ETV Bharat / state

MBA ଛାତ୍ରୀଙ୍କ ଲାପଟପ ଚୋରି କରିବା ନିଶା, ୨ଜଣଙ୍କୁ ବାନ୍ଧିଲା ପୋଲିସ

author img

By

Published : Oct 22, 2022, 11:09 PM IST

MBA ଛାତ୍ରୀଙ୍କ ଲାପଟପ ଚୋରି କରିବା ନିଶା । ଭୁବନେଶ୍ୱରରୁ ଚୋରୀ ବାଂଲାଦେଶରେ ବିକ୍ରି । ରାଜଧାନୀର ଏକ ହଷ୍ଟେଲରୁ ଲାପଟପ ଓ ଫୋନ ଚୋରି କରି ଧରାପଡିଲା ଏମବିଏ ଚୋରଣୀ ଓ ତାଙ୍କ ସହଯୋଗୀ । ଅଧିକ ପଢନ୍ତୁ

MBA ଛାତ୍ରୀଙ୍କ ଲାପଟପ ଚୋରି କରିବା ନିଶା
MBA ଛାତ୍ରୀଙ୍କ ଲାପଟପ ଚୋରି କରିବା ନିଶା

ଭୁବନେଶ୍ବର: MBA ଛାତ୍ରୀଙ୍କ ଲାପଟପ ଚୋରି କରିବା ନିଶା । କିଟ କ୍ୟାମ୍ପସରେ MBA ପାଠ ପଢନ୍ତି, ହଷ୍ଟେଲରୁ ଲ୍ୟାପଟପ ଓ ଫୋନ ଦେଖିଲେ ଚୋରି କରିନିଅନ୍ତି । ତାହା ପୁଣି ନିଜ ସାଙ୍ଗ ମାନଙ୍କ ଗହଣରୁ । ଧରାନପଡିବା ଆଳରେ ଚୋରି ଲାପଟପ ଓ ଫୋନକୁ ହଷ୍ଟେଲରୁ ଗାଏବ କରିଦିଅନ୍ତି ସହଯୋଗୀ ଜରିଆରେ । ହଷ୍ଟେଲରୁ ଏପରି ବାରମ୍ଭାର ଚୋରି ହେଉଥିବା ଇନଫୋସିଟି ଥାନାରେ‌ ଅଭିଯୋଗ ପରେ ଲାପଟପ ଚୋରଣୀକୁ ଗିରଫ କରିଛି ପୋଲିସ । ଲାପଟପ ଚୋରି କରୁଥିବା ଯୁବତୀ ହେଉଛନ୍ତି ପୂଜା ସାହା । ଏଥି ସହ ତାଙ୍କ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଲାପଟପ ଓ ଫୋନ ଚୋରି କରିବା ପରେ କୋଲକତା ଚାଲାଣ ହେଉଥିଲା । ଏଥିରେ ବାଂଲାଦେଶ ଲିଙ୍କ ରହିଥିବା ମଧ୍ୟ ଜଣାପଡିଛି ।

MBA ଛାତ୍ରୀଙ୍କ ଲାପଟପ ଚୋରି କରିବା ନିଶା

ମିଳିଥିବା ସୂଚନା ଅନୁଯାୟୀ, ପୂଜା ଜଣେ ଏମବିଏ ଛାତ୍ରୀ ହୋଇଥିବା ବେଳେ କିଟ୍ କଲେଜରେ ପାଠ ପଢନ୍ତି, ଗତ ସେପ୍ଟେମ୍ବର ମାସରୁ ହଷ୍ଟେଲରେ ରହୁଥିଲେ । ସେ ରହିବା ପରଠାରୁ ହଷ୍ଟେଲରୁ ଲାପଟପ ଓ ଫୋନ ଚୋରି ହେବା ଆରମ୍ଭ ହୋଇଥିଲା । ଏପରି ବାରମ୍ଭାର ଚୋରି ହେବାରୁ ହଷ୍ଟେଲର କିଛି ଯୁବତୀ ଇନଫୋସିଟି ଥାନାରେ‌ ଅଭିଯୋଗ କରିଥିଲେ । ଯାହାକୁ ନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତଦନ୍ତ କରୁ କରୁ ପୋଲିସ ପୂଜା ସାହାଙ୍କ ଉପରେ ସନ୍ଦେହ କରିଥିଲା । ଏହାପରେ ପୂଜାଙ୍କୁ ପଚରା ଉଚୁରା ପରେ ସେ ସତ ମାନିଥିଲେ । ହଷ୍ଟେଲରୁ ଲାପଟପ ଓ ଫୋନ ଚୋରି କରି ଜଣେ ସହଯୋଗୀ ବିକ୍ରି କରି ଟଙ୍କା ଆଣୁଥିଲା ପୂଜା । ସହଯୋଗୀ ଜଣଙ୍କ ଚୋରି ଲାପଟପ ଓ ମୋବାଇଲ କୋଲକାତା ଚାଲାଣ କରୁଥିଲା । ଏହି ଘଟଣାରେ ବାଂଲାଦେଶ ଲିଙ୍କ ଥିବା ମଧ୍ୟ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-ଖୁସି ଖବର: ଓଡିଶା ଫେରିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ, AAI ର ଗ୍ରୀନ ସିଗନାଲ

ପୂଜାର ସହଯୋଗୀ ଅହମ୍ମଦର କୋଲକାତାରେ ପୁରୁଣା ଜିନିଷ ବିକ୍ରି ଦୋକାନ ଅଛି । ଯେଉଁଠୁ ବାଂଲାଦେଶକୁ ମଧ୍ୟ ଏସବୁ ବିକ୍ରି ହେଉଥିବା ବା ଚାଲାଣ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଆଇଏମ ଆଇ ନମ୍ବରକୁ ଟାମ୍ପରିଂ କରି ଲ୍ୟାପଟପ ବା ମୋବାଇଲ ନୂଆ ହେଇ ବଜାରକୁ ଆସୁଛି । ସେ ଦିଗରେ ବି ପୋଲିସ ତଦନ୍ତ ଜାରି ରଖିଛି । ପୂଜାକୁ ଗିରଫ ବେଳେ ପୋଲିସ ତା ନିକଟରୁ ୩ଟି ଚୋରି ଲ୍ୟାପଟପ ଓ ୪ଟି ମୋବାଇଲ ଜବତ କରିଛି । ତେବେ ଖାଲି ହଷ୍ଟେଲରୁ ନୁହଁନ୍ତି ପୂଜା ସାହା ପୂର୍ବରୁ ଆଇ ଫୋନ ଚୋରି କରି ଚର୍ଚ୍ଚରେ ଥିଲେ । ଖାଲି ବାହାରୁ ନୁହେଁ ବରଂ ନିଜ ଘରୁ ମାଆଙ୍କର ସୁନା ଗହଣା ଚୋରି କରି ଚର୍ଚ୍ଚାରେ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.