ETV Bharat / state

ରାୟପୁରରେ କଂଗ୍ରେସ ମହାଅଧିବେଶନ, ଓଡ଼ିଶାରୁ ୬୦୦ ନେତୃବୃନ୍ଦ ସାମିଲ

author img

By

Published : Feb 26, 2023, 8:10 AM IST

ଛତିଶଗଡ ରାଜଧାନୀ ରାୟପୁରରେ 85ତମ କଂଗ୍ରେସ ଜାତୀୟ ଅଧିବେଶନ ଗତ ଶୁକ୍ରବାରଠୁ ଆରମ୍ଭ ହୋଇଛି । ଏଥିରେ ଓଡ଼ିଶାର ବହୁ କଂଗ୍ରେସ ନେତା ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

congress plenary session in raipur
ରାୟପୁରରେ କଂଗ୍ରେସ ମହାଅଧିବେଶନ

ଭୁବନେଳଶ୍ବର: ଛତିଶଗଡ଼ର ରାୟପୁରରେ ୮୫ତମ ଅଖିଳ ଭାରତ କଂଗ୍ରେସ ମହାଅଧିବେଶନ ଉଦଘାଟନ ହୋଇଛି । କାର୍ଯ୍ୟକ୍ରମକୁ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ କଂଗ୍ରେସ ନେତା ସାମିଲ ହୋଇଛନ୍ତି । ଓଡ଼ିଶା ପିସିସି ମୁଖପାତ୍ର ତଥା ଏଆଇସିସି ସଦସ୍ୟ ରଜନୀ କୁମାର ମହାନ୍ତି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିବାର ସୁଯୋଗ ପାଇଥିଲେ । ଆଜି (ରବିବାର) ଅଧିବେଶନର ଅନ୍ତିମ ଦିନ । 2024 ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ଦଳୀୟ ସାଙ୍ଗଠନିକ ଶକ୍ତିକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ଏହି ଅଧିବେଶନରେ ମାନସମନ୍ଥନ କରୁଛି ଦଳ । କେନ୍ଦ୍ରରୁ ବିଜେପିକୁ ହଟାଇବା ଅଧିବେଶନର ମୁଖ୍ୟ ବିଷୟବସ୍ତୁ ଥିବା ଚର୍ଚ୍ଚା ହେଉଛି ।

congress plenary session in raipur
congress plenary session in raipur

ଶନିବାର ମହାଅଧିବେଶନର ଦ୍ବିତୀୟ ଦିନରେ ତିନୋଟି ପ୍ରସ୍ତାବ ଆଗତ କରାଯାଇ ସର୍ବସମ୍ମତିକ୍ରମେ ପାରିତ କରାଯାଇଛି । କଂଗ୍ରେସ ସମ୍ବିଧାନର ପରିବର୍ତ୍ତନ ପାଇଁ ମତ ଗ୍ରହଣ କରାଯାଇଛି । ମହିଳା, ଆଦିବାସୀ, ପଛୁଆ, ଜନଜାତି, ସଂଖ୍ୟାଲଘୁ ବର୍ଗଙ୍କ ପାଇଁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଭିତ୍ତିରେ ୫୦ ଶତକଡା ସଂରକ୍ଷଣ ଦିଆଯିବ । ୫୦ ବର୍ଷରୁ କମ ଯୁବକ, ଯୁବତୀଙ୍କୁ ଜିଲ୍ଲା ପରିଷଦଠୁ ଆରମ୍ଭ କରି ସାଂସଦ ନିର୍ବାଚନ ପର୍ଯ୍ୟନ୍ତ ୫୦ ପ୍ରତିଶତ ସିଟ୍ ଦିଆଯିବ । ଏଆଇସିସି ଦ୍ଵିତୀୟ ଅଧିବେଶନରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନେ ଅଭିଭାଷଣ ରଖିଛନ୍ତି । କେତେକ ରାଜ୍ୟର ରାଜ୍ୟ ସଭାପତି ମଧ୍ୟ ନିଜ ନିଜର ମତ ରଖିଥିଲେ । ଓଡିଶାର ପିସିସି ମୁଖପାତ୍ର ରଜନୀ କୁମାର ମହାନ୍ତି ନିଜର ଅଭିଭାଷଣ ରଖିଥିଲେ । ଦିବଙ୍ଗତ କଂଗ୍ରେସ ନେତୃବୃନ୍ଦଙ୍କ ଉଦ୍ଧେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଓଡ଼ିଶାର ପୂର୍ବତନ ସାଂସଦ ସ୍ବର୍ଗତଃ ଜୟନ୍ତୀ ପଟ୍ଟନାୟକଙ୍କ ସହ ଭାରତବର୍ଷର ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ''ଏକ ବିଭାଜନକାରୀ ଶକ୍ତି ଭାରତବର୍ଷକୁ ବିଭାଜନ କରିବାକୁ ଉଦ୍ୟମ କରୁଛି । ଏହାସହିତ ଅର୍ଥନୈତିକ, ସାମାଜିକ, ରାଜନୈତିକ କ୍ଷେତ୍ରରେ ଦୁର୍ବଳ କରିବାରେ ଚକ୍ରାନ୍ତ ଚଳାଇଛନ୍ତି । ଭାରତବର୍ଷର ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ କଂଗ୍ରେସ ସରକାର ସମୟରେ ଯେଉଁ ସବୁ ସଂସ୍ଥାଗୁଡିକ ଗଠନ କରାଯାଇଥିଲା ତାହାକୁ ଆଜିର ସରକାର ନିଜର ରାଜନୈତିକ ଉଦ୍ଦେଶ୍ୟରେ ଅକ୍ତିଆର କରି ନେଇଛନ୍ତି । ସଂସଦରେ ସରକାରଙ୍କୁ ଯେଉଁ ସବୁ ପ୍ରଶ୍ନ କରାଯାଇଛି ସେଗୁଡିକର ଉତ୍ତର ଦେବା ପରିବର୍ତ୍ତେ ପ୍ରଶ୍ନକର୍ତ୍ତାଙ୍କ ଭାଷଣକୁ ସଂସଦର ବିବରଣୀରୁ ବାଦ ଦିଆଯାଉଛି । ଏହି ଶକ୍ତିମାନଙ୍କ ବିରୁଦ୍ଧରେ କଂଗ୍ରେସ ଦଳ ପ୍ରତ୍ୟେକ ସ୍ତରରେ ଲଢେଇ କରୁଛି କରିବ । ରାହୁଲ ଗାନ୍ଧୀଙ୍କର ଭାରତ ଯୋଡୋ ଯାତ୍ରାର ଅଦ୍ଭୁତ ସଫଳତା ଏହି ଶକ୍ତିମାନଙ୍କୁ ଚିନ୍ତାରେ ପକାଇଛି । କଂଗ୍ରେସ ଏକମାତ୍ର ଦଳ ଯେଉଁ ଦଳରେ ଜଣେ ବ୍ଲକ କଂଗ୍ରେସ ସଭାପତି ସେହି ଐତିହାସିକ ଦଳର ସଭାପତି ହୋଇ ପାରିଛନ୍ତି । ଏହା ମୋ ପାଇଁ ବିଶେଷ ଗର୍ବର କଥା ।''

ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଅଭିଭାଷଣରେ ନବନିର୍ବାଚିତ ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ କଂଗ୍ରେସ ଦଳ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଚିନ୍ତାଧାରାରେ ସବୁବେଳେ ପାଇଁ ପରିଚାଳିତ ହେଉ ବୋଲି ଆଶାପୋଷଣ କରିଛନ୍ତି । ସମାଜର ପ୍ରତ୍ୟେକ ବର୍ଗର ବିକାଶ ହେବା ଜରୁରୀ । ବିଶେଷକରି ମହିଳାମାନଙ୍କର ଅର୍ଥନୈତିକ, ଶିକ୍ଷା, ସୁରକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ବିକାଶ ନିତ୍ୟାନ୍ତ ଜରୁରୀ ଅଟେ । ସାମ୍ବିଧାନିକ ଅନୁଷ୍ଠାନର ସୁରକ୍ଷା ଏବଂ ନ୍ୟାୟାଳୟର ସ୍ବାଧୀନତାକୁ ବଜାୟ ରଖିବାକୁ ପଡିବ । କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ମନପ୍ରାଣ ଦେଇ ନିଜ ନିଜ ରାଜ୍ୟରେ ବୁଥ ସ୍ତରରୁ ଜୋରଦାର ଉଦ୍ୟମ କରିବାକୁ ପଡିବ । କଂଗ୍ରେସ ହିଁ କେବଳ ଏ ଦେଶର ଜନଗଣଙ୍କ ସ୍ବାର୍ଥ ରକ୍ଷା କରିପାରିବ ବୋଲି କହିଛନ୍ତି ସୋନିଆ ଗାନ୍ଧୀ ।

ଏହା ବି ପଢନ୍ତୁ...ଯୁବ ସଂଗମ କାର୍ଯ୍ୟକ୍ରମ ପାଇଁ ଓଡିଶା ଗସ୍ତରେ ସିକ୍କିମ ପ୍ରତିନିଧି

ଓଡିଶାରୁ ପିସିସି ସଭାପତି ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ନରସିଂହ ମିଶ୍ର, ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ରମେଶ ଜେନା, ଅଧିରାଜ ପାଣିଗ୍ରାହୀ, ଏସ ରାଜେନ ଏକ୍କା, ବିଜୟ ପଟ୍ଟନାୟକ, ଗଣେଶ୍ବର ବେହେରା, ଅନନ୍ତ ସେଠୀ, ଭୁଜବଳ ମାଝୀ, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ଯୁବ ସଭାପତି ସ୍ମୃତି ଲେଙ୍କାଙ୍କ ସମେତ ଓଡ଼ିଶାରୁ ୬୦୦ରୁ ଊର୍ଦ୍ଧ୍ବ କଂଗ୍ରେସ ନେତୃବୃନ୍ଦ ଏହି ମହାଅଧିବେଶନରେ ଯୋଗ ଦେଇଛନ୍ତି ।

ବୈଠକରେ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ, ଏଆଇସିସି ସାଧାରଣ ସମ୍ପାଦକ ରାନଦୀପ ସୁରଜେବାଲା, ଶଶୀ ଥରୁର ଏବଂ ବହୁ କଂଗ୍ରେସ ନେତୃବୃନ୍ଦ, ବିଭିନ୍ନ ରାଜ୍ୟର ପିସିସି ସଭାପତି, କଂଗ୍ରେସ ବିଧାୟକ ଦଳ ନେତା, ଏଆଇସିସି ଏବଂ ପିସିସି ସଦସ୍ୟ ପାଖାପାଖି ୧୫ ହଜାରରୁ ଅଧିକ ନେତୃବର୍ଗ ଅଂଶଗ୍ରହଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.