ETV Bharat / state

ଦାୟିତ୍ବ ନେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନୂଆ ନିର୍ଦ୍ଦେଶକ ମନୋରମା ମହାନ୍ତି

Bhubaneswar IMD New Director: ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ ମନୋରମା ମହାନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 17, 2024, 10:03 AM IST

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନୂଆ ନିର୍ଦ୍ଦେଶକ ମନୋରମା ମହାନ୍ତି

ଭୁବନେଶ୍ବର: ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ନିର୍ଦ୍ଦେଶକ ଭାବେ ମନୋରମା ମହାନ୍ତି ଦାୟିତ୍ବ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ଗୁଜୁରାଟ ଅହମ୍ମଦାବାଦ ସ୍ଥିତ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଥିଲେ । ମନୋରମା ମହାନ୍ତି ଉତ୍କଳ ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର କରିବା ପରେ ଭାରତୀୟ ପାଣିପାଗ ବିଭାଗରେ ଯୋଗ ଦେଇଥିଲେ । ଆରବ ସାଗରର ସବୁଠାରୁ ଶକ୍ତିଶାଳୀ ବାତ୍ୟା ‘ତାଉତେ’ ଓ ‘ବିପର୍ଯ୍ୟୟ’ର ସଠିକ୍ ଗତିପଥ ଓ ତୀବ୍ରତା ଆକଳନ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଦାୟିତ୍ବ ନେବା ପରେ ରାଜ୍ୟ ପାଣିପାଗ ଆକଳନ ଏକ ବଡ ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି ନୂତନ ନିର୍ଦ୍ଦେଶକ । ସବୁ ଲୋକଙ୍କ ପାଖରେ ପାଣିପାଗ ସମ୍ପର୍କିତ ସଠିକ ତଥ୍ୟ ପହଞ୍ଚାଇବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପ୍ରଥମ ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି ।

ସେପଟେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଡକ୍ଟର ଏଚ୍.ଆର୍ ବିଶ୍ବାସଙ୍କୁ କୋଲକାତା ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ବଦଳି କରାଯାଇଛି । ଏହି ଅବସରରେ ଡକ୍ଟର ବିଶ୍ବାସ କହିଛନ୍ତି, ''ଓଡ଼ିଶାରେ ସବୁ ଋତୁରେ ପାଣିପାଗର ପ୍ରଭାବ ଦେଖିବାକୁ ମିଳେ । ବାତ୍ୟାଠାରୁ ଆରମ୍ଭ କରି ମୌସୁମୀ ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥାଏ । ଶୀତ ଋତୁରେ ପ୍ରବଳ ଶୀତ ହୋଇଥାଏ । ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ହୋଇଥିବା ଦେଖିବାକୁ ମିଳେ । ତେଣୁ ଏଠାରେ ପାଣିପାଗର ବିଶେଷ ଗୁରୁତ୍ବ ରହିଛି।''

ଏହା ମଧ୍ୟ ପଢନ୍ତୁ:୧୫୦ବର୍ଷରେ IMD, ଏଣିକି ପଞ୍ଚାୟତ ସ୍ତରରେ ଯୋଗାଇବ ପାଣିପାଗ ସୂଚନା

ସୂଚନାଯୋଗ୍ୟ, ମୌସୁମୀ ଢାଞ୍ଚା ଏବଂ ବାତ୍ୟା ସମେତ ରାଜ୍ୟରେ ଥିବା ଅନନ୍ୟ ପାଣିପାଗ ପ୍ରଣାଳୀକୁ ମନୋରମା ମହାନ୍ତି ସ୍ବୀକାର କରିବା ସହ ସରକାରଙ୍କୁ ସକ୍ରିୟ ପଦକ୍ଷେପ ନେବାକୁ ସକ୍ଷମ କରିବା ପାଇଁ ଆଗୁଆ ଚେତାବନୀର ଗୁରୁତ୍ବ ଉପରେ ଗୁରୁତ୍ବାରୋପ କରିଛନ୍ତି । ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ୨୦୨୪ ଜାନୁଆରୀ ପହିଲାରୁ କାର୍ଯ୍ୟକାରୀ ହେଉଥିବା ବୈଜ୍ଞାନିକ ‘ଏଫ୍’ ପେ ମେଟ୍ରିକ୍ସ ଲେଭେଲ-୧୩ଏ ପଦବୀରେ ପଦୋନ୍ନତି ଦେଇ ପାଣିପାଗ ବିଜ୍ଞାନ କ୍ଷେତ୍ରରେ ଡ. ମହାନ୍ତିଙ୍କ ଅବଦାନକୁ ସ୍ବୀକାର କରିଛି ।

ମନୋରମା ମହାନ୍ତି ଜଗତସିଂହପୁର ଜିଲ୍ଲାର ଅଲଣାହାଟ ହାଇସ୍କୁଲରେ ପାଠପଢ଼ିବା ପରେ ଭୁବନେଶ୍ବରର ଉତ୍କଳ ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଭାବେ ତାଙ୍କ ନିଯୁକ୍ତି ତାଙ୍କ କ୍ୟାରିୟରରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ । ଓଡ଼ିଶା ଓ ପଡ଼ୋଶୀ ରାଜ୍ୟଗୁଡ଼ିକ ପାଇଁ ପାଣିପାଗ ପୂର୍ବାନୁମାନ ଓ ସତର୍କ ସୂଚନା ପ୍ରଦାନ ପାଇଁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଦାୟିତ୍ବ ରହିଛି । ତେଣୁ ଏହି ପଦବୀ ତାଙ୍କ ଲାଗି ବଡ଼ ଆହ୍ବାନ ହେବ ବୋଲି ସେ କହିଛନ୍ତି । ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ବିଶ୍ବାସ ଏବେ ତାଙ୍କ ଜନ୍ମମାଟି ପଶ୍ଚିମବଙ୍ଗକୁ ବଦଳି ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.