ETV Bharat / state

୨୩ରେ ମମତା ଓ ନବୀନ ଭେଟଘାଟ, ଆରମ୍ଭ ହେଲା ରାଜନୈତିକ ବୟାନବାଜି

author img

By

Published : Mar 18, 2023, 8:45 PM IST

ଓଡ଼ିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ । ମହାପ୍ରଭୁଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ ମମତା । ଆସନ୍ତା ୨୧ ତାରିଖରେ ମମତାଙ୍କ ଗସ୍ତ ନେଇ ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ମତା । ଏନେଇ ଆରମ୍ଭ ହୋଇଯାଇଛି ବୟାନବାଜି । ଅଧିକ ପଢ଼ନ୍ତୁ

୨୩ରେ ମମତା ଓ ନବୀନ ଭେଟଘାଟ
୨୩ରେ ମମତା ଓ ନବୀନ ଭେଟଘାଟ
୨୩ରେ ମମତା ଓ ନବୀନ ଭେଟଘାଟ

ଭୁବନେଶ୍ବର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା ୨୧ ତାରିଖରୁ ୩ ଦିନିଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ମମତା । ୨୨ ତାରିଖରେ ମମତାଙ୍କର ପୁରୀରେ ଜଗନ୍ନାଥ ମନ୍ଦିର ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଏହାସହ ଏକ ହୋଟେଲ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସେ ସାମିଲ ହେବାନେଇ ସୂଚନା ମିଳିଛି । କେବଳ ପୂଜା କିମ୍ବା ଘରୋଇ କାର୍ଯ୍ୟକ୍ରମ ନୁହେଁ, ବରଂ ମମତାଙ୍କ ଓଡ଼ିଶା ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବ ରଖୁଛି । ୨୩ ତାରିଖରେ ଓଡ଼ିଶା ଛାଡ଼ିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମମତା । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଭେଟଘାଟ ନେଇ ବିଧିବଦ୍ଧ ସୂଚନା ମିଳିନଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ଭେଟଘାଟ ହେବା ନେଇ ଦଳୀୟ ସୂତ୍ରରୁ ସ୍ପଷ୍ଟ କରାଯାଇଛି ।

ଅଣ ବିଜେପି ଓ କଂଗ୍ରେସ ଶାସିତ ରାଜ୍ୟର ମୁଖିଆଙ୍କୁ ଏକାଠି କରିବାକୁ ପ୍ରୟାସ କରୁଛନ୍ତି ମମତା । ଅନେକ ସମୟରେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ଅଣ ବିଜେପି ଓ କଂଗ୍ରେସ ରାଜ୍ୟର ମୁଖ୍ୟ । ଗତକାଲି ମଧ୍ୟ ପଶ୍ଚିମବଙ୍ଗରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ମମତାଙ୍କ ମଧ୍ୟରେ ଭେଟଘାଟ ହୋଇଛି । ସେହିପରି ୨୦୦୯ ପରଠାରୁ ବିଜେପି ଓ କଂଗ୍ରେସ ଠାରୁ ବିଜେଡି ସମଦୂରତା ରକ୍ଷା କରିଆସୁଛି । ଏହାଛଡା ନବୀନ ମଧ୍ୟ ଅନ୍ୟ ସବୁ ମେଣ୍ଟଠାରୁ ଦୂରେଇ ରହିବାକୁ ପସନ୍ଦ କରିଛନ୍ତି । ସଂସଦରେ ବିଭିନ୍ନ ବିଲରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଥିବାରୁ ବିଜେଡି ଏବେ ବିଜେପି ମୁହାଁ ବୋଲି ବିରୋଧୀ ଅଭିଯୋଗ କରନ୍ତି । କିନ୍ତୁ ଏବେ ରାଜ୍ୟରେ ବିଜେପି-ବିଜେଡି ଏକ ପ୍ରକାର ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି ।

ଏହାରି ଭିତରେ ମମତାଙ୍କ ଓଡ଼ିଶା ଗସ୍ତ ବେଶ ଗୁରୁତ୍ଵ ରଖୁଛି । ୨୦୨୦ରେ ଶେଷଥର ପାଇଁ ଓଡ଼ିଶା ଆସିଥିଲେ ମମତା । ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେବାକୁ ମମତା ଓଡ଼ିଶା ଆସିଥିବା ବେଳେ ନବୀନ ନିବାସରେ ଭେଟଘାଟ ହୋଇଥିଲା । ଗୋଟିଏ ଟେବୁଲରେ ମମତା ବାନାର୍ଜୀ, ନବୀନ ପଟ୍ଟନାୟକଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା ଓ ଧର୍ମେନ୍ଦ୍ର ପ୍ରଧାନ ଏକାଠି ହୋଇଥିଲେ । ଆଉ ଏବେ ଠିକ୍ ନିର୍ବାଚନ ପୂର୍ବରୁ ମମତାଙ୍କ ଓଡ଼ିଶା ଗସ୍ତ ଓ ନବୀନଙ୍କ ସହ ସମ୍ଭାବ୍ୟ ଭେଟଘାଟ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ଯାହାକୁ ନେଇ ଏବେ ରାଜନୈତିକ ହାୱା ଜୋରରେ ବହିବାରେ ଲାଗିଛି ।

ଏନେଇ ବିଜେଡି ନେତ୍ରୀ ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭେଟିବେ । ଉଭୟଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ଭେଟଘାଟ ହେବ । ଦୁଇ ରାଜ୍ୟର ମୁଖ୍ୟଙ୍କ ମଧ୍ୟରେ ଭେଟରେ କୌଣସି ରାଜନୈତିକ କଥା ନାହିଁ । ବିଜେପି ଓ କଂଗ୍ରେସ ଠାରୁ ବିଜେଡି ସବୁବେଳେ ସମଦୂରତା ରକ୍ଷା କରିଆସିଛି । ବିଜେପି ଓ କଂଗ୍ରେସ ଠାରୁ ଯେଉଁମାନେ ଦୂରତା ରକ୍ଷା କରିବେ, ମୁଖ୍ୟମନ୍ତ୍ରୀ , ସେ ବିଷୟରେ ଚିନ୍ତା କରିବେ । ମମତାଙ୍କ ତୃଣମୂଳ କଂଗ୍ରେସ ବିଜେପି ଏବଂ କଂଗ୍ରେସ ବିରୋଧରେ ରହିଛି । ସେନେଇ ମୁଖ୍ୟମନ୍ତ୍ରୀ ଯାହା ଚିନ୍ତା କରିବେ । ରାଜ୍ୟରୁ ଆରମ୍ଭ କରି ଅନ୍ତର୍ଜାତୀୟସ୍ତର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କର ଦବଦବା ରହିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ରାଜ୍ୟରେ କିମ୍ବା କେନ୍ଦ୍ରରେ ଯେକୌଣସି କାର୍ଯ୍ୟ ହେଲେ ଆଗ ଖୋଜା ପଡ଼େ ।"

ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ମମତା ଆସୁଛନ୍ତି, ନବୀନ ବାବୁଙ୍କୁ ଦେଖା କରିବେ । ଏହା ପୂର୍ବରୁ କେତେ କିଏ ନବୀନଙ୍କୁ ଦେଖା କରିଛନ୍ତି । ମମତା କଣ ନବୀନଙ୍କୁ ଭେଟିବେ, ସେ ତ ବିଜେପିକୁ ଜାବୁଡ଼ି ଧରିଛନ୍ତି । ନବୀନ, ନରେନ୍ଦ୍ର ମୋଦୀଙ୍କୁ କୁଣ୍ଢେଇ ଧରିଛନ୍ତି । ସବୁ ବିଲରେ ବିଜେଡି ଏନଡିଏକୁ ସମର୍ଥନ କରୁଛନ୍ତି । ୨୦୨୪ରେ କଂଗ୍ରେସ ଓ ବିଜେଡି ଲଢେଇ ହେବ । ତୃତୀୟରେ ରହିବ ବିଜେପି । ଓଡ଼ିଶା ଆସି ଜଗନ୍ନାଥଙ୍କ ଦର୍ଶନ କରି ମମତା ବାନାର୍ଜୀ ଆଶୀର୍ବାଦ ନିଅନ୍ତୁ ।" ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.