ETV Bharat / state

ମଣ୍ଡିରେ ଅବ୍ୟବସ୍ଥା, ରାଜରାସ୍ତାକୁ ଓହ୍ଲାଇବାକୁ ଚାଷୀଙ୍କ ଚେତାବନୀ

author img

By

Published : Feb 10, 2020, 8:26 PM IST

ମଣ୍ଡିରେ ଅବ୍ୟବସ୍ଥା । ଧାନ ଉଠି ନଥିବାରୁ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ...

mandi problem in khordha
ମଣ୍ଡିରେ ଅବ୍ୟବସ୍ଥା

ଖୋର୍ଦ୍ଧା: ଚାଷୀର କଷ୍ଟ ଉପାର୍ଜିତ ଫସଲକୁ ଉଚିତ ମୂଲ୍ୟରେ ବିକ୍ରି କରିବା ପାଇଁ ସରକାର ମଣ୍ଡିର ବ୍ୟବସ୍ଥା କରିଛନ୍ତି । ହେଲେ ବର୍ଷକର ଅମଳକୁ ଶାଗ ମାଛ ଦରରେ ମିଲରକୁ ଦେଉଛି ଚାଷୀ । ସରକାରଙ୍କ ନିର୍ଦ୍ଦେଶକୁ ଫୁ’ କରି କୁଇଣ୍ଟାଲ ପିଛା 4ରୁ 5 କିଲୋ ଧାନ କାଟି ନେଉଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଚାଷୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧାରେ ।

ମଣ୍ଡିରେ ଅବ୍ୟବସ୍ଥା

ଜିଲ୍ଲାର ବୋଲଗଡ଼ ବ୍ଲକର ପିଚୁକୁଳି ,ଚମ୍ପାଇଲୋ, ଟୀକାତାଳ ଏବଂ ଶିଉଳାଗାଁର ଚାଷୀ ବିକ୍ରି ପାଇଁ ଧାନ ପିଚୁକୁଳି ସେବା ସମବାୟ ସମିତିକୁ ଆଣି କଟନୀଛଟନୀର ଶିକାର ହେଉଛନ୍ତି । ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ବେ ମିଲର ନା ସମବାୟ ସମିତି କେହି ଚାଷୀଙ୍କୁ ବସ୍ତା ଫେରାଉ ନଥିବା ଅଭିଯୋଗ ହୋଇଛି । ସେହିପରି ସରକାରଙ୍କ ବିନା ନିର୍ଦ୍ଦେଶରେ ମଣ୍ଡି 7 ତାରିଖରୁ ବନ୍ଦ କରି ଦିଆଯାଇଛି । ଆଗାମୀ ଦିନରେ ମଣ୍ଡି ନ ଖୋଲିଲେ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି ଚାଷୀ । ସେପଟେ ଅତିରିକ୍ତ ଜିଲ୍ଲାପାଳ କ୍ୟାମେରା ସାମ୍ନାରେ କିଛି କହିନଥିଲେ ମଧ୍ୟ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଖୋଲୁନି ମଣ୍ଡି ଚିନ୍ତାରେ ଚାଷୀ

Body:ଖୋର୍ଦ୍ଧା : ସରକାର ଚାଷୀଙ୍କ କଷ୍ଟ ଉପାର୍ଜିତ ଫସଲକୁ ଉଚିତ ମୁଲ୍ୟଦେଇ କିଣିବାପାଇଁ ବିଭିନ୍ନ ସ୍ଥାନରେ ମଣ୍ଡି ବ୍ୟବସ୍ଥା କରିଛନ୍ତି । କିନ୍ତୁ ଦୁଃଖର ବିଷୟ ଚାଷୀର ଉପାର୍ଜିତ ଫସଲକୁ ଶାଗମାଛ ଦରରେ ନେଉଛି ମିଲର । ସରକାରଙ୍କ ନିର୍ଦେଶକୁ ଅଣଦେଖା କରି କ୍ୱିଣ୍ଟାଲ ପିଛା ଚାରି ରୁ ପାଞ୍ଚ କିଲୋ ଧାନ କାଟିନେଉଥିବା ଆଜି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ପିଚୁକୁଳି ,ଚମ୍ପାଇଲୋ, ଟୀକାତାଳ ଏବଂ ଶିଉଳା ଗ୍ରାମର ଚାଷୀମାନେ ବିକ୍ରି ପାଇଁ ଧାନ ପିଚୁକୁଳି ସେବା ସମବାୟ ସମିତିକୁ ଆଣି କଟନୀଛଟଣୀର ଶିକାର ହେଉଛନ୍ତି । ସରକାରଙ୍କ ନିର୍ଦେଶ ସତ୍ତ୍ୱେ ନାଁ ମିଲର ନାଁ ସମିତି କେହିବି ବସ୍ତା ଦେଉନଥିବା ସାଙ୍ଘାତିକ ଅଭିଯୋଗ କରିଛନ୍ତି । ସେହିପରି ବିନା ସରକାରୀ ନିର୍ଦ୍ଦେଶରେ ମଣ୍ଡି ଗତ ସାତ ତାରିଖରୁ ବନ୍ଦ ରହିଥିବା ଅଭିଯୋଗ କରିଛନ୍ତି ଚାଷୀ । ଆସନ୍ତା ପାଳିରେ ମଣ୍ଡି ନଖୋଲିଲେ ଚାଷୀମାନେ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି । ସେପଟେ ଅତିରିକ୍ତ ଜିଲ୍ଲାପାଳ କ୍ୟାମେରା ସମ୍ନାରେ କିଛି କହିନଥିଲେ ମଧ୍ୟ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ।

Conclusion:ବାଇଟ1-ଦିଲୀପ କୁମାର ସାହୁ,ଚାଷୀ
2-ପବିତ୍ର ମୋହନ ମଝି,ଚାଷୀ
3- ବିଜୟ କୁମାର ଗୁମାନସିଂ,ପିଚୁକୁଳି ସେବା ସମବାୟ ସଭାପତି

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.