ETV Bharat / state

ଜଟଣୀବାସୀଙ୍କ ପାଇଁ ଅନଶନରେ ବସିଲେ ସୁରଙ୍କ ପୁଅ ମନ୍ମଥ ରାଉତରାୟ

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ ହୋଇ ସାରିଥିବା ଭୂସମ୍ପତ୍ତି ପୁଣି ଥରେ ୧୧ ମୌଜାର ରୟତମାନେ ଫେରି ପାଇବେ। ଅଧିକ ପଢନ୍ତୁ

author img

By

Published : Feb 3, 2023, 3:33 AM IST

manmath routray huger strike
manmath routray huger strike
manmath routray huger strike

ଖୋର୍ଦ୍ଧା: ଜଟଣୀ ତହସିଲ୍‌ ଅନ୍ତର୍ଗତ ୧୧ ମୌଜାର ରୟତମାନେ ସେମାନଙ୍କ ଅଧିକାର ଫେରିପାଇବେ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ ହୋଇ ସାରିଥିବା ଭୂସମ୍ପତ୍ତି ପୁଣି ଥରେ ରୟତମାନଙ୍କ ନାମକୁ ଫେରିବ । ୧୧ ମୌଜାର ହଜାର ହଜାର ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ କରାଯିବ ନେଇ ସରକାର ପଦକ୍ଷେପ ନେଇଥିଲେ । କିନ୍ତୁ ଏହି କାର୍ଯ୍ୟରେ ଅହେତୁକ ବିଳମ୍ବ ଅଭିଯୋଗ କରି ଜଟଣୀ ନାଗରିକ କମିଟି ତରଫରୁ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଆଜି ଅନଶନରେ ବସିଛନ୍ତି ।

ସେହିପରି ଜଟଣୀର ୩୬ଟି ଗ୍ରାମର ସ୍ଥିତିବାନ ସମ୍ପତ୍ତିକୁ ନେଇ ରାଜ୍ୟ ସରକାର ଦ୍ଵନ୍ଦ୍ବ ସୃଷ୍ଟି କରିଥିଲେ । ଜନସାଧାରଣଙ୍କ ବ୍ୟକ୍ତିଗତ ସମ୍ପତ୍ତିକୁ 2012 ମସିହାରେ ଭୁଲ ବଶତଃ ଶ୍ରୀ ଜଗନ୍ନାଥ ବିଜେ ନାମରେ ନାମିତ କରାଯାଇଥିଲା । ଏନେଇ ପ୍ରତିବାଦ କରିବା ସହ ବିନା ମୂଲ୍ୟରେ ପ୍ରଜାମାନଙ୍କୁ ରାଜ୍ୟ ସରକାର ଏହି ଜମି ହସ୍ତାନ୍ତର କରିବାକୁ ଦାବି ହୋଇଛି । ଏହାକୁ ନେଇ କ୍ୟାପଟେନ ମନ୍ମଥ ରାଉତରାୟ ଅନଶନ ଓ ସତ୍ୟାଗ୍ରହରେ ବସିଛନ୍ତି। ଏହାସହିତ ସାତ ଜଣିଆ କମିଟି ଯେଉଁ ତଥ୍ୟ ଉପସ୍ଥାପନା କରିଛନ୍ତି ତାକୁ ରାଜ୍ୟ ସରକାର ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି । ପୂର୍ବରୁ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଆଇନ ସଚିବଙ୍କୁ ଅନୁରୋଧ କରାଯାଇଥିଲା ମାତ୍ର ସୁଫଳ ହୋଇ ନଥିଲା ଯାହା ଫଳରେ ଏହି ରିଲେ ଅନଶନ କରିବାକୁ ବାଧ୍ୟ ହେଲେ ।

ତେବେ 2012 ମସିହାରେ ଜଟଣୀବାସୀ ସରକାରୀ ଚକ୍ରାନ୍ତର ଶିକାର ହୋଇଥିଲେ । ପ୍ରାୟ ୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଜଟଣୀ ମ୍ୟୁନିସିପାଲଟି ସହ ବେରୁଆଁ, ବାଇରଙ୍ଗ, ନିରଞ୍ଜନପୁର, ବୁଢ଼ାପଡ଼ା, ଭଁସର, ହରିରାଜପୁର, କନ୍ତିଆ, ରଥିପୁର, କୁସୁମାଟି, ଛଣଘର ଭଳି ଗାଁ ଲୋକଙ୍କୁ ସରକାର ଭୁଆଁ ବୁଲାଉଛନ୍ତି । ଗାଁ ଲୋକଙ୍କ ଜମି ପ୍ରଭୁ ଜଗନ୍ନାଥଙ୍କ ଜମିରେ ପରିଣତ ହୋଇଯିବା ଫଳରେ ଏଠାରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁ ନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନାର ସୁବିଧା ଜଟଣୀବାସିନ୍ଦା ପାଇପାରୁ ନାହାନ୍ତି । ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ରାଜସ୍ବ ମନ୍ତ୍ରୀ, ସଚିବ, ଉନ୍ନୟନ କମିସନର, ଆଇନ ମନ୍ତ୍ରୀ ଓ ସଚିବଙ୍କୁ ଅନେକ ଥର ସାକ୍ଷାତ କରି ସମାଧାନ ପାଇଁ ନିବେଦନ କରିଛନ୍ତି । ରାଜସ୍ବ ସଚିବଙ୍କ ତତ୍ତ୍ବାବଧାନରେ ତ୍ରୁଟି ସଂଶୋଧନ କରି ଅସଲ ଜମି ମାଲିକଙ୍କୁ ତାଙ୍କ ଜମି ଫେରାଇବାକୁ ସଂକଳ୍ପ ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ଏହି ଜମିର ପୁନଃ ବିଚାର ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପାଖକୁ ପଠାଯାଇଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.