ETV Bharat / state

ଖୋର୍ଦ୍ଧାରେ ଦାଉ ସାଧୁଛି ବନ୍ୟା, ପାଣି ଘେରରେ ୨୨ ପଞ୍ଚାୟତ ୭୩ ଗାଁ - ପାଣି ଘେରରେ ଖୋର୍ଦ୍ଧାର ୨୨ଟି ପଞ୍ଚାୟତ

ମରାଜୁଆ ନଦୀରେ ବନ୍ୟା ପରେ ଖୋର୍ଦ୍ଧା ଏବଂ ଜଟଣୀ ବ୍ଲକର ୬ ପଞ୍ଚାୟତ ପ୍ରଭାବିତ ହୋଇଛି । ଅଧିକ ପଢନ୍ତୁ

ଦାଉ ସାଧୁଛି ବନ୍ୟା, ପାଣି ଘେରରେ ଖୋର୍ଦ୍ଧାର ୨୨ଟି ପଞ୍ଚାୟତ

author img

By

Published : Aug 22, 2022, 2:19 PM IST

ଖୋର୍ଦ୍ଧା: ଦାଉ ସାଧୁଛି ବନ୍ୟା । ଆଜି ବି ପାଣି ଘେରରେ ଖୋର୍ଦ୍ଧା ଜିଲ୍ଲାର ୨୨ ପଞ୍ଚାୟତର ୭୩ଟି ଗ୍ରାମ । ମରାଜୁଆ ନଦୀରେ ବନ୍ୟା ପରେ ଖୋର୍ଦ୍ଧା ଏବଂ ଜଟଣୀ ବ୍ଲକର ୬ ପଞ୍ଚାୟତ ପ୍ରଭାବିତ ହୋଇଛି । ଖୋର୍ଦ୍ଧ ବ୍ଲକର ଓରବରସିଂହ , ନରଣଗଡ, ବ୍ରଜମୋହନପୁରର ୧୫ ରୁ ଅଧିକ ଗ୍ରାମ ଏବେ ପାଣି ଘେରରେ । ଓରବରସିଂହ ପଞ୍ଚାୟତର ହିରିମୂଳ, ଡିହଖଳା, ଦୁର୍ଗାପୁର, ଓରବରସିଂହ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

ଖୋର୍ଦ୍ଧାରେ ଦାଉ ସାଧୁଛି ବନ୍ୟା, ପାଣି ଘେରରେ ୨୨ ପଞ୍ଚାୟତ ୭୩ ଗାଁ

ଏହା ମଧ୍ୟ ପଢନ୍ତୁ-ସୁଧୁରୁନି ବନ୍ୟା ସ୍ଥିତି, ପାଣି ଘେରରେ ଖୋର୍ଦ୍ଧାର 22 ପଞ୍ଚାୟତ

ବ୍ରଜମୋହନପୁର ପଞ୍ଚାୟତର ଶରଧାପୁର ଗ୍ରାମରେ ୧୦ ଫୁଟ ଉଚ୍ଚର ପାଣି ଜମିଥିବା ବେଳେ ତିରିମଲ୍ଲ ନିକଟରେ ରାଜୁଆ ନଦୀର ନଦୀବନ୍ଧ ଭାଙ୍ଗିବାରୁ ନରଣଗଡ ପଞ୍ଚାୟତର କୁରୁମପଡା ଗ୍ରାମର ଘର ଭିତରେ ବାର ଫୁଟର ପାଣି ଜମିଛି । ସେହିପରି ନରଣଗଡ ପଞ୍ଚାୟତର ବଳପୁର ନିକଟ ନଦୀ ବନ୍ଧ ରାସ୍ତାରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି ।

ଜଟଣୀ ବ୍ଲକର ତିରିମଲ୍ଲ, ତରାବୋଇ ଆଦି ପଞ୍ଚାୟତରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରନ୍ଧା ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଥିବା ବେଳେ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.