ETV Bharat / state

ଜମି ପଟ୍ଟା ପାଇଁ ଆସିଥିବା ଯୁବକକୁ ତହସିଲ କାର୍ଯ୍ୟାଳୟରେ ଆକ୍ରମଣ ଅଭିଯୋଗ

author img

By

Published : Aug 18, 2022, 7:45 AM IST

ତହସିଲ ଅଫିସକୁ ପଟ୍ଟା ନେବାକୁ ଆସିବାରୁ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ । ଏଭଳି ଏକ ଅଭିଯୋଗ ଆସିଛି ବୋଲଗଡ଼ ତହସିଲ କାର୍ଯ୍ୟାଳୟରୁ । ଅଧିକ ପଢନ୍ତୁ

ଜମି ପଟ୍ଟା ପାଇଁ ଆସି ଯୁବକଙ୍କୁ ତହସିଲଦାର କର୍ମଚାରୀଙ୍କ ଆକ୍ରମଣ ଅଭିଯୋଗ

ଖୋର୍ଦ୍ଧା: ବୋଲଗଡ଼ ତହସିଲରେ ଚାଲିଛି ଅନ୍ଧାରିରାଜ ! ତହସିଲ କର୍ମଚାରୀ ସରକାରଙ୍କ ସବୁ ନିୟମ କୁ ଫୁ କରି ଉଡାଇ ଦେଇଥିବା ଅଭିଯୋଗ ହୋଇଛି । ତହସିଲ କର୍ମଚାରୀଙ୍କ ମନମାନି ସମ୍ପର୍କରେ କର୍ମଚାରୀଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଛି । ଏଭଳି ଏକ ଅଭିଯୋଗ ଆସିଛି ବୋଲଗଡ଼ ତହସିଲ କାର୍ଯ୍ୟାଳୟରୁ ।

ସୂଚନା ଅନୁସାରେ, ସାଗରଗୁଆ ପଞ୍ଚାୟତରେ ବାଳସିଂହ ଗ୍ରାମର ସିଲୁ ମହାପାତ୍ର ଗତ ମାର୍ଚ୍ଚ ମାସରୁ ନିଜର ଘରବାଡି ପଟ୍ଟା ପାଇଁ ଆବେଦନ କରିଥିବା ବେଳେ ଆଜି ଯାଏଁ ମଧ୍ୟ ସେ ପଟ୍ଟା ପାଇପାରିନାହାନ୍ତି । ତେବେ ସିଲୁ ନିଜ ପଟ୍ଟା ବିଷୟରେ ବୁଝିବା ନେଇ ବାରମ୍ବାର ତହସିଲ ଅଫିସ ଆସୁଥିଲେ ମଧ୍ୟ ଆଜି କାଲି କହି ବିଭିନ୍ନ ସମୟରେ ହଇରାଣ ହରକତ କରୁଥିବା ଅଭିଯୋଗ କରିଛନ୍ତି ସିଲୁ । ତେବେ ବୁଧବାର ଦିନ ସେ ନିଜର ପଟ୍ଟା କଥା ପଚାରିବା ବେଳେ ତହସିଲ ଅଫିସ ସମ୍ମୁଖରେ ତହସିଲଦାର ଉପସ୍ଥିତରେ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।ଅନ୍ୟପଟେ ତହସିଲଦାରଙ୍କୁ ଖରାପ ବ୍ୟବହାର ସହ ଗାଳିଗୁଲଜ କରିବା ଅଭିଯୋଗରେ ଖୋଦ ତହସିଲଦାର ସିଲୁ ମହାପାତ୍ରଙ୍କ ନାମରେ ଥାନାରେ ଏତଲା ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଗଣମାଧ୍ୟମ ପ୍ରତିନିଧି ଆସିବାରୁ ହସିଲଦାର ଏତଲା ପ୍ରତ୍ୟାହୃତ କରିଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଅପରପକ୍ଷେ ଆମ ଖୋର୍ଦ୍ଧା ପ୍ରତିନିଧି ଏନେଇ ବୋଲଗଡ଼ ତହସିଲଦାର ଧୋବେଇ ନାୟକଙ୍କୁ ପଚାରିବାରୁ ଏଭଳି କିଛି ଘଟିନଥିବା କହିଛନ୍ତି ତହସିଲଦାର । ଚାରିମାସ ହେଲା ପଟ୍ଟା ହୋଇଛି ଅଫିସରେ ଅଛି କିନ୍ତୁ ସେ ନେବା ପାଇଁ ଆସିନାହିଁ । ସେହି ବ୍ୟକ୍ତି ଯାହା କହୁଛନ୍ତି ସବୁ ମିଥ୍ୟା । ସେପଟେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତହସିଲ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭିର ଯାଞ୍ଚ କରାଯିବାକୁ ଦାବି କରିଛନ୍ତି ସ୍ଥାନୀୟ ଲେକେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.