ETV Bharat / state

ଜମୁଛି ମକର ମହୋତ୍ସବ, ଯୋଗ ଦେଇ ମନକଥା କହିଲେ ଶିକ୍ଷାମନ୍ତ୍ରୀ

ମକର ସଂକ୍ରାନ୍ତି ଦିନଠୁ ଖୋର୍ଦ୍ଧାରେ ଆରମ୍ଭ ହୋଇଛି ମକର ମହୋତ୍ସବ । ଦ୍ବିତୀୟ ଦିନରେ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

khorda makar mahotsav
education minister at khorda makar mahotsav
author img

By

Published : Jan 16, 2023, 1:39 PM IST

ଦ୍ବିତୀୟ ଦିନରେ ଯୋଗ ଦେଇ ମନକଥା କହିଲେ ଶିକ୍ଷାମନ୍ତ୍ରୀ

ଖୋର୍ଦ୍ଧା: ଜିଲ୍ଲାର ପ୍ରସିଦ୍ଧ ଠାକୁର ବାବା ହଟକେଶ୍ବର । ଖୋର୍ଦ୍ଧା ଜିଲ୍ଲା ମକର ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଯୋଗ ଦେଇ ବାବା ହଟକେଶ୍ବର ପ୍ରତ୍ୟକ୍ଷ । ସେ ମୋ ମାନସିକ ପୂରଣ କରିଛନ୍ତି ବୋଲି ଯୋଗ ଦେଇ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ପିଲା ଦିନେ ସେ ବାବା ହଟକେଶ୍ବରଙ୍କ ପାଖକୁ ଆସିଥିଲେ ଓ ବାବା ତାଙ୍କ ମାନସିକ ପୂରଣ କରିଥିବା କହିଛନ୍ତି ।

ମକର ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଯୋଗ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ । ଅଭିଭାଷଣ କରି ତାଙ୍କ ମନ କଥା କହିଛନ୍ତି । ସେ କହିଛନ୍ତି, ମନସ୍କାମନାପୂର୍ଣ୍ଣ କରନ୍ତି ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଠାକୁର ବାବା ହଟକେଶ୍ବର ବୋଲି ମୁଁ ଶୁଣିଥିଲି କିନ୍ତୁ ଆଜି ମୁଁ ଅନୁଭବ କରିଛି । ପିଲାଦିନେ ସ୍କୁଲ ପକ୍ଷରୁ ବାଘମାରି ଅଟ୍ରି ହଟକେଶ୍ବରଙ୍କ ପୀଠକୁ ବୁଲିବା ପାଇଁ ଆସିଥିଲି । ମୁଁ ମନ୍ତ୍ରୀ ହୁଅନ୍ତି ବୋଲି ବାବାଙ୍କ ପାଖରେ ମାନସିକ କରିଥିଲି । ଏବଂ ତାହା ଆଜି ସଫଳ ହୋଇଛି ।'' ଏମିତି କହି ବାବା ହଟକେଶ୍ବର କେତେ ପ୍ରତ୍ୟକ୍ଷ ସେ ସମ୍ପର୍କରେ ମକର ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

ଏହା ବି ପଢନ୍ତୁ...ଦୁଇ ବର୍ଷ ପରେ ଆୟୋଜିତ ହେଲା ଝାରସୁଗୁଡା ଜିଲ୍ଲା ମହୋତ୍ସବ ଦୁଲଦୁଲି

ସେହିଭଳି ମହୋତ୍ସବ ସମସ୍ତଙ୍କୁ ଏକାଠି କରିବାର ଅନ୍ୟତମ ମାଧ୍ୟମ ବୋଲି କହିଛନ୍ତି ଗଣ ଶିକ୍ଷାମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧକ୍ଷ ରାଜେନ୍ଦ୍ର କୁମାର ସାହୁ, ମୁଖ୍ୟବକ୍ତା ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ବେଗୁନିଆ ବିଡ଼ିଓ ଲକ୍ଷ୍ମୀଧର ସାହୁ, ବେଗୁନିଆ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା, ବୋଲଗଡ଼ ବ୍ଲକ ଶିକ୍ଷା ଅଧିକାରୀ ନିରଞ୍ଜନ ମହାନ୍ତି, ବେଗୁନିଆ, ବୋଲଗଡ଼ ବ୍ଲକର ସରପଞ୍ଚ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ...ବାଜିରେ ଲାଗିଛି ସମ୍ପର୍କ, ସରକାରୀ ଚାକିରି ପାଇଁ ବାପା ଓ ଭାଇଙ୍କୁ ଭୁଲିଗଲେ

ଶୀତୁଆ ସନ୍ଧ୍ୟାରେ ବାଘମାରି ସରସ୍ବତୀ ଶିଶୁ ମନ୍ଦିରର କୁନି କଳାକାରଙ୍କ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ଅନ୍ୟକଳାକାର ମଧ୍ୟ ନୃତ୍ୟ କରିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ବଲାଙ୍ଗୀରର ଭବାନୀ ଶଙ୍କର କଳା ପରିଷଦର,ଶିଳ୍ପୀକା ଭୁବନେଶ୍ବରର କଳାକାର ଆଦିଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରବଳ ଜନସମାଗମ ହୋଇଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.