ETV Bharat / state

ମହାନଦୀ ପ୍ରଦୂଷଣ ମାମଲା, ପିସିବି ପ୍ରସ୍ତୁତ କଲା ଆକ୍ସନ ପ୍ଲାନ୍ - ଆକ୍ସନ ପ୍ଲାନ୍

ମହାନଦୀ ଜଳ ପ୍ରଦୂଷଣ ରୋକିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ପ୍ରସ୍ତୁତ କରିଛି ଯୋଜନା । ରିଭର ରିଜୁଭେସନ କମିଟି ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛି । ଏହି ପ୍ଲାନ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ପରିଷଦରେ ଦାଖଲ ହୋଇଛି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 29, 2019, 8:05 PM IST

ଭୁବନେଶ୍ବର: ମହାନଦୀ ପ୍ରଦୂଷଣ ମାମଲାରେ ଜାତୀୟ ଗ୍ରୀନ ଟ୍ରିବୁନାଲଙ୍କ ତାଗିଦ ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ (ପିସିବି)ର ନିଦ ଭାଙ୍ଗିଛି । ରିଭର ରିଜୁଭେସନ କମିଟି ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛି । ସହିତ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ପରିଷଦରେ ପ୍ଲାନକୁ ଦାଖଲ କରିଛି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ରାଜ୍ୟରେ ୧୯ଟି ପ୍ରଦୂଷିତ ନଦୀ ତୁଠ ରହିଛି । ସେଥି ମଧ୍ୟରୁ ୧୧ ଟି ମହାନଦୀରେ ରହିଛି । ଏଥିପାଇଁ ଅନେକ ଅଭିଯୋଗ ପ୍ରକାଶ ପାଇବା ପରେ ଜାତୀୟ ଗ୍ରୀନ ଟ୍ରିବୁନାଲ ହସ୍ତକ୍ଷେପ କରିଛନ୍ତି। ଏହି ତୁଠ ଗୁଡ଼ିକୁ କିଭଳି ପ୍ରଦୂଷଣ ମୁକ୍ତ କରାଯାଇପାରିବ ସେଥିପାଇଁ ବ୍ୟବସ୍ଥା କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦକୁ ଏନଜିଟି ଆଦେଶ ଦେଇଥିଲେ। ଏଥିପାଇଁ ଜୁନ ୩୦ ତାରିଖକୁ ନିର୍ଦ୍ଧାରିତ ସମୟ ସୀମା ଦିଆଯାଇଥିଲା । କିନ୍ତୁ ଏହି ତାରିଖ ପୂରିବା ପୂର୍ବରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ଦାଖଲ କରିଛି ନିଜର ସୁଚିନ୍ତିତ ମତ ।

ଏହି ଆକ୍ସନ ପ୍ଲାନ୍ ଅନୁଯାୟୀ ତୁଠ ଗୁଡ଼ିକ କିଭଳି ପ୍ରଦୂଷିତ ମୁକ୍ତ ହୋଇପାରିବ ସେଥିପାଇଁ ଯୋଜନା ରହିଛି । କଟକ ଓ ଭୁବନେଶ୍ୱର ମଧ୍ୟରେ ଥିବା ମହାନଦୀ ରେ ବିଭିନ୍ନ ସ୍ଥାନରେ ସୋରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସଟିପି) ସ୍ଥାପନ କରାଯିବ । ଗୋରୁ ମଇଁଷି ଗାଧୋଉଥିବା, ଲୁଗା ସଫା କରୁଥିବା ତୁଠ ଗୁଡିକରେ ସ୍ଵତନ୍ତ୍ର ପଦକ୍ଷେପ ନିଆଯିବ । ନଦୀ କୂଳରେ ଥିବା ଗାଁ ଗୁଡ଼ିକର ଲୋକମାନେ ପଠାରେ ମଳତ୍ୟାଗ କରୁଥିବାରୁ ଗାଁ ଗୁଡିକୁ ବାହ୍ୟ ମଳତ୍ୟାଗ ମୁକ୍ତ ଗ୍ରାମ ଅଞ୍ଚଳ ଘୋଷଣା କରାଯିବାକୁ ବ୍ୟବସ୍ଥା କରାଯିବ ।

ଏନେଇ ଶନିବାର ବସିଥିବା ୧୧୯ ତମ ପିସିବି ବୋର୍ଡ ବୈଠକରେ ବିଶଦ ଭାବରେ ଆଲୋଚନା କରାଯାଇଛି । ମହାନଦୀ ପ୍ରସଙ୍ଗ ସହିତ ପରିଷଦରେ ଥିବା କର୍ମଚାରୀ ଅଭାବ ପୂରଣ, ସଂଶୋଧନ, ଓ ଗତ ବର୍ଷର ଅଡିଟ ରେପୋର୍ଟ୍ ଅନୁମତି ନେଇ ଆଲୋଚନା ହୋଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସମେତ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ଓ ପିସିବି ର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ମହାନଦୀ ପ୍ରଦୂଷଣ ମାମଲା, ଅାକ୍ସନ୍ ପ୍ଲାନ୍ ପ୍ରସ୍ତୁତ କଲା ପିସିବୀ।

ମହାନଦୀ ପ୍ରଦୂଷଣ ମାମଲା ରେ ଜାତୀୟ ଗ୍ରୀନ ଟ୍ରି ବୁନାଲ୍ ଙ୍କ ତାଗିଦ ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ (ପିଶିବି) ଙ୍କ ନିଦ ଭାଙ୍ଗିଛି। ରିଭର ରିଯୁଭେଂସନ୍ କମିଟି ଏକ ଅକ୍ସନ ପ୍ଲାଇନ୍ ପ୍ରସ୍ତୁତ କରି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ରେ ଦାଖଲ କରିଛି। 

ରାଜ୍ୟରେ ୧୯ ଟି ପ୍ରଦୂଷିତ ନଦୀ ତୁଠ ରହିଛି। ସେଥି ମଧ୍ୟରୁ ୧୧ ଟି ମହାନଦୀରେ ରହିଛି। ସେଥିପାଇଁ ବିଭିନ୍ନ ଉଦବେଗ ପ୍ରକାଶ ପାଇବା ସହ ଜାତୀୟ ଗ୍ରୀନ ଟ୍ରୀ ବୁନାଲ ହସ୍ତକ୍ଷେପ କରିଛନ୍ତି।  ଏହି ତୁଠ ଗୁଡ଼ିକୁ କିଭଳି ପ୍ରଦୂଷଣ ମୁକ୍ତ କରାଯାଇପାରିବ ସେଥିପାଇଁ ବ୍ୟବସ୍ଥା କରିବାକୁ  ପ୍ରଦୂଷଣ ନିୟନ୍ତ୍ରଣ ପରିଷଦକୁ ଏଞ୍ଜିଟି ଆଦେଶ ଦେଇଥିଲେ। ଏଥିପାଇଁ ଜୁନ ୩୦ ତାରିଖ କଣ୍ଟ ରହିଥିଲା। ଏହି କଣ୍ଟ ପୂରିବା ପୂର୍ବରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ଦାଖଲ କରିଛି। 
ଏହି ଅାକ୍ସନ ପ୍ଲାନ୍ ରେ ତୁଠ ଗୁଡ଼ିକ କିଭଳି ପ୍ରଦୂଷିତ ମୁକ୍ତ ହୋଇପାରିବ ସେଥିପାଇଁ ଯୋଜନା ରହିଛି। କଟକ ଓ ଭୁବନେଶ୍ୱର ମଧ୍ୟରେ ଥିବା ମହାନଦୀ ରେ ବିଭିନ୍ନ ସ୍ଥାନରେ ସୋରେଜ୍ ତିଟିମେନ୍ତ ପ୍ଲାଣ୍ଟ (ଏସ ଟି ପି) ସ୍ଥାପନ କରାଯିବ।ଃଃଃଃଃ।  ଗୋରୁ ମଇଁଷି ଗାଧୋଉଥିବା ଲୁଗା ସଫା କରୁଥିବା ଏହି ତୁଠ ଗୁଡିକରେ ସ୍ଵତନ୍ତ୍ର ପଦକ୍ଷେପ ନିଆଯିବ। ନଦୀ କୂଳରେ ଥିବା ଗାଁ ଗୁଡ଼ିକର ଲୋକମାନେ ନଇ ପଥାରେ ମଳତ୍ୟାଗ କରୁଥିବା ରୁ ଗାଁ ଗୁଡିକୁ ବାହ୍ୟ ମଳତ୍ୟାଗ ମୁକ୍ତ ଗ୍ରାମ ଅଞ୍ଚଳ ଘୋଷଣା କରାଯିବାକୁ ବ୍ୟବସ୍ଥା କରାଯିବ। 
ଏନେଇ ଆଜି ବସିଥିବା ୧୧୯ ତମ ପିଶିବୀ ବୋର୍ଡ ବୈଠକରେ ବିଶଦ ଭାବରେ ଆଲୋଚନା ହୋଇଛି। ଏହି ମହାନଦୀ ପ୍ରସଙ୍ଗ ସହିତ ପରିଷଦରେ ଥିବା କର୍ମଚାରୀ ଅଭାବ ପୂରଣ , ସଂଶୋଧନ, ଓ ଗତ ବର୍ଷର ଅଡିଟ ରେପୋର୍ଟ୍ ଆପୃଭାଲ ନେଇ ଆଲୋଚନା ହୋଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସମେତ  ଜଳ ସମ୍ପଦ ବିଭାଗର ବରିଷ୍ଟ ଅଧିକାରୀ ଓ ପିଶୀବି ର ବରିଷ୍ଟ ଅଧିକାରୀ ମାନେ ଭାଗ ନେଇଥିଲେ।

Byte- ପିଷିବି , ଦେବିଦତ୍ତ ବିଶ୍ଵାଳ , ସଦସ୍ୟ ସଚିବ।
Byte visual send mojo

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.