ETV Bharat / state

କୋରୋନା ଛଡାଇ ନେଲା ବେଉସା, ଚିନ୍ତାରେ ଟେଣ୍ଟ ହାଉସ ମାଲିକ ଓ କର୍ମଚାରୀ - ଟେଣ୍ଟ ହାଉସ ବ୍ୟବସାୟ ଉପରେ କୋରୋନା ପ୍ରଭାବ

କୋରୋନା ମହାମାରୀ ପାଇଁ ଅସ୍ତବ୍ୟସ୍ତ ହୋଇପଡ଼ିଛି ସମସ୍ତ ଜନଜୀବନ । ଆଉ ଏଥିରେ ବେଶି ପ୍ରଭାବିତ ହୋଇଛନ୍ତି ଟେଣ୍ଟ ହାଉସ ବ୍ୟବସାୟୀମାନେ । ଅଧିକ ପଢନ୍ତୁ...

କୋରୋନା ଛଡାଇ ନେଲା ବେଉସା, ଚିନ୍ତାରେ ଟେଣ୍ଟ ହାଉସ ମାଲିକ ଓ କର୍ମଚାରୀ

author img

By

Published : Oct 16, 2021, 8:40 AM IST

ଖୋର୍ଦ୍ଧା: କୋରୋନା ମହାମାରୀ ପାଇଁ ଅସ୍ତବ୍ୟସ୍ତ ହୋଇପଡ଼ିଛି ସମସ୍ତ ଜନଜୀବନ । ଆଉ ଏଥିରେ ବେଶି ପ୍ରଭାବିତ ହୋଇଛନ୍ତି ଟେଣ୍ଟ ହାଉସ ବ୍ୟବସାୟୀମାନେ । ଗତ ଦୁଇ ବର୍ଷ ଧରି କୋରୋନା ସମସ୍ତଙ୍କର ଚିନ୍ତା ବଢାଇଥିବା ବେଳେ ସରକାର ଏଥିପାଇଁ ଗାଇଡଲାଇନ ଜାରି କରିଛନ୍ତି । ଯାହାଫଳରେ ଏହି ଟେଣ୍ଟ ହାଉସର କର୍ମଚାରୀମାନେ ହାତବାନ୍ଧି ଘରେ ବସି ରହିଛନ୍ତି ।

କୋରୋନା ଛଡାଇ ନେଲା ବେଉସା, ଚିନ୍ତାରେ ଟେଣ୍ଟ ହାଉସ ମାଲିକ ଓ କର୍ମଚାରୀ

ଅନ୍ୟପଟେ ଦୁଇ ବର୍ଷଧରି କୋରୋନା ପାଇଁ ବିବାହ, ବ୍ରତ ଓ ଡିଜେ ସାଉଣ୍ଡ ବନ୍ଦ ରହିଛି । ଆଗରୁ ଯେଉଁଠି ୫୦୦ ଲୋକଙ୍କୁ ନିମନ୍ତ୍ରଣ କରାଯାଇ ପାରିବାର ଅନୁମତି ଥିଲା ଏବେ ତାହାକୁ ୨୦୦ରେ ସୀମିତ ରଖାଯାଇଛି । କିନ୍ତୁ ଗତ କିଛି ମାସ ହେବ ଆଶିଂକ ଡେକୋରେସନ ପାଇଁ ସରକାର ଅନୁମତି ଦେଇଛନ୍ତି । ଏପଟେ ପାର୍ବଣ ଋତୁରେ ଦୂର୍ଗା ପୂଜା ପାଇଁ ଟେଣ୍ଟ ହାଉସ ମାଲିକମାନେ ସଜବାଜ ହେଉଥିବା ବେଳେ ଏଥିରେ ଅଙ୍କୁଶ ଲଗାଇଛନ୍ତି ସରକାର । ଆଉ ଯାହା ପାଇଁ ଚିନ୍ତାରେ ବସିଛନ୍ତି ଟେଣ୍ଟ ହାଉସର ମାଲିକମାନେ।

କୋରୋନାକୁ ଚେକ ଦେବାପାଇଁ ସରକାର ନୂତନ ଗାଇଡ଼ଲାଇନ ଆଣୁଥିବା ବେଳେ, ଏହା କିନ୍ତୁ ଅନେକଙ୍କ ଜୀବନଜୀବିକାକୁ ଉଜାଡ଼ି ଦେଉଛି । ତେବେ ସରକାର ଏଥି ପ୍ରତି ଦୃଷ୍ଟିଦେବା ଆବଶ୍ୟକତା ରହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.