ETV Bharat / state

ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ କେଁ, ପିଷ୍ଟା ଏବଂ ଅଭିଭାବକ ସଂଘ ପକ୍ଷରୁ ବିରୋଧ - ସରକାରଙ୍କ ଉପରେ ବର୍ଷିଲା ଅଭିଭାବକ ସଂଘ

ବିବାଦ ଘେରରେ 20 ହଜାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା । ଚୁକ୍ତିରେ ଶିକ୍ଷକ ନିଯୁକ୍ତି କରି ଉଚ୍ଚଶିକ୍ଷିତ ଯୁବକ-ଯୁବତୀଙ୍କୁ ସରକାର ଶୋଷଣ କରୁଥିବା ଅଭିଯୋଗ ଆଣିଛନ୍ତି ଶିକ୍ଷକ ସଂଘ । ଅଧିକ ପଢନ୍ତୁ

ବିବାଦ ଘେରରେ 20 ହଜାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା

author img

By ETV Bharat Odisha Team

Published : Aug 24, 2023, 10:16 PM IST

ବିବାଦ ଘେରରେ 20 ହଜାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା

ଭୁବନେଶ୍ବର: ରାଜ୍ୟରେ ଯୋଜନାଭିତ୍ତିକ ପ୍ରାଥମିକ ଶିକ୍ଷକ ନିଯୁକ୍ତିକୁ ନେଇ ଉଠିଛି ପ୍ରଶ୍ନ । ଏହାକୁ ବିଭିନ୍ନ ଶିକ୍ଷକ ଏବଂ ଅଭିଭାବକ ସଂଘ ପକ୍ଷରୁ ବିରୋଧ କରାଯାଇଛି । କେବଳ ଠିକା ଓ ଚୁକ୍ତିରେ ଶିକ୍ଷକ ନିଯୁକ୍ତି କରି ଉଚ୍ଚଶିକ୍ଷିତ ଯୁବକ-ଯୁବତୀଙ୍କୁ ସରକାର ଶୋଷଣ କରୁଥିବା ଅଭିଯୋଗ ଆଣିଛନ୍ତି ଶିକ୍ଷକ ସଂଘ । ଆନୁଆଲ୍ ଏଗ୍ରିମେଣ୍ଟ ଆଧାରରେ ଶିକ୍ଷକଙ୍କୁ ମିଳିବ ବର୍ଷିକିଆ ନିଯୁକ୍ତି । ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ପରେ ବି ପୁଣି ସେହି ବ୍ୟବସ୍ଥାକୁ ଫେରିଛନ୍ତି ରାଜ୍ୟ ସରକାର ।

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ (ପିଷ୍ଟା) ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର ୨୦୧୦ରେ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ କରିଥିବାବେଳେ ସେହି ଅନୁଯାୟୀ ଶିକ୍ଷକ ନିଯୁକ୍ତି କରୁନାହାନ୍ତି । କେବଳ ଠିକା ଓ ଚୁକ୍ତିରେ ଶିକ୍ଷକ ନିଯୁକ୍ତି କରି ଉଚ୍ଚଶିକ୍ଷିତ ଯୁବକ-ଯୁବତୀଙ୍କୁ ଶୋଷଣ କରୁଛନ୍ତି । ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟରେ ୭୦ ହଜାରରୁ ଅଧିକ ଶିକ୍ଷକ ପଦ ଖାଲି ପଡ଼ିଥିଲେ ମଧ୍ୟ ସରକାର ସ୍କିମ୍‌ରେ ନିଯୁକ୍ତି କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଖାଲି ପଡ଼ିଥିବା ପଦରେ ନିୟମିତ ଶିକ୍ଷକ ନିଯୁକ୍ତି କରିବାକୁ ପିଷ୍ଟା ପକ୍ଷରୁ ଦାବି କରାଯାଇଛି ।

ଅଧିକ ପଢନ୍ତୁ: 20 ହଜାର ଶିକ୍ଷକଙ୍କ ଠିକା ନିଯୁକ୍ତି ବ୍ୟବସ୍ଥା, ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ଅଭିଭାବକ ମହାସଂଘ ଅଧ୍ଯକ୍ଷ ସୁଦେବ ଭଟ୍ଟ କହିଛନ୍ତି, ‘‘ଠିକା ଶିକ୍ଷକ ନିଯୁକ୍ତି ବନ୍ଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ । ରାଜ୍ୟରେ 70 ହଜାରୁ ଉର୍ଦ୍ଧ୍ବ ପଦ ଖାଲି ପଡିଥିବା ବେଳେ ଏହାର ପୂରଣ ନକରି ସରକାର ଠିକା ନାଁରେ ଠକିବାକୁ ପ୍ରୟୋଜନ କରୁଛି । ସରକାର ଏହି ନିଷ୍ପତ୍ତିକୁ ପରିବର୍ତ୍ତନ ନକଲେ ଆଗକୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।’’

ସୂଚନା ଅନୁଯାୟୀ, 20 ହଜାର ଶିକ୍ଷକଙ୍କୁ ଯୋଜନାଭିତ୍ତିକ ନିଯୁକ୍ତି ମିଳିବ ବୋଲି ରାଜ୍ୟ ସରକାର ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ସିଲେକସନ୍ କମିଟି ଚିଠା ଶିକ୍ଷକ ତାଲିକା ପ୍ରସ୍ତୁତ କରିବା ପରେ ଜିଲ୍ଲା ପରିଷଦ, ନିଯୁକ୍ତିର ଚୂଡାନ୍ତ ତାଲିକା ପ୍ରକାଶ କରିବ । ବର୍ଷେ ପରେ ପ୍ରଦର୍ଶନକୁ ଦେଖି ଚାକିରି ନବୀକରଣ କରାଯିବ। ଏଥିପାଇଁ ନିୟମିତ ଉପସ୍ଥାନ ଓ ସନ୍ତୋଷଜନକ ସେବା ନେଇ କନିଷ୍ଠ ଶିକ୍ଷକମାନଙ୍କୁ ପ୍ରଧାନ ଶିକ୍ଷକଙ୍କଠାରୁ ସାର୍ଟିଫିକେଟ୍ ଆଣିବାକୁ ପଡ଼ିବ । ଚୁକ୍ତି ଉଲ୍ଲଂଘନ କଲେ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବ । ନିଯୁକ୍ତି ପାଇଁ କମ୍ପ୍ୟୁଟର ବେସଡ୍ ଟେଷ୍ଟ ହେବା ସହିତ କ୍ୟାରିୟର ମାର୍କକୁ ବି ଦେଖାଯିବ । ଅନ୍ୟପକ୍ଷରେ ଏହାକୁ ନେଇ ରାଜନୀତି ବି ଜୋର ଧରିଛି । ବିରୋଧୀ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନିଶାଣ କରିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.