ETV Bharat / state

ଆଜି ମାଣବସା ଶେଷ ଗୁରୁବାର, ଝୋଟି ଚିତାରେ ଝଟକୁଛି ଘରଦ୍ବାର - ଆଜି ମାଣବସା ଶେଷ ଗୁରୁବାର

ମାର୍ଗଶୀର ମାସ ଗୁରୁବାର ମା' ଲକ୍ଷ୍ମୀଙ୍କୁ ଘରକୁ ଆବାହନ କରାଯାଇଥାଏ । ଆଜି ଚଳିତ ବର୍ଷର ଶେଷ ମାଣବସା ଗୁରୁବାର (manabasa gurubara) । ଚିତା, ପିଠାରେ ମହକି ଉଠୁଛି ପୁରପଲ୍ଲୀ । ଅଧିକ ପଢନ୍ତୁ

ଆଜି ମାଣବସା ଶେଷ ଗୁରୁବାର, ମହକୁଛି ଘରଦ୍ବାର
ଆଜି ମାଣବସା ଶେଷ ଗୁରୁବାର, ମହକୁଛି ଘରଦ୍ବାର
author img

By

Published : Dec 16, 2021, 9:46 AM IST

ଖୋର୍ଦ୍ଧା: ନମସ୍ତେ କମଳା ମା’ଗୋ ସାଗର ଦୁଲଣୀ…. ନମସ୍ତେ ନମସ୍ତେ ମା’ଗୋ ବିଷ୍ଣୁ ପାଟରାଣୀ…’। ଆଜି ମାର୍ଗଶୀର ମାସ ଶେଷ ଗୁରୁବାର (manabasa gurubara)ଅବସରରେ ଘରରୁ ଗୃହଲକ୍ଷ୍ମୀମାନଙ୍କ ସ୍ବରରୁ ପ୍ରତିଟି ଘରୁ ଭାସି ଆସୁଛି ମା ଲକ୍ଷ୍ମୀଙ୍କ ମହିମା କଥା । ଗାଁ ଠାରୁ ସହରର ଯାଏ ପ୍ରତି ଘରେ ଶୁଭୁଛି ଏହି ଲକ୍ଷ୍ମୀ ପୁରାଣର ପବିତ୍ର ଛନ୍ଦ । ଚିତା, ପିଠାରେ ମହକି ଉଠୁଛି ପୁରପଲ୍ଲୀ ।

ଆଜି ମାଣବସା ଶେଷ ଗୁରୁବାର, ମହକୁଛି ଘରଦ୍ବାର

ବଡି ଭୋର ଉଠି ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ଗୃହଲକ୍ଷ୍ମୀମାନେ । ଘର ବାରଣ୍ଡା ଭଳିକି ଭଳି ଆକର୍ଷଣୀୟ ଚିତାରେ ପୂରି ଉଠିଛି । ଲୋକେ ବୁଧବାରଠୁ ଘରଦ୍ଵାର ସଫା କରି ଝୋଟି ଚିତା ପକାଇଛନ୍ତି । ଫୁଲ ସାଙ୍ଗକୁ ଭଳିକି ଭଳି ଫଳ, ପୂଜା ସରଞ୍ଜାମ ଏକାଠି କରି ଅନ୍ତିମ ପାଳିରେ ମା’ଙ୍କ ଆବାହନ ଲାଗି ମାଣଭରି ଧାନ ବିଧିମତେ ଗୃହର ନିର୍ଦ୍ଦିଷ୍ଟ କୋଣରେ ପ୍ରତିଷ୍ଠା କରିଛନ୍ତି । ଭୋର ସମୟରେ ଧୂପ, ଦୀପ ଦେଇ ମା’ଙ୍କୁ ପ୍ରାର୍ଥନା କରିଛନ୍ତି । ଘରେ ଘରେ ହୁଳହୁଳି ଓ ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ହୋଇଛି ଗାଁ ଠୁ ସହର ।

ପୂଜା ଘରେ ମାଣ ବସିବା ସହ ପିଠାପଣାରେ ମହକୁଛି ଚତୁର୍ଦିଗ । ଧନଦାତ୍ରୀ, ଶାନ୍ତିଦାତ୍ରୀ ମା ମହାଲକ୍ଷ୍ମୀଙ୍କୁ ଆବାହନରେ ବ୍ୟସ୍ତ ପ୍ରତିଟି ଘରର ମା । ଭୋରୁ ଭୋରୁ ମହିଳାମାନେ ନୂତନ ବସ୍ତ୍ର ପରିଧାନ କରି ମାଙ୍କ ଆବାହନ କରୁଥିବା ଦେଖିବାକୁ ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.