ETV Bharat / state

ଲୋକଙ୍କୁ ନଦେଇ ଫୋପାଡୁଛନ୍ତି ପୁଳା ପୁଳା ଔଷଧ - ଲୋକଙ୍କୁ ନଦେଇ ଫୋପାଡୁଛନ୍ତି ବସ୍ତା ବସ୍ତା ସରକାରୀ ଔଷଧ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡ଼ବେରଣା ଗ୍ରାମର କୁଶବଣିଆ ଟାଙ୍ଗିରେ ଫୋପଡା ଯାଇଛି ବସ୍ତା ବସ୍ତା ସରକାରୀ ଔଷଧ । ଅଧିକ ପଢନ୍ତୁ

ଲୋକଙ୍କୁ ନଦେଇ ଫୋପାଡୁଛନ୍ତି ବସ୍ତା ବସ୍ତା ସରକାରୀ ଔଷଧ

author img

By

Published : Jun 3, 2022, 8:43 AM IST

ଖୋର୍ଦ୍ଧା: ସରକାର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପାଇଁ କାହିଁ କେତେ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ କେତେକ ଅସାଧୁ କର୍ମଚାରୀଙ୍କ ପାଇଁ ତାହା ଲୋକଙ୍କ ହିତରେ ଆସୁନି । ଏପରିକି ଲୋକଙ୍କ ସୁବିଧା ପାଇଁ ଗାଁ ଗାଁରେ ଖୋଲିଛନ୍ତି ଉପ ସ୍ୱାସ୍ଥ୍ୟ କେନ୍ଦ୍ର । ଗରିବ ଲୋକଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହ ଯୋଗାଇ ଦିଆଯାଉଛି ମାଗଣାରେ ଉନ୍ନତ ମାନର ଔଷଧ । କିନ୍ତୁ, କିଛି ଅସାଧୁ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଗରିବ ଲୋକମାନେ ସରକାରୀ ଔଷଧ ପାଇବାରୁ ବଞ୍ଚିତ ହେଉଛନ୍ତି ।

ସେହିଭଳି ବସ୍ତା ବସ୍ତା ସରକାରୀ ଔଷଧ, ବେଗୁନିଆ ବ୍ଲକ ବଡ଼ବେରଣା ଗ୍ରାମର କୁଶବଣିଆ ଟାଙ୍ଗିରେ ଫୋପଡା ଯାଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ପ୍ରକାର ଔଷଧ କିଏ କାହିଁକି ଫୋପାଡ଼ିଛି, ତାହାର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏ ସମ୍ପର୍କରେ ବେଗୁନିଆ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ଦେବାଶିଷ ଆଚାର୍ଯ୍ୟଙ୍କୁ ପଚାରିବାରୁ, ସେ ଏ ସମ୍ପର୍କରେ ଜାଣିନାହାଁନ୍ତି, ଘଟଣା ବିଷୟରେ ବୁଝିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.