ETV Bharat / state

ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜ୍‌ରେ ପାଠପଢ଼ା, ସବୁ ସଦର ମହକୁମାରେ ଖୋଲିବ ମେଡିକାଲ କଲେଜ

author img

By

Published : Feb 22, 2023, 1:55 PM IST

ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜ୍‌ରେ ପାଠପଢ଼ା । ଆସନ୍ତା ବର୍ଷ ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ମେଡିକାଲ କଲେଜ ହେବା ସହ ୨୦୨୬ ସୁଦ୍ଧା ତାଳଚେରରେ ପ୍ରତିଷ୍ଠା ହେବ ମେଡିକାଲ୍‌ କଲେଜ । ସବୁ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ଖୋଲିବା ଲକ୍ଷ୍ୟ ଥିବା ସୂଚନା ଦେଇଛନ୍ତି ଡିଏମ୍‌ଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି । ଅଧିକ ପଢନ୍ତୁ

kalahandi medical college
kalahandi medical college
kalahandi medical college

ଭୁବନେଶ୍ବର: ଚଳିତ ଶିକ୍ଷା ବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢା । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି । ଆସନ୍ତା ବର୍ଷରୁ ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ମେଡିକାଲ କଲେଜ ଓ ୨୦୨୬ ସୁଦ୍ଧା ତାଳଚେରରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ । ଆଗକୁ ସବୁ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ଖୋଲିବା ଲାଗି ଯୋଜନା ରଖିଛନ୍ତି ରାଜ୍ୟ ସରକାର ।

ତେବେ ବର୍ତ୍ତମାନ ରାଜ୍ୟରେ ବ୍ରହ୍ମପୁର, କଟକ ଓ ବୁର୍ଲା ସମେତ ମୋଟ ୧୦ଟି ସରକାରୀ ମେଡିକାଲ କଲେଜ ରହିଛି । ଏହା ସହିତ ୨ ଟି ପୋଷ୍ଟ ଗ୍ରାଜୁଏଟ ଓ ଡେଣ୍ଟାଲ ମେଡିକାଲ କଲେଜ ମଧ୍ୟ ରହିଛି । ପୂର୍ବରୁ କଟକ, ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜରେ ୭୦୦ ଡାକ୍ତରୀ ସିଟ ରହିଛି । ଏବେ ରାଜ୍ୟରେ ଖୋଲିଥିବା 7ଟି ନୂଆ ମେଡିକାଲ କଲେଜ ଯୋଗୁଁ ଆଉ ୭୦୦ ସିଟ ଯୋଡ଼ି ହୋଇଛି । ଫଳରେ ରାଜ୍ୟର ସରକାରୀ ମେଡିକାଲ କଲେଜର ମୋଟ ଡାକ୍ତରୀ ସିଟ ସଂଖ୍ୟା ୧୪୦୦ରେ ପହଞ୍ଚିଛି ।

ତେବେ ସବୁ ଜିଲ୍ଲାରେ ମେଡିକାଲ ଖୋଲିବା ପରେ ରାଜ୍ୟର ଡାକ୍ତର ଅଭାବ ସମସ୍ୟା ଦୂର ହେବ। ଏଥିପାଇଁ ରାଜ୍ୟ ସରକାର ବେଶ ଯତ୍ନବାନ ଓ ଭିତ୍ତିଭୂମିର ବିକାଶ କରାଯାଉଛି । ଏମବିବିଏସ ଡିଗ୍ରୀ ହାସଲ ପରେ ରାଜ୍ୟ ବାହାରକୁ ନ ଯିବା ପାଇଁ ଦୁଇ ବର୍ଷ ଚୁକ୍ତି କରାଯାଉଛି। ସେହିପରି ଅନ୍ୟପଟେ ରାଜ୍ୟରେ ଏବେ ନକଲି ଡ଼ାକ୍ତର କୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। କିଭଳି ଭାବରେ ଯାଞ୍ଚ କରାଯିବ ସେନେଇ ଆରମ୍ଭ ହୋଇଛି ବ୍ଲ୍ୟୁ ପ୍ରିଣ୍ଟ । ତେବେ ନକଲି ଡାକ୍ତରଙ୍କୁ ଚିହ୍ନଟ କରିବା ଲାଗି ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ନକଲି ଡାକ୍ତରଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ଖୁବଶୀଘ୍ର ନିଆଯିବ ।

ସୂଚନା ଅନଯାୟୀ, ରାଜ୍ୟର ସରକାରୀ ମେଡିକାଲ କଲେଜରେ ଖୁବଶୀଘ୍ର ହେବ ଟିଚିଂ ହସ୍ପିଟାଲ । ରାଜ୍ୟର ନୂଆ ସରକାରୀ ମେଡିକାଲ କଲେଜରେ ଆରମ୍ଭ ହେବ ଏହି ଟିଚିଂ ହସ୍ପିଟାଲ । ଏନେଇ ୯ଟି ସରକାରୀ ହସ୍ପିଟାଲର କାମ ସାରିବାକୁ ସମୟ ସୀମା ଧାର୍ଯ୍ୟ ହୋଇଛି। ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ ଆବଶ୍ୟକୀୟ ସରଞ୍ଜାମ ତାଲିକା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହିତ ଜାନୁଆରୀ ୨୦୨୩ କେନ୍ଦୁଝର ଟିଚିଂ ହସ୍ପିଟାଲ ଆରମ୍ଭ ହୋଇଥିବା ବେଳେ ଜୁନ୍ ୨୦୨୩ ସୁଦ୍ଧା ବାଲେଶ୍ୱର, ବାରିପଦା, ବଲାଙ୍ଗିର ହସ୍ପିଟାଲ କାମ ମଧ୍ୟ ସରିବ। ବାଲେଶ୍ଵରର ଟିଚିଂ ମେଡିକାଲ କଲେଜର 48% କାମ ସାରିଥିବା ବେଳେ 500 ବେଡ଼ ରୁ 650 ବେଡ଼ କରାଯାଉଛି । ସେହିପରି ବାରିପଦା ମେଡିକାଲ ଟିଚିଂ କଲେଜରେ 55% କାମ ସାରିଥିବା ବେଳେ 500 ବେଡ଼ରୁ 650 ବେଡକୁ ଉନ୍ନତି କରାଯାଉଛି । ଏହା ସହ ବଲାଙ୍ଗୀର ମେଡିକାଲ ଟିଚିଂ କଲେଜରେ 53% କାମ ସାରିଥିବା ବେଳେ ଏହା 500 ବେଡ଼ ରୁ 650 ବେଡ଼କୁ ଉନ୍ନତି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.