ETV Bharat / state

ବିଧାନସଭା ଗୃହ ବିବରଣୀରୁ ବାଦ ପଡିଲା ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ, ଘୋଷଣା କଲେ ବାଚସ୍ପତି - ମେଣ୍ଟାଲ ଡିଜଅର୍ଡର ଶବ୍ଦ ବାଦ

ବିଧାନସଭା ଗୃହ ବିବରଣୀରୁ ବାଦ ପଡ଼ିଛି ମେଣ୍ଟାଲ ଡିଜଅର୍ଡର’ ଶବ୍ଦ । ବିରୋଧୀ ଦଳ ନେତା ମାନସିକ ଭାରସାମ୍ୟ ହରାଇଥିବା କହିଥିଲେ ବିଧାୟକ ଅରୁଣ ସାହୁ । ଅଧିକ ପଢ଼ନ୍ତୁ

mental disorder word dropped
ବିଧାନସଭା ଗୃହ ବିବରଣୀରୁ ବାଦ ପଡିଲା ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ
author img

By ETV Bharat Odisha Team

Published : Oct 1, 2023, 1:17 PM IST

Updated : Oct 1, 2023, 7:58 PM IST

ବିଧାନସଭା ଗୃହ ବିବରଣୀରୁ ବାଦ ପଡିଲା ମେଣ୍ଟାଲ ଡିଜଅର୍ଡର ଶବ୍ଦ

ଭୁବନେଶ୍ବର: ମେଣ୍ଟାଲ ଡିଜଅର୍ଡର ଶବ୍ଦ ବିଧାନସଭା ଗୃହ ବିବରଣୀରୁ ବାଦ ପଡ଼ିଛି । ମେଣ୍ଟାଲ ଡିଜଅର୍ଡର ଶବ୍ଦକୁ ବାଦ ଦେବା ପାଇଁ ବାଚସ୍ପତି ବିଧାନସଭାରେ ଘୋଷଣା କରିଛନ୍ତି । ନୟାଗଡ ବିଧାୟକ ଅରୁଣ ସାହୁ ଗତ ୨୮ ତାରିଖରେ ବିଧାନସଭା ଗୃହରେ ଏହି ଶବ୍ଦ ବ୍ୟବହାର କରିଥିଲେ । ଅରୁଣ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କୁ ଟାର୍ଗେଟ କରି ଏହି ଶବ୍ଦ ବ୍ୟବହାର କରିଥିଲେ । ତେବେ ଉଭୟ ଦଳର ବିଧାୟକଙ୍କ ଦାବି ଯୋଗୁଁ ବିଧାନସଭା ଗୃହ ବିବରଣୀରୁ ଏହି ଶବ୍ଦକୁ ବାଦ ଦେବାକୁ ବାଚସ୍ପତି ଘୋଷଣା କରିଛନ୍ତି ।

ସର୍ବ ଶେଷରେ ଶାସକ ଦଳ ନିଜ ଜିଦରୁ ଓହରିଛନ୍ତି । ଗୃହ ବିବରଣୀରୁ ବାଦ ପଡ଼ିଛି ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ । ବିରୋଧୀ ଦଳର ଦୁଇ ବରିଷ୍ଠ ନେତାଙ୍କ ପ୍ରତି ଶାସକ ଦଳ ପ୍ରୟୋଗ କରିଥିବା ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦକୁ ଗୃହ ବିବରଣୀରୁ ବାଦ ଦେବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଗତ ଦୁଇଦିନ ଧରି ଏହି ପ୍ରସଙ୍ଗକୁ ନେଇ ଗୃହରେ ତୁମ୍ବିତୋଫାନ ଲାଗି ରହିଥିଲା । ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ମୁଲତବୀ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ଗୃହକାର୍ଯ୍ୟ ଅନୁରୂପ ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଥିଲେ । ବାଚସ୍ପତି ପ୍ରମିଳା ମଲ୍ଲିକ ଗତ ୨୮ତାରିଖ ଦିନରେ ଶାସକ ଦଳ ବିଧାୟକ ଅରୁଣ ସାହୁଙ୍କ ଦ୍ୱାରା ବିରୋଧୀ ଦଳର ଦୁଇ ବରିଷ୍ଠ ନେତାଙ୍କୁ ଆକ୍ଷେପ କରି କହିଥିବା ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦକୁ ଗୃହ ବିବରଣୀରୁ ବାଦ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ବି ପଢନ୍ତୁ... ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବିରୋଧୀ ଦଳ ନେତା: ବିଧାୟକ ଅରୁଣ

ବାଚସ୍ପତିଙ୍କ ଏହି ନିର୍ଦ୍ଦେଶ ପରେ ବି ଗୃହ ସ୍ୱାଭାବିକ ହୋଇନଥିଲା । ବିଜେପି ସଦସ୍ୟମାନେ ନିଜର ବିରୋଧ ଜାରି ରଖିଥିଲେ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବାଚସ୍ପତିଙ୍କୁ ଅନୁରୋଧ କରି କହିଥିଲେ ଯେ, ନିଲମ୍ବିତ ଦୁଇ ବିଜେପି ବିଧାୟକଙ୍କ ଉପରୁ ନିଃସର୍ତ୍ତ ଭାବେ ନିଲମ୍ବନ ପ୍ରତ୍ୟାହାର କରାଯାଉ । ସେମାନେ ଗୃହରେ କ’ଣ କହିବେ, ତାଙ୍କ ବିବେକ୍‌ ଉପରେ ଛାଡ଼ି ଦିଆଯାଉ । ଗୃହକୁ ସୁରୁଖୁରୁରେ ବାଚସ୍ପତି ଚଳାନ୍ତୁ, ସହଯୋଗ କରିବାକୁ ବିରୋଧୀ ଦଳ ପ୍ରସ୍ତୁତ ଅଛି ବୋଲି ଜୟ କହିଥିଲେ । ବାଚସ୍ପତି ଏହି ପ୍ରସ୍ତାବକୁ ବିଚାର କରିବେ ବୋଲି କହିଥିଲେ ।

ସେପଟେ ଗୃହ ଠିକରେ ଚାଲୁନଥିବା ଅଭିଯୋଗ କରି କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ । ବିଜେପି ବିଧାୟକମାନଙ୍କ ହଟ୍ଟଗୋଳ ଓ କଂଗ୍ରେସର କକ୍ଷତ୍ୟାଗ ଯୋଗୁଁ ଗୃହକୁ ବାଚସ୍ପତି ପୁଣି ଥରେ ମୁଲତବୀ ଘୋଷଣା କରିଥିଲେ । ଦ୍ୱିତୀୟାର୍ଦ୍ଧରେ ଗୃହ ୪ଟା ୯ରୁ ଏକଘଣ୍ଟା ଓ ପରେ ୧୫ମିନିଟ ମୁଲତବୀ ହୋଇଥିଲା । ଘଟଣାକୁ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ବାଚସ୍ପତିଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇବା ସହିତ ଏହା ଯଥେଷ୍ଟ ନୁହେଁ ବୋଲି କହିଛନ୍ତି । ନୟାଗଡ଼ ବିଧାୟକ ଏଥିପାଇଁ କ୍ଷମା ମାଗିବା ଦରକାର । ତା ସହିତ ସେ ବିଜେପିର ୨ ବିଧାୟକ ମୋହନ ଚରଣ ମାଝୀ ଓ ମୁକେଶ ମହାଲିଙ୍ଗଙ୍କ ଉପରେ ନିଲମ୍ବନ ଉଠାଇବାକୁ ମଧ୍ୟ ନିବେଦନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 1, 2023, 7:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.