ଭୁବନେଶ୍ବର: ତୃତୀୟ ଲିଙ୍ଗୀଙ୍କ ପାଇଁ ସ୍ଵତନ୍ତ୍ର ଚିକିସା ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରୟାସ । ଜିଲ୍ଲା ସ୍ତରରେ ଗଠନ ହେବ ମେଡିକାଲ ବୋର୍ଡ । ଲିଙ୍ଗ ପରିବର୍ତ୍ତନ ପାଇଁ ଅସ୍ତ୍ରୋପଚାର କଲେ ସହାୟତା ଦିଆଯିବ । ଏନେଇ ସ୍ୱାସ୍ଥ୍ୟ ସଚିବ ଦେଇଛନ୍ତି ନିର୍ଦ୍ଦେଶ । ସରକାରୀ ହସ୍ପିଟାଲରେ ତୃତୀୟ ଲିଙ୍ଗୀମାନେ ଯଦି ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ଅସ୍ତ୍ରୋପଚାର କରନ୍ତି ତେବେ ସେମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ତୃତୀୟ ଲିଙ୍ଗୀଙ୍କ ପାଇଁ ଆବଶ୍ୟକୀୟ ସ୍ଵାସ୍ଥ୍ୟଗତ ସମାଧାନ ଦିଗରେ ମେଡିକାଲ ବୋର୍ଡ ଦାୟିତ୍ଵ ତୁଲାଇବ । ଜିଲ୍ଲା ସ୍ତରରେ ମେଡିକାଲ ବୋର୍ଡ ଗଠନ କରାଯିବ । ଏନେଇ ଜାତୀୟ ମାନବାଧିକାର କମିଶନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନେକ ସମୟରେ ଦେଖାଯାଉଛି ତୃତୀୟ ଲିଙ୍ଗୀଙ୍କୁ ଅନେକ ସମୟରେ ଅବହେଳା କରାଯାଉଛି । ଏନେଇ ମଧ୍ୟ ଅନେକ ସମୟରେ ଅଭିଯୋଗ ହେଉଥିଲା । ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରତି ଜିଲ୍ଲାରେ ମେଡିକାଲ ବୋର୍ଡ ଗଠନ କରାଯିବ । ଏନେଇ ସ୍ୱାସ୍ଥ୍ୟ ସଚିବ ସମସ୍ତ ସିଡିଏମଓ ଓ ପିଏଚଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ବି ପଢନ୍ତୁ- କିନ୍ନର ମାନଙ୍କ କାହାଣୀକୁ ନେଇ ରିଲିଜ ହେଲା ଆଲବମ 'ଏକି ଜୀବନ'
ତେବେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ ତୃତୀୟ ଲିଙ୍ଗୀଙ୍କ ପାଇଁ ଆବଶ୍ୟକୀୟ ସ୍ଵାସ୍ଥ୍ୟଗତ ସମାଧାନ ଦିଗରେ ମେଡିକାଲ ବୋର୍ଡ ଦାୟିତ୍ଵ ତୁଲାଇବ । ଅନ୍ୟପଟେ ଏହି ବୋର୍ଡରେ ଡିଏମଓ ଆବାହକ ରହିଥିବା ବେଳେ ସର୍ଜରୀ, ସ୍ତ୍ରୀ ଓ ପ୍ରସୂତି, ମାନସିକ ରୋଗ ବିଶେଷଜ୍ଞଙ୍କ ସମେତ କ୍ଲିନିକାଲ ମନସ୍ତତ୍ତ୍ବବିତ ସଦସ୍ୟ ମଧ୍ୟ ରହିଛନ୍ତି । ଏହା ସହ ଯଦି ତୃତୀୟ ଲିଙ୍ଗୀ କୌଣସି ସମସ୍ୟାକୁ ନେଇ ଅନୁରୋଧ କରନ୍ତି ତେବେ ଏହାକୁ ନେଇ ଏକ କମିଟି ବୈଠକ ଆୟୋଜନ କରିବା ସହ ନିଷ୍ପତ୍ତି ଗ୍ରହଣ କରାଯିବ ।
କିନ୍ନର ବା ତୃତୀୟ ଲିଙ୍ଗୀମାନେ ଯଦି ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ଅସ୍ତ୍ରୋପଚାର ସମ୍ପର୍କିତ ସମସ୍ୟା ଉପରେ ନିଷ୍ପତ୍ତି ଗ୍ରହଣ କରନ୍ତି , ତେବେ ଏହା ଉପରେ ମଧ୍ୟ ପଦକ୍ଷେପ ନିଆଯିବ । ସରକାରୀ ହସ୍ପିଟାଲରେ ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ଅସ୍ତ୍ରୋପଚାର କଲେ ସେମାଙ୍କୁ ଆର୍ଥିକ ସହାୟତା ଦେବା ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ଅନେକ ସମୟରେ ତୃତୀୟ ଲିଙ୍ଗୀମାନେ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଅନେକ ସମସ୍ୟାରେ ପଡିଥାଆନ୍ତି । ତେବେ ଏହାର ସମାଧାନ ପାଇଁ ଅନେକ ବାର ମଧ୍ୟ ଅଭିଯୋଗ କରି ଆସୁଥିଲେ ।
ଇଟିଭି ଭାରତ, ଭୁବନେଶ୍ବର