିଛି । ରାଜ୍ୟରେ ସବୁଠାରୁ ସର୍ବାଧିକ ତାପମାତ୍ର ଅନୁଗୋଳ ଜିଲ୍ଲାରେ ରେକର୍ଡ କରାଯାଇଛି । ଅନୁଗୋଳର ତାପମାତ୍ରା 36.7 ଡିଗ୍ରୀ ରହିଥିଲା । ସେହିପରି ଭୁବନେଶ୍ବରର ତାପମାତ୍ରା 34.4 ଡ୍ରିଗ୍ରୀ ରେକଡ କରାଯାଇଛି । ’’

ଏହା ମଧ୍ୟ ପଢନ୍ତୁ...Weather Update: ଶରତରେ ଉଭାନ ଶୀତ, ବିଶେଷଜ୍ଞ କହିଲେ ୧୭ ପରେ ଆସିବ ଶୀତ

ଅନ୍ୟପଟେ ଜୁନ୍ ପହିଲାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରାଜ୍ୟରେ-୩ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । ଜୁନ୍ ୧ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ୧୧୫୦.୨ ମିମି ହେବା କଥା କିନ୍ତୁ ଚଳିତବର୍ଷ ୧୧୧୫.୪ ବର୍ଷା ରେକର୍ଡ କରାଯାଇଛି । ଏଥିମଧ୍ୟରେ ୨୪ଟି ଜିଲ୍ଲାରେ ସ୍ଵାଭାବିକ ବର୍ଷା,୩ ଜିଲ୍ଲାରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ସେହିପରି ୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଏଥିସହ ୧ ଅକ୍ଟୋବରରୁ ୧୩ ଅକ୍ଟୋବର ମଧ୍ୟରେ ସାରା ରାଜ୍ୟରେ ୧୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.