ETV Bharat / state

ସବୁଜିମାରେ ହସିବ ବାଛରା ଟାଙ୍ଗରା ପାହାଡ଼, ଲାଗିଲା 4 ହଜାରରୁ ଊର୍ଦ୍ଧ୍ବ ଗଛ - ବାଛରା ଟାଙ୍ଗରା ପାହାଡ଼ରେ ବୃକ୍ଷରୋପଣ

ଜଟଣୀ ବାଛରାରେ ଥିବା ଟାଙ୍ଗରା ପାହାଡ଼କୁ ସବୁଜ ପାହାଡ଼ ପ୍ରକଳ୍ପରେ ସବୁଜିମା କରିବା ପାଇଁ ଯୋଜନା ଆରମ୍ଭ । ବାଛରାରେ ଥିବା ଟାଙ୍ଗରା ପାହାଡ଼ର 5 ହେକ୍ଟର ଜାଗାରେ ମୋଟ 8 ହଜାର ବିଭିନ୍ନ ପ୍ରକାର ଗଛ ଲଗାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

tree plantation in jatni bachhara hill
ବାଛରା ଟାଙ୍ଗରା ପାହାଡ଼ରେ ବୃକ୍ଷରୋପଣ
author img

By ETV Bharat Odisha Team

Published : Sep 11, 2023, 3:26 PM IST

Updated : Sep 11, 2023, 4:07 PM IST

ବାଛରା ଟାଙ୍ଗରା ପାହାଡ଼ରେ ବୃକ୍ଷରୋପଣ

ଖୋର୍ଦ୍ଧା: ଜଳବାୟୁର ବ୍ୟାପକ ପରିବର୍ତ୍ତନ ପରିବେଶକୁ ନଷ୍ଟ କରି ଦେଉଛି । ଗ୍ଲୋବାଲ ୱାର୍ମିଂରୁ ପରିବେଶକୁ ରକ୍ଷା କରିବାକୁ ହେଲେ ବୃକ୍ଷର ଆବଶ୍ୟକତା ରହିଛି । ରାଜ୍ୟ ସରକାର ଏ ସଂକ୍ରାନ୍ତରେ ସବୁଜ ପାହାଡ଼ ପ୍ରକଳ୍ପ ଯୋଜନା ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜଟଣୀ ବାଛରାରେ ଥିବା ଟାଙ୍ଗରା ପାହାଡ଼କୁ ସବୁଜ ପାହାଡ଼ ପ୍ରକଳ୍ପରେ ସବୁଜିମା କରିବା ପାଇଁ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଡେଭେଲପମେଣ୍ଟ୍‌ ଅଥରିଟି ତରଫରୁ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ସବୁଜିମା ପ୍ରେମରେ ଜେରେଙ୍ଗ ଦେହୁରୀସାହି ବାସୀ, ୩୨ ବର୍ଷରେ ହେଲା ଜଗୁଛନ୍ତି ଜଙ୍ଗଲ

ଏହା ମଧ୍ୟ ପଢ଼ନ୍ତୁ: ଶିଳ୍ପ ଜିଲ୍ଲାକୁ ସବୁଜିମା ପାଇଁ ବନ ବିଭାଗର ଲକ୍ଷ୍ୟ, କାମ୍ଫା ଯୋଜନାର ଲଗାଯିବ ଚାରା

ଏହି ଯୋଜନାରେ ଖୋର୍ଦ୍ଧା ଜିଲ୍ଲା ଜଟଣୀର ବାଛରାରେ ଥିବା ଟାଙ୍ଗରା ପାହାଡ଼ର 5 ହେକ୍ଟର ଜାଗାରେ ମୋଟ 8 ହଜାର ବିଭିନ୍ନ ପ୍ରକାର ଗଛ ଲାଗିବ । ଆଜି ଏଠାରେ 4 ହଜାରରୁ ଊର୍ଦ୍ଧ୍ବ ଚାରା ଲଗାଯାଇଛି । ବର୍ତ୍ତମାନ ପରିବେଶକୁ ରକ୍ଷା କରିବାକୁ ହେଲେ ବୃକ୍ଷର ଆବଶ୍ୟକତା ରହିଛି । ଏହାକୁ ଉପଲବ୍ଧି କରି ଲଣ୍ଡା ପାହାଡ଼କୁ ସବୁଜ ପାହାଡ଼ରେ ପରିଣତ କରିବାକୁ ହଜାର ହଜାର ଚାରା ଲଗାଯାଇଛି । ଏହି ପରିପ୍ରେକ୍ଷୀରେ ବନବିଭାଗ, ଜିଲ୍ଲା ପ୍ରଶାସନ, ଛାତ୍ରଛାତ୍ରୀ, ମହିଳା ଗୋଷ୍ଠୀ ଏବଂ ଜନ ସାଧାରଣ ସାମିଲ ହୋଇ ଏକକାଳୀନ ୪ ହଜାରରୁ ଊର୍ଦ୍ଧ ଚାରା ଲଗାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ମାଆଙ୍କ ପଣତରେ ସବୁଜିମା ଟାଙ୍ଗରା ପାହାଡ, ପୁନାସିଆ ଜଙ୍ଗଲକୁ ପୁଅ ଭଳି ପାଳୁଛନ୍ତି ଗ୍ରାମବାସୀ

ଏହା ମଧ୍ୟ ପଢ଼ନ୍ତୁ: ଜଙ୍ଗଲ ପର୍ଯ୍ୟଟନର ବିକାଶ ପାଇଁ ପ୍ରୟାସ, ପଞ୍ଚବଟୀ ଉଦ୍ୟାନରେ ସବୁଜିମା ଶୋଭାରାଜି

ବିଡିଏ ଭାଇସ ଚେୟାରମ୍ୟାନ ବଳବନ୍ତ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଗଛ ଲଗାଇଥିଲେ । ବିଡ଼ିଏ ତରଫରୁ ଆରମ୍ଭ ହୋଇଥିବା ଏହି ସବୁଜ ପାହାଡ଼ ପ୍ରକଳ୍ପ ଯୋଜନାରେ କେବଳ ବାଛରା ପାହାଡ ନୁହେଁ ଭୁବନେଶ୍ୱର ଥିବା ଶିଖର ଚଣ୍ଡୀ ପାହାଡ, ଶୈଳଶ୍ରୀ ବିହାରରେ ଥିବା ବୁଦ୍ଧ ପାର୍କ ଏବଂ ଆହୁରି ଅନେକ ପାହାଡ଼ରେ ଗଛ ଲାଗିବ । ପରିବେଶବିତ୍ ମାନେ ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ସ୍ବାଗତ ଏବଂ ଅଭିନନ୍ଦନ ଜଣାଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Sep 11, 2023, 4:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.