ETV Bharat / state

କଂଗ୍ରେସ ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ବହୁ ଯୁବକ ଯୁବତୀ

author img

By ETV Bharat Odisha Team

Published : Oct 1, 2023, 11:00 PM IST

ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି କଂଗ୍ରେସ । ରାଜ୍ୟରେ କଂଗ୍ରେସ କିଭଳି ଜନସାଧାରଣଙ୍କ ଆସ୍ଥାଭାଜନ ହେବ ସେନେଇ ପ୍ରାଣମୂର୍ଚ୍ଚା ଉଦ୍ୟମ ଆରମ୍ଭ କରିଛି । କଂଗ୍ରେସ ପାର୍ଟୀର ନୀତି ଆଦର୍ଶକୁ ଭଲ ପାଇ ପାର୍ଟୀରେ ଯୋଗ ଦେଇଛନ୍ତି ବହୁ ଯୁବକ ଯୁବତୀ। ଅଧିକ ପଢ଼ନ୍ତୁ

କଂଗ୍ରେସ ମିଶ୍ରଣ ପର୍ବ
କଂଗ୍ରେସ ମିଶ୍ରଣ ପର୍ବ
କଂଗ୍ରେସ ମିଶ୍ରଣ ପର୍ବ

ଭୁବନେଶ୍ବର: ଆଗକୁ ଆସୁଛି 2024 ସାଧାରଣ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି କଂଗ୍ରେସ । ରାଜ୍ୟରେ କଂଗ୍ରେସ କିଭଳି ଜନସାଧାରଣଙ୍କ ଆସ୍ଥାଭାଜନ ହେବ ସେନେଇ ପ୍ରାଣମୂର୍ଚ୍ଚା ଉଦ୍ୟମ ଆରମ୍ଭ କରିଛି । ଏହାସହ ବିଭିନ୍ନ ବର୍ଗର ଯୁବବର୍ଗଙ୍କୁ ଦଳରେ ସାମିଲ କରୁଛି । ତେବେ କଂଗ୍ରେସ ପାର୍ଟୀର ନୀତି ଆଦର୍ଶକୁ ଭଲ ପାଇ ପାର୍ଟୀରେ ଯୋଗ ଦେଇଛନ୍ତି ବହୁ ଯୁବକ ଯୁବତୀ।

କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତି ଦୃଢ଼ ଆସ୍ଥା ପ୍ରକଟ କରି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବହୁ ଶିକ୍ଷିତ ଯୁବକ ଯୁବତୀ କଂଗ୍ରେସରେ ଯୋଗ ଦେଇଛନ୍ତି । ତେବେ ସେମାନେ ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତିଙ୍କ ନେତୃତ୍ୱରେ ଆଜି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଆଜି ଏହି ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଗଣେଶ୍ୱର ବେହେରା, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ପିସିସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରା, ପିସିସି ସାଧାରଣ ସଂପାଦକ ସୁବ୍ରତ ମହାପାତ୍ର ଏବଂ ଜିଲ୍ଲା ଉପସଭାପତି ଶୁଭଦ୍ରା ମିଶ୍ର ପ୍ରମୁଖ ଉପସ୍ଥିତ ରହି କଂଗ୍ରେସ ଦଳରେ ଯୋଗଦେଇଥିବା ନେତୃବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ କଂଗ୍ରେସ ଦଳକୁ ସ୍ୱାଗତ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ବଳ ଗୋଟାଉଛି କଂଗ୍ରେସ, ସେପ୍ଟେମ୍ବର ୫ରେ ମିଶିବେ ବହୁ ହେଭିୱେଟ୍‌ !

ତେବେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, " କଂଗ୍ରେସକୁ ଲୋକେ ଭଲ ପାଇ ଦଳରେ ସାମିଲ ହେଉଛନ୍ତି। ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ପରେ ସାରା ଭାରତବର୍ଷର ଯୁବଶକ୍ତିମାନେ ରାହୁଲ ଗାନ୍ଧୀଙ୍କ ବିଚାରଧାରାକୁ ଆପଣାଇ ନେଇଛନ୍ତି । ଦୀର୍ଘ ୨୩ ବର୍ଷ ଧରି ଓଡ଼ିଶାର ବିଜେଡ଼ି ସରକାର ଓଡ଼ିଶାର ଯୁବକ ଓ ଯୁବତୀମାନଙ୍କ ଭାଗ୍ୟ ସହିତ ଖେଳ ଖେଳୁଛନ୍ତି । ବର୍ଷକୁ ୨ ଲକ୍ଷ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ବର୍ଷକୁ ୨ଶହ ଚାକିରି ମଧ୍ୟ ଦେଲେ ନାହିଁ । ଲକ୍ଷ ଲକ୍ଷ ପଦବୀ ସବୁ ବିଭାଗରେ ପଡ଼ି ରହିଛି କିନ୍ତୁ ପୂରଣ କରିବା ପରିବର୍ତ୍ତେ ଏସବୁ ପଦବୀ ଗୁଡ଼ିକ ବର୍ଷ ବର୍ଷ ଧରି ଫାଙ୍କା ପଡ଼ିରହୁଛି । ଶିକ୍ଷିତ ଯୁୂବକ ଯୁବତୀମାନେ ଚାକିରି ଆଶାରେ ବର୍ଷ ବର୍ଷ ଧରି ପଡ଼ିରହୁଛନ୍ତି । ଏହି ଯୁବକ ଯୁବତୀମାନଙ୍କ ଯୋଗଦାନ ଫଳରେ କଂଗ୍ରେସ ଅଧିକ ଶକ୍ତିଶାଳୀ ହେବ। "

ତେବେ କଂଗ୍ରେସର ଏହି ମିଶ୍ରଣ ପର୍ବରେ ସର୍ବଶ୍ରୀ ଜି. କେଶବ ଦାସ, ରାଜା ରାଓ, ବିଜୟ କୁମାର ବାରିକ, ପ୍ରିୟମ୍ବଦା ପ୍ରିୟଦର୍ଶିନୀ, ବୈଶାଳୀ ପାତ୍ର, ଅଭିଶେକ ସୁବୁଦ୍ଧି, ଅସିମ କୁମାର ସେଠୀ, କିଶୋର ଦାସ, ସନ୍ତୋଷ ଶର୍ମା, ସୁଜିତ ସ୍ୱାଇଁ, ଏମଡି ମାଜିତ, ସନ୍ତୋଷ ଶର୍ମା, ତ୍ରିଲୋଚନ ରାଓ, ବିଜୟ ଜେନା, ଶଙ୍କର ମିଶ୍ର, ଅଭିନାଶ ବାରିକ, ଗୋବିନ୍ଦ ବେହେରା, ସୋମନାଥ ବାରିକ, ଅଭିଜିତ ଜେନା ପ୍ରମୁଖ ଆଜି କଂଗ୍ରେସ ଦଳରେ ଯୋଗଦେଇ ଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଶୋକ ଦାସ, ଓ ପିସିସି ଗଣମାଧ୍ୟମର ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.