ETV Bharat / state

ବନ୍ୟା ପରେ ଦାଉ ସାଧୁଛି ବର୍ଷା, ଖୋର୍ଦ୍ଧାର ୮ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଲଗାଣ ବର୍ଷା ପରର ସ୍ଥିତି । ରାଜୁଆ ନଦୀରେ ଘାଇ ପରେ ବିଭିନ୍ନ ଗାଁକୁ ଯାତାୟାତ ଠପ । ଖୋର୍ଦ୍ଧା ବ୍ଳକର 4ଟି ପଞ୍ଚାୟତର 15ରୁ ଉର୍ଦ୍ଧ୍ବ ଗାଁରେ ପାଣି ପଶିଛି । ଅଧିକ ପଢନ୍ତୁ

author img

By

Published : Aug 19, 2022, 11:57 AM IST

ବନ୍ୟା ପରେ ଦାଉ ସାଧୁଛି ବର୍ଷା, ଖୋର୍ଦ୍ଧାର ୮ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
ବନ୍ୟା ପରେ ଦାଉ ସାଧୁଛି ବର୍ଷା, ଖୋର୍ଦ୍ଧାର ୮ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଖୋର୍ଦ୍ଧା: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଖୋର୍ଦ୍ଧା ଜିଲ୍ଲାରେ ସ୍ଥିତି ବେହାଲ ହୋଇପଡିଛି । ରାଜୁଆ ନଦୀରେ ଘାଇ ସୃଷ୍ଟି ହେବା ପରେ ବିଭିନ୍ନ ଗାଁକୁ ଯାତାୟାତ ଠପ ହୋଇଛି । ଖୋର୍ଦ୍ଧା ବ୍ଳକର 4ଟି ପଞ୍ଚାୟତର 15ରୁ ଉର୍ଦ୍ଧ୍ବ ଗାଁରେ ପାଣି ପଶିଛି । 8ରୁ ଉର୍ଦ୍ଧ୍ବ ଗାଁ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି ।

ଘାଇ ଦେଇ ପ୍ରବଳ ବେଗରେ ବନ୍ୟା ଜଳ ପ୍ରବାହିତ ହେବାରୁ ଏବେ ଲୋକେ ହନ୍ତସନ୍ତ ହେଉଛନ୍ତି । ଜିଲ୍ଲାର ବ୍ରଜମୋହନପୁରୁ ପଞ୍ଚାୟତ ,ନରଣଗଡ଼ ପଞ୍ଚାୟତ, ଓରବରସିଂହ ପଞ୍ଚାୟତର 15ରୁ ଊର୍ଦ୍ଧ୍ବ ଗାଁରେ ପାଣି ବଢ଼ିବାରେ ଲାଗିଛି । ହିରିମୂଳ ସରଧାପୁରୁ ଗାଁରେ ଅଧିକ ବନ୍ୟା ଜଳ ପ୍ରବେଶ କରିଛି । ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ବିଭିନ୍ନ ଗାଁର ଲୋକ ଏବେ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି । ଆଉ କିଛି ଲୋକେ ନିଜ ଛାତ ଉପରେ ଟମ୍ବୁ ଟାଣି ରହିଛନ୍ତି । ବନ୍ୟା ସାଙ୍ଗକୁ ଗତ ରାତିରୁ ବର୍ଷା ଏବେ ଦାଉ ସାଜୁଛି । ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଏବଂ ପିଇବା ପାଣି ଯୋଗାଇ ଦିଆଯାଉଛି ।

ଇଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.