ହାଇଦ୍ରାବାଦ: ଜାନୁଆରୀ ୨ରୁ ମାଷ୍ଟର ସେଫ୍ ଇଣ୍ଡିଆ (MasterChef India 7 Premiere) ସୋ’ ଆରମ୍ଭ ହୋଇଯାଇଛି । ପୂର୍ବରୁ ଓଡ଼ିଶାରୁ ଅନେକ ଏଥିରେ ଅଂଶଗ୍ରହଣ କରି ବିଜେତା ହୋଇଛନ୍ତି । ଚଳିତବର୍ଷ ଏହି ସୋ’ରେ ଓଡ଼ିଶା ପୁଅ ଅବିନାଶ ପଟ୍ଟନାୟକ ଯୋଗ ଦେଇଛନ୍ତି । ଏଥର ଚୟନ ପ୍ୟାନେଲରେ ସେଫ୍ ବିକାଶ ଖାନ୍ନା, ରଣବୀର ବ୍ରାର ଓ ଗାରିମା ଆରୋରା ସଦସ୍ୟ ରହିଛନ୍ତି ।
-
Apne agriculture ke passion ko saath laane wale homecook #AvinashPatnaik, kya #MasterChefIndia mein set kar paayenge apne khaane ka bhi culture?
— sonytv (@SonyTV) January 2, 2023 " class="align-text-top noRightClick twitterSection" data="
Dekhiye #MasterChefIndia, aaj raat 9 baje, sirf #SonyEntertainmentTelevision aur #SonyLIV par. pic.twitter.com/qWVibduyFC
">Apne agriculture ke passion ko saath laane wale homecook #AvinashPatnaik, kya #MasterChefIndia mein set kar paayenge apne khaane ka bhi culture?
— sonytv (@SonyTV) January 2, 2023
Dekhiye #MasterChefIndia, aaj raat 9 baje, sirf #SonyEntertainmentTelevision aur #SonyLIV par. pic.twitter.com/qWVibduyFCApne agriculture ke passion ko saath laane wale homecook #AvinashPatnaik, kya #MasterChefIndia mein set kar paayenge apne khaane ka bhi culture?
— sonytv (@SonyTV) January 2, 2023
Dekhiye #MasterChefIndia, aaj raat 9 baje, sirf #SonyEntertainmentTelevision aur #SonyLIV par. pic.twitter.com/qWVibduyFC
ପ୍ରିମିୟର୍ ଏପିସୋଡରେ ଅନେକ ପ୍ରତିଯୋଗୀ ଭାରତର ବହୁ ଚର୍ଚ୍ଚିତ ସେଫ୍ଙ୍କ ସମ୍ମୁଖରେ ସେମାନଙ୍କର ସର୍ବୋତ୍ତମ ଖାଦ୍ୟ ଉପସ୍ଥାପନ କରୁଥିବା ଦେଖିବାକୁ ମିଳିଥିଲା । ଅନେକ ପ୍ରତିଯୋଗୀ ବିଚାରପତିଙ୍କୁ ପ୍ରଭାବିତ କରିଥିବାବେଳେ ଅବିନାଶ ପଟ୍ଟନାୟକ ମାଷ୍ଟର ସେଫ୍ ଇଣ୍ଡିଆର ରୋଷେଇ ଘରେ (Masterchef Indias kitchen) ସିଧାସଳଖ ଏଣ୍ଟ୍ରି କରିଥିଲେ। 32 ବର୍ଷୀୟ ଅବିନାଶ ପଟ୍ଟନାୟକ, ଜଣେ ପିଏଚଡି ଛାତ୍ର। ଭୁବନେଶ୍ୱରରେ ରହୁଥିବା ଅବିନାଶ ଜଣେ ଫୁଡ ବ୍ଲଗର ମଧ୍ୟ । ଓଡିଶାର ପୌରାଣିକ ଖାଦ୍ୟ ପ୍ରସ୍ତୁତ କରିବା ତାଙ୍କର ସଉକ । ଏହି ପ୍ରତିଯୋଗିତାରେ ମଧ୍ୟ ଅବିନାଶ ପଟ୍ଟନାୟକ ତାଙ୍କର 'ପାରମ୍ପାରିକ ପିଠା- ଗଇଁଠା ପିଠା' ଉପସ୍ଥାପନ କରିଥିଲେ । ଅବିନାଶ କହିଛନ୍ତି ଯେ, ସେ କୃଷି ଏବଂ ରୋଷେଇକୁ ଅନ୍ୟ ସ୍ତରକୁ ନେବାକୁ ଚାହୁଁଛନ୍ତି ଏବଂ ସେଥିପାଇଁ ସେ ଏମିତି ବ୍ୟଞ୍ଜନ ତିଆରି କରିଛନ୍ତି ଯାହା ଉଭୟର ମିଶ୍ରଣ ଅଟେ ।
ଅବିନାଶଙ୍କ ଥାଳିକୁ ଅର୍ଣ୍ଣପୂର୍ଣ୍ଣା ପତ୍ର, କ୍ଷୀର ଏବଂ ବାଦାମରେ ସଜା ଯାଇ ପରସା ଯାଇଥିଲା । ଅବିନାଶଙ୍କ ଥାଳିର ସ୍ବାଦ ଚାଖିବା ପରେ ତିନିଜଣ ବିଚାରପତି ତାଙ୍କ ରୋଷେଇରେ ବେଶ୍ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କର ଖାଦ୍ୟର ଉପସ୍ଥାପନାକୁ ମଧ୍ୟ ପ୍ରଶଂସା କରିଥିଲେ । ଅବିନାଶ ପ୍ରଥମ ପ୍ରତିଯୋଗୀ ହୋଇଥିଲେ ଯିଏକି ମାଷ୍ଟର ଚେଫ୍ ଇଣ୍ଡିଆର ରୋଷେଇ ଘରେ ସିଧାସଳଖ ଏଣ୍ଟ୍ରି କରିଛନ୍ତି । ପୂର୍ବରୁ ଏହି ସୋ’ରେ ଓଡ଼ିଶାରୁ ଅବିନାଶ ପଟ୍ଟନାୟକ ଯୋଗଦେଇଥିବା ନେଇ ସୋନି ଚ୍ୟାନେଲ ପକ୍ଷରୁ ଅପ୍ଲୋଡ୍ କରାଯାଇଥିବା ପ୍ରୋମୋରୁ ଜଣାପଡ଼ିିଥିଲା । ପ୍ରୋମୋ ରିଲିଜ୍ ପରେ ସୋସିଆଲ ମିଡିଆରେ ଅବିନାଶଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଚୟନ ହୋଇଥିବା ୧୬ ପ୍ରତିଯୋଗୀଙ୍କ ମଧ୍ୟରେ ସେ ରହିଥିଲେ ।
ମାଷ୍ଟର ଚେଫ୍ ଇଣ୍ଡିଆ ହେଉଛି ଏକ ଗ୍ରାଣ୍ଡ କୁକିଂ ସୋ', ଯାହା ପେସାଦାର ରୋଷେୟା ଏବଂ ଘରୋଇ ରୋଷେୟାଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରେ ଏବଂ ସେମାନଙ୍କୁ ଏଥିରେ କ୍ୟାରିଅର କରିବାରେ ସାହାଯ୍ୟ କରେ । ମାଷ୍ଟର ସେଫ୍ ଇଣ୍ଡିଆ ସିଜନ 7 ସୋମବାରରୁ ଶୁକ୍ରବାର ସୋନି ଟିଭି ଏବଂ ସୋନି LIVରେ ରାତି 9ଟାରେ ପ୍ରସାରିତ ହେଉଛି । ସୂଚନାଯୋଗ୍ୟ, ପୂର୍ବରୁ ସିଜନ୍ ୬ରେ ଓଡ଼ିଶାରୁ ଅବିନାଶ ନାୟକ ବିଜେତା ହୋଇଥିଲେ । ଏଥର ମଧ୍ୟ ଓଡିଆ ପୁଅ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆଶା କରାଯାଉଛି।