ETV Bharat / state

ଭାଣିଜୀକୁ ହତ୍ୟା କରିବା ଅଭିଯୋଗରେ ବନ୍ଧା ହେଲା କଂସ ମାମୁ

ନନ୍ଦନବିହାର କଞ୍ଜରଭାନ୍ସି ଲେନ ପରିତ୍ୟକ୍ତ ଶୌଚାଳୟରୁ ନାବାଳିକାର ମୃତଦେହ ଉଦ୍ଧାର ଘଟଣା । ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ଭାଣିଜୀକୁ ହତ୍ୟା କରି ବନ୍ଧା ହେଲା କଂସ ମାମୁ । ଅଧିକ ପଢନ୍ତୁ

man arrested for killing niece in bhubaneswar

author img

By ETV Bharat Odisha Team

Published : Aug 25, 2023, 11:37 AM IST

man arrested for killing niece in bhubaneswar

ଭୁବନେଶ୍ବର: ମାମୁ କଥା ଶୁଣିଲାନି ଭାଣିଜୀ । ଶେଷରେ କଂସ ପାଲଟିଗଲା ମାମୁ । ଭାଣିଜୀକୁ କାଠ ଫାଳିଆରେ ଆକ୍ରମଣ କରି ଜୀବନ ନେଲା କଂସ ମାମୁ । ନନ୍ଦନବିହାର କଞ୍ଜରଭାନ୍ସି ଲେନ ଶୌଚାଳୟରୁ ନାବାଳିକାର ମୃତଦେହ ମିଳିବା ଘଟଣାରେ ତଦନ୍ତ କରି ଏପରି ତଥ୍ୟ ପାଇଛି ପୋଲିସ । ଭାଣିଜୀକୁ ହତ୍ୟା କରିବା ଅଭିଯୋଗରେ ବନ୍ଧା ହେଲା କଂସ ମାମୁ । ମାମୁକୁ ଗିରଫ କଲା ଇନଫୋସିଟି ଥାନା ପୋଲିସ । ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଭାଣିଜୀର ମୃତଦେହକୁ ଏକ ପରିତ୍ୟକ୍ତ ଘରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ମାମୁ ହେଉଛି ଶୁଖଲାଲ ସଏ । ଭାଣିଜୀର ମୃତଦେହ ଫିଙ୍ଗିବାରେ ମାମୁଁକୁ ସହଯୋଗ କରିଥିବା ଅନ୍ୟ ଜଣେ ସହଯୋଗୀ ନରେନ୍ଦ୍ର ସିଂକୁ ମଧ୍ୟ ଗିରଫ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ-ବନ୍ଧୁତାରେ ରକ୍ତର ଛିଟା, ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଦୁଇ ସାଙ୍ଗ

ମୃତ ନାବାଳିକା ହେଉଛନ୍ତି ମାମା ସଏ, ବୟସ 13 । ଗତ 9 ତାରିଖରେ ମାମଙ୍କୁ ହତ୍ୟା କରିଥିଲେ ତାଙ୍କ ମାମୁ । ବହୁ ଦିନ ଧରି ମାମୁ ଶୁଖଲାଲଙ୍କ ଘରେ ରହୁ ଆସୁଥିଲେ ମାମା ସାଏ । କୌଣସି କଥା କଟା କଟିକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ସମୟରେ ଏକ କାଠ ଫାଳିଆରେ ମାମୁ ଆକ୍ରମଣ କରିଥିଲା ଭାଣିଜୀକୁ । ଆକ୍ରମଣ ପରେ ଘଟଣାସ୍ଥଳରେ ମାମାର ମୃତ୍ୟୁ ହୋଇଥିଲା। ପରେ ମୃତଦେହକୁ ଘରେ ଲୁଚାଇ ରଖିଥିଲେ । ପ୍ରମାଣ ନଷ୍ଟ କରିବାକୁ ସେହି ଦିନ ରାତିରେ ମୃତଦେହକୁ କଞ୍ଜରଭାନ୍ସି ଲେନର ଏକ ଶୌଚାଳୟରେ ଫିଙ୍ଗି ଦେଇଥିଲେ । ଏହି ଘଟଣାରେ ଦୁଇଦିନ ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ଏନେଇ ଇନଫୋସିଟି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ପୋଲିସ । ଶେଷରେ ଉକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ମୃତଦେହକୁ 2ଜଣ ନେଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ପରେ ଉଭୟ ସୁଖଲାଲ ଓ ନରେନ୍ଦ୍ର ବୋଲି ଚିହ୍ନଟ କରାଯାଇଥିଲା । ଉଭୟଙ୍କୁ ପଚାରଉଚରା ପରେ ସତ ସାମ୍ନାକୁ ଆସିଥିଲା । ଶୁଖଲାଲ ସଏ ଓ ନରେନ୍ଦ୍ର ସିଂକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅଭିଯୁକ୍ତଙ୍କୁ ଗିରଫ ପରେ ଘଟଣାରେ ରିକ୍ରିଏସନ କରିଥିଲା ପୋଲିସ । ଏହି ସମୟରେ ହତ୍ୟା ଘଟଣାରେ ଗୋଟିଏ ଗୋଟିଏ ଦୃଶ୍ୟ ରିକ୍ରିଏସନ କରିଥିଲେ ଅଭିଯୁକ୍ତ । ତଦନ୍ତ ସମୟରେ ଅଭିଯୁକ୍ତର ଘରୁ ଏକ କାଠ ଫାଳିଆ ଜବତ କରିଛି ପୋଲିସ । 15ଦିନ ପରେ ନାବାଳିକା ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । କଥା ନମାନିବାକୁ ମାମୁ ତାର ଭାଣିଜୀକୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.