ETV Bharat / state

ମକର ସଂକ୍ରାନ୍ତି: ଗୋଟିଏ ପର୍ବ, ନାଁ ଅନେକ - ମକର ସଂକ୍ରାନ୍ତି

Makar Sankranti 2024: ମକର ସଂକ୍ରାନ୍ତିକୁ ଉତ୍ସବ ମୁଖର ଗାଁଠୁ ସହର । ଗୃହଦେବତା ଓ ଧାନଖଳାରେ ଲାଗି ହୁଏ ମକର ଚାଉଳ ଭୋଗ । ଅଧିକ ପଢନ୍ତୁ

ମକର ସଂକ୍ରାନ୍ତି
makar sankranti
author img

By ETV Bharat Odisha Team

Published : Jan 15, 2024, 7:39 AM IST

ହାଇଦ୍ରାବାଦ: ଆଜି ପବିତ୍ର ମକର ସଂକ୍ରାନ୍ତି । ଏହା ଏକ ସର୍ବ ଭାରତୀୟ ପର୍ବ ହୋଇଥିବା ବେଳେ ଦକ୍ଷିଣ ଭାରତରେ ପୋଙ୍ଗଲ, ଉତ୍ତରରେ ଲୋହରୀ, ପୂର୍ବରେ ମକର ସଂକ୍ରାନ୍ତି ଓ ଉତ୍ତର-ପୂର୍ବରେ ବିହୁ ଭାବେ ଏହି ପର୍ବକୁ ପାଳନ କରିଥାନ୍ତି ଦେଶବାସୀ । ପର୍ବ ଗୋଟିଏ କିନ୍ତୁ ଏହାର ନାମ ଅନେକ । ଦକ୍ଷିଣ ଭାରତରେ ପୋଙ୍ଗଲକୁ ସବୁଠାରୁ ବଡ ପର୍ବ ବୋଲି କୁହାଯାଏ । ତେଲୁଗୁ ସଂପ୍ରଦାୟର ଲୋକେ ଏହି ପର୍ବକୁ ଧୁମଧାମର ସହ ପାଳନ କରିଥାନ୍ତି । ଆଜିର ଦିନରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ପୌଷ ମାସ ହେତୁ ଅଟକି ରହିଥିବା ଶୁଭ କାର୍ଯ୍ୟ ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥାଏ । ଓଡିଶାରେ ମଧ୍ୟ ଖୁବ ଧୁମଧାମରେ ଏହି ପର୍ବକୁ ପାଳନ କରାଯାଏ । ଏହି ଦିନ ନୂଆ ଧାନର ଚାଉଳରୁ ପ୍ରସ୍ତୁତ ଚାଉଳରୁ ଭୋଗ ପ୍ରସ୍ତୁତ କରାଯାଇଥାଏ ।

ମକର ଚାଉଳ କଣ ?: ଓଡିଶାରେ ମକର ସଂକ୍ରାନ୍ତି ଦିନ ବ୍ରତ ରଖାଯାଇଥାଏ । ମକର ସଂକ୍ରାନ୍ତି ବେଳକୁ ଧାନ, ଆଖୁ ଆଦି ନୂଆଫସଲ ଅମଳ ହୋଇଥାଏ । ସେହି ନୂଆ ଧାନକୁ ପ୍ରସ୍ତୁତ ଅରୁଆ ଚାଉଳରେ ନୂଆଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, କ୍ଷୀର ଇତ୍ୟାଦିକୁ ମିଶାଇ ମିଠା ଭୋଗ ପ୍ରସ୍ତୁତ କରାଯାଏ । ଏହାକୁ ‘ମକର ଚାଉଳ’ ଭୋଗ କୁହାଯାଏ । ଗୃହଦେବତା ଓ ଧାନଖଳାରେ ଏହାକୁ ଭୋଗ ଲଗାଯାଇଥାଏ । ପରେ ପରସ୍ପରକୁ ଖୁଆଇ ଲୋକେ 'ମକର' ବସନ୍ତି । କେତେକ ଅଞ୍ଚଳରେ ନୂଆଧାନର ଚାଉଳରେ ପିଠା ପ୍ରସ୍ତୁତ କରାଯାଇ ଦେବାଦେବୀଙ୍କ ପାଖରେ ଭୋଗ କରାଯାଇଥାଏ ।

ଏହା ମଧ୍ୟ ପଢନ୍ତୁ-ମକର ରାଶିକୁ ଚଳନ କଲେ ରବି, ଜାଣନ୍ତୁ କଣ ରହିବ ପ୍ରଭାବ

ଗୁଡି ଉଡାଇବା ପର୍ବ: ମକର ସଂକ୍ରାନ୍ତିରେ ଗୁଡି ଉଡାଇବା ପର୍ବ ରହିଛି । ଅନେକ ସ୍ଥାନରେ ଗୁଡି ଉଡାଇବା ପ୍ରତିଯୋଗିତା ମଧ୍ୟ ହୋଇଥାଏ । ଛୋଟ ଠାରୁ ବଡ ସମସ୍ତେ ଆକାଶରେ ଗୁଡି ଉଡାଇଥାନ୍ତି । ଏହି ଦିନକୁ ଶୁଭ ବୋଲି ବିବେଚନା କରାଯାଏ । ଗୁଡି ଉଡାଇବା ପର୍ବ ପ୍ରଭୁ ରାମଙ୍କ ସହ ଜଡିତ ବୋଲି କୁହାଯାଏ ।

ମକର ସଂକ୍ରାନ୍ତିର ଇତିହାସ: ଓଡିଆ ପ୍ରବାଦ ଅନୁଯାୟୀ ମକର ସଂକ୍ରାନ୍ତି ଠାରୁ ଦିନ ବଡ଼ ହୁଏ । ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୋଇଥାଏ। ଦେବୀ ସଂକ୍ରାନ୍ତି ଏହି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ । ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁ ସମ୍ପ୍ରଦାୟ ଏହି ଦିନ ପୂଜାର୍ଚ୍ଚନା କରନ୍ତି । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ସୂର୍ଯ୍ୟ ଉତ୍ତରଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ,ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଅନୁଷ୍ଠିତ ହୁଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.