ETV Bharat / state

ତୁଟୁନି ଉଠାଦୋକାନୀ-ସେଣ୍ଟ୍ରାଲ ମାର୍କେଟ ସଂଘ ବିବାଦ, 17ରୁ ମାର୍କେଟ ବିଲ୍ଡିଂ ବନ୍ଦ - ମାର୍କେଟ ବିଲ୍ଡିଂ ସମସ୍ୟା

ଉଠାଦୋକାନୀ ଓ ସେଣ୍ଟ୍ରାଲ ମାର୍କେଟ ସଂଘ ବିବାଦ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ସମସ୍ୟାର ସମାଧାନ ନ ହେବାରୁ 17ରୁ ମାର୍କେଟ ବିଲ୍ଡଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ଚେତାବନୀ ଦେଇଛି ସେଣ୍ଟ୍ରାଲ ମାର୍କେଟ ସଂଘ । ଅଧିକ ପଢନ୍ତୁ

market building issue
ଉଠାଦୋକାନୀ-ସେଣ୍ଟ୍ରାଲ ମାର୍କେଟ ସଂଘ ବିବାଦ
author img

By

Published : Jul 14, 2023, 10:32 AM IST

ଉଠାଦୋକାନୀ-ସେଣ୍ଟ୍ରାଲ ମାର୍କେଟ ସଂଘ ବିବାଦ

ଭୁବନେଶ୍ବର: ପୁଣି ଘନେଇବାରେ ଲାଗିଛି ଉଠାଦୋକାନୀ ଓ ସେଣ୍ଟ୍ରାଲ ମାର୍କେଟ ସଂଘ ବିବାଦ । ସ୍ଥାୟୀ ଅସ୍ଥାୟୀ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ତୁଟୁନି । ବିଏମସି ଅଧିକାରୀଙ୍କ ଇଙ୍ଗିତରେ ଜବରଦଖଲ ବଢ଼ୁଥିବା ଅଭିଯୋଗ ହୋଇଛି । ମାର୍କେଟ ବିଲ୍ଡିଂରେ ଉଠାଦୋକୀଙ୍କ ପସରା ବନ୍ଦ ହେଉନାହିଁ । ଜାଣିଶୁଣି ବିଏମସି ସେମାନଙ୍କୁ ଭିତରେ ବସାଉଛି । ବିଏମସିର ଏପର ଦୋମୁହାଁ ନୀତି ଚଳିବ ନାହିଁ । ସୋମବାର ସୁଦ୍ଧା ମାର୍କେଟ ବିଲ୍ଡିଂ ପରିସରରୁ ସେମାନଙ୍କୁ ହଟାନ୍ତୁ ନଚେତ୍‌ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ ଚେତାବନୀ ଦେଇଛି ସେଣ୍ଟ୍ରାଲ ମାର୍କେଟ ସଂଘ । କମିଶନର ଓ ମେୟରଙ୍କ ଘର ଆଗରେ ଧାରଣା ଦେବେ ବୋଲି ସେଣ୍ଟ୍ରାଲ ମାର୍କେଟ ସଂଘ ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ।

ଏବେ ପ୍ରାୟ ୨୦୦ ଉଠାଦୋକାନୀଙ୍କ କବଳରେ ମାର୍କେଟ ବିଲ୍ଡିଂ ଥିବାବେଳେ ଆଗକୁ ଏହି ସଂଖ୍ୟା ୩୫୦ ଯାଏ ପହଞ୍ଚାଇବାକୁ ମସୁଧା କରାଯାଇଛି । ବିଏମସି ଅଧିକାରୀ ଓ କିଛି ଅସାଧୁ ବ୍ୟକ୍ତିଙ୍କ ପ୍ରଭାବରେ ମାର୍କେଟ ବିଲ୍ଡିଂରେ ଏବେ ଉଠାଦୋକାନୀଙ୍କ ଆଡ୍ଡା ଜମିଥିବା ଅଭିଯୋଗ କରିଛି ସେଣ୍ଟ୍ରାଲ ମାର୍କେଟ ସଂଘ । ଅନୁମତି ପାଇ ନଥିବା ବ୍ୟବସାୟୀଙ୍କୁ କେବଳ ଭର୍ଚୁଆଲ୍ ଭାବେ ବନ୍ଦ କରାଯାଇଛି । ହାଇକୋର୍ଟଙ୍କ ଦ୍ବାରା ମଧ୍ୟ ଉଚ୍ଛେଦ ନେଇ କିଛି ବିଧିବଦ୍ଧ ନିର୍ଦ୍ଦେଶ ଜାରି ହୋଇନାହିଁ । କିନ୍ତୁ ବିଏମସି ଅଧିକାରୀ କୋର୍ଟଙ୍କ ସେହି ନିର୍ଦ୍ଦେଶକୁ ଦେଖାଇ ଉଠାଦୋକାନୀଙ୍କ ହଟାଉ ନାହିଁ । ଓଲଟି ବିଏମସି ଅଧିକାରୀଙ୍କ ଇଙ୍ଗିତରେ ମାର୍କେଟ ବିଲ୍ଡିଂରେ ଜବରଦଖଲ ବଢ଼ୁଥିବା କହିଛନ୍ତି ସଂଘ ସଭାପତି ପଦ୍ୟୁମ୍ନ ଜେନା ।

ସେ ଆହୁରି କହିଛନ୍ତି, ''ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଓ ସ୍ଥାୟୀ ବ୍ୟବସାୟୀଙ୍କ ପ୍ରତି ବୈମାତୃକ ମନୋଭାବ ଉଠାଦୋକାନୀଙ୍କୁ ଜବରଦଖଲ କରିବାରେ ପ୍ରୋତ୍ସାହିତ କରୁଛନ୍ତି । ମାର୍କେଟ ବିଲ୍ଡିଂକୁ ସମ୍ପୂର୍ଣ୍ଣ ଭାବେ ଉଠାଦୋକାନୀ ମୁକ୍ତ କରିବାକୁ ଆସୋସିଏସନ୍‌ ଦାବି କରିଥିବାବେଳେ ପ୍ଲଟ୍‌ ନମ୍ବର ୧୩୧, ୧୪୩, ୧୪୬ ଓ ୧୧୮୬ରେ ଦୈନିକ ବେଆଇନ ଭାବେ ବସୁଥିବା ଉଠାଦୋକାନୀଙ୍କୁ ହଟାଯାଉ । ୪ ପ୍ଲଟ୍‌ ସାଧାରଣ ଓ ପ୍ରଶାସନ ବିଭାଗର ହୋଇଥିବାବେଳେ ପ୍ରାୟ ୧.୨ ଏକର ଜାଗାରେ ଉଠା ଦୋକାନୀମାନେ ବେଆଇନ ଭାବେ ବେପାର କରୁଛନ୍ତି । ଯାହାଫଳରେ ମାର୍କେଟ ବିଲ୍ଡିଂ ଲାଗି ସଂରକ୍ଷିତ ଥିବା ଯାତାୟତ ରାସ୍ତା ଜବରଦଖଲରେ ରହୁଛି । ସେହିପରି ମାର୍କେଟ ବିଲ୍ଡିଂରେ ଗହଳି ହେଉଥିବାବେଳେ ଉଠାଦୋକାନୀମାନେ ଏଣେ ତେଣେ ଅଳିଆ ଆବର୍ଜନା ଫିଙ୍ଗୁଛନ୍ତି । ବିଏମସି ମେୟର, କମିଶନର, ଅତରିକ୍ତ କମିଶନରଙ୍କୁ ମାର୍କେଟ ଆସୋସିଏସନ୍‌ ଏକାଧିକ ବାର ଅଭିଯୋଗ କରିଥଲେ ହେଁ ଏନେଇ କିଛି ସମଧାନ କରାଯାଇନାହିଁ ।''

ଏହା ବି ପଢନ୍ତୁ...ଉଠା ଦୋକାନ ଉପରେ ଚଢିଲା ବୁଲଡୋଜର, ମାର୍କେଟ ବିଲଡିଂରେ ଉତ୍ତେଜନା

ଭୁବନେଶ୍ୱର ୟୁନିଟ୍ ୨ ମାର୍କେଟ ବିଲ୍ଡିଂରେ ବସୁଥିବା ବ୍ୟବସାୟୀଙ୍କୁ ନେଇ ମାର୍କେଟ ବିଲ୍ଡିଂ ଆସୋସିଏସନ୍‌ ପ୍ରଶ୍ନ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ମାର୍କେଟ ବିଲ୍ଡିଂକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ଧମକ ଦେଇଛି । ଆସନ୍ତା ୩ ଦିନ ଅର୍ଥାତ ସୋମବାର ସୁଦ୍ଧା ମାର୍କେଟ ବିଲ୍ଡିଂରେ ଦେଖାଦେଉଥିବା ସମସ୍ୟାର ଯଦି ଭୁବନେଶ୍ବର ମହାନଗର ନିଗମ (ବିଏମସି) ସମାଧାନ ନକରେ ତେବେ ମାର୍କେଟ ବିଲ୍ଡିଂର ସ୍ଥାୟୀ ଦୋକାନୀ ସପରିବାର ମେୟର ଓ କମିଶନରଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବେ ବୋଲି ଆସୋସିଏସନର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.