ETV Bharat / state

Hockey World Cup 2023: ବାରବାଟୀରେ ଜମିବ ଉଦ୍‌ଘାଟନୀ ଉତ୍ସବ, ଯୋଗଦେବେ ରଣଭୀର-ଦିଶା

author img

By

Published : Dec 27, 2022, 8:51 PM IST

Updated : Dec 27, 2022, 10:06 PM IST

ହକି ବିଶ୍ବକପ୍ ୨୦୨୩ ଉଦ୍‌ଘାଟନ ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର । ବଲିଉଡ ସୁପର ଷ୍ଟାର ରଣଭୀର ସିଂହ ଓ ଅଭିନେତ୍ରୀ ଦିଶା ପଟାନୀଙ୍କ ସମେତ ଯୋଗଦେବେ ବହୁ ଲୋକପ୍ରିୟ କଳାକର । ଉଦଘାଟନୀ ଉତ୍ସବ ପାଇଁ ଆସନ୍ତାକାଲି ମଧ୍ୟାହ୍ନରୁ Paytm ସାଇଡରେ ଉପଲବ୍ଧ ହେବ ଟିକେଟ । ଅଧିକ ପଢ଼ନ୍ତୁ

ହକି ବିଶ୍ବକପ୍ ଉଦ୍‌ଘାଟନୀ ଉତ୍ସବରେ ଚମକିବେ ବଲିଉଡ ତାରକା

ଭୁବନେଶ୍ବର/କଟକ: ହକି ବିଶ୍ବକପ୍ ୨୦୨୩ ଉଦ୍‌ଘାଟନୀ ଉତ୍ସବ ପାଇଁ କଟକରେ ବଡ଼ ଇଭେଣ୍ଟ । ଆସନ୍ତା ଜାନୁଆରୀ ୧୧ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ବକପ ଉଦଘାଟନୀ ଉତ୍ସବ ହେବ । ଏହି ଉଦ୍‌ଘାଟନୀ ଉତ୍ସବରେ ବଲିଉଡ ସୁପରଷ୍ଟାର ରଣଭୀର ସିଂହ ଓ ଅଭିନେତ୍ରୀ ଦିଶା ପଟାନୀଙ୍କ ସମେତ ବହୁ ନାମିଦାମୀ କଳାକାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ମଧ୍ୟାହ୍ନରୁ Paytm ସାଇଡରୁ ଦର୍ଶକ ଟିକେଟ ବୁକିଂ କରିପାରିବେ ବୋଲି ଜଣାପଡ଼ିଛି ।

ଆଉ ହାତ ଗଣତି ଦିନ ପରେ ଅନୁଷ୍ଠିତ ହେବାକୁ ଯାଉଛି ହକି ବିଶ୍ବକପ । ରାଜ୍ୟର ଭୁବନେଶ୍ବର ଓ ରାଉରକେଲା ଅନୁଷ୍ଠିତ ହେବ ହକି ମହାକୁମ୍ଭ । ୨୦୨୩ ଜାନୁଆରୀ ୧୩ରୁ ଆରମ୍ଭ ହେବ ପୁରୁଷ ହକି ବିଶ୍ବକପ । ଯାହାକୁ ନେଇ ରାଜ୍ୟର କୋଣ ଅନୁକୋଣରେ ଫ୍ୟାନ୍ସଙ୍କ ମଧ୍ୟରେ ବଢିଲାଣି ଉତ୍ସାହ । ତେବେ ଉଭୟ କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପ୍ରସ୍ତୁତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବରେ ନିର୍ମାଣ ହୋଇଥିବା ବିର୍ସା ମୁଣ୍ଡା ଷ୍ଟାଡିୟମରେ ୨୦ ହଜାରରୁ ଊର୍ଦ୍ଧ୍ବ ଦର୍ଶକ ବସିବା ପାଇଁ ସ୍ଥିର ହୋଇଛି ।

ତେବେ ଏହା ପୂର୍ବରୁ ଜାନୁଆରୀ ୧୧ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱକପ ଉଦ୍‌ଘାଟନୀ ଉତ୍ସବରେ ବଲିଉଡ ସୁପରଷ୍ଟାର ରଣବୀର ସିଂହ ଓ ଅଭିନେତ୍ରୀ ଦିଶା ପଟାନୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏମାନଙ୍କ ସହ ଲୋକପ୍ରିୟ ଗାୟିକା ନିତି ମୋହନ, ଫେମସ ମ୍ୟୁଜିକ ଡିରେକଟର ପ୍ରୀତମ, ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ ଅରୁଣା ମହାନ୍ତି, ବେନି ଦୟାଲ ମଧ୍ୟ ଯୋଗଦେବେ । ଏହି ଉଦଘାଟନୀ ଉତ୍ସବ ପାଇଁ ଅନଲାଇନରେ ଟିକେଟ ଆସନ୍ତାକାଲି ଦିନ ୧୨ଟା ପରେ ଉପଲବ୍ଧ ହେବ । paytm ସାଇଡରୁ ଦର୍ଶକ ଟିକେଟ ବୁକିଂ କରିପାରିବେ ।

Last Updated : Dec 27, 2022, 10:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.