ETV Bharat / state

OAS Rshuffle; ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବ ହେଲେ ପ୍ରମୋଦ ମିଶ୍ର - ପ୍ରମୋଦ ମିଶ୍ର ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ

ରାଜ୍ୟରେ OAS ସ୍ତରରେ ଅଦଳବଦଳ । ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ହେଲେ ପ୍ରମୋଦ ମିଶ୍ର । ଅଧିକ ପଢନ୍ତୁ

Major OAS reshuffle in Odisha
Major OAS reshuffle in Odisha
author img

By

Published : Jul 25, 2023, 6:54 AM IST

ଭୁବନେଶ୍ବର: ରାଜ୍ୟ ସରକାର ବରିଷ୍ଠ OAS ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ୧୪ ଜଣ OAS ଅଫିସରଙ୍କୁ ଅଦଳବଦଳ କରାଯାଇଛି । ଓଡ଼ିଶା ଲୋକସେବା ଆୟୋଗଙ୍କ ସଚିବ ତଥା ବରିଷ୍ଠ OAS ପ୍ରମୋଦ କୁମାର ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ଅନ୍ୟ ଜଣେ ବରିଷ୍ଠ OAS ରାମଚନ୍ଦ୍ର ପାଲଟାଙ୍କୁ ତାଙ୍କ ସ୍ଥାନକୁ ପଠାଯାଇଛି । ରାମଚନ୍ଦ୍ର ଏବେ କଟକରେ ଅତିରିକ୍ତ ଅବକାରୀ କମିଶନର ଭାବେ କାର୍ଯ୍ୟ କରୁଛନ୍ତି । ରାମଚନ୍ଦ୍ର ଲୋକସେବା ଆୟୋଗଙ୍କ ସଚିବ ଦାୟିତ୍ବ ତୁଲାଇବେ । OAS ଅଧିକାରୀଙ୍କ ଅଦଳବଦଳ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହାମଧ୍ୟ ପଢନ୍ତୁ: CMO Team USA Visit; ଆପଲ, ଗୁଗୁଲ, ମେଟା ଓ ଭିସା କମ୍ପାନୀ ସହ ଆଲୋଚନା କରିବେ ରାଜ୍ୟ ପ୍ରତିନିଧି

ବିଜ୍ଞପ୍ତି ଅନୁସାରେ ଭୁବନେଶ୍ବର ଉପଜିଲ୍ଲାପାଳ ଦେବବ୍ରତ ସାହୁଙ୍କୁ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେହିପରି ତାଳଚେର ଉପଜିଲ୍ଲାପାଳ ବିଶ୍ବରଞ୍ଜନ ରଥଙ୍କ ପୂର୍ବ ବଦଳିକୁ ବାତିଲ କରି ତାଙ୍କୁ ଭୁବନେଶ୍ବର ଉନ୍ନୟନ ପ୍ରାଧିକରଣ ଯୁଗ୍ମ କମିଶନର ଭାବେ ନିଯୁକ୍ତି ମିଳିଛି । ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କୁ ଆସିକା ଚିନି ସମବାୟ ଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ଶୁଭେନ୍ଦ୍ର କୁମାର ସାମଲଙ୍କ ପୂର୍ବ ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇ ତାଙ୍କୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ସେହିପରି ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ଥିବା ଦିବ୍ୟଲୋଚନ ମହାନ୍ତଙ୍କୁ ଅତିରିକ୍ତ ଅବକାରୀ କମିଶନର ଭାବେ ନୂଆ ନିଯୁକ୍ତି ମିଳିଛି ।

ଏହାମଧ୍ୟ ପଢନ୍ତୁ: ପୁଣି ଆରମ୍ଭ ହେବ ଏକାଡେମିକ୍ ଅଡିଟ, ଶିକ୍ଷାନୁଷ୍ଠାନର ଦୁର୍ବଳତା ଜାଣିବା ମୂଳ ଉଦ୍ଦେଶ୍ୟ

ବାଲିଗୁଡ଼ା ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ବେହେରାଙ୍କୁ ଭୁବନେଶ୍ବର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନର ଅନୁ ସଚିବ ସୂର୍ଯ୍ୟସ୍ମିତା ସାହୁଙ୍କୁ ଓଡ଼ିଶା ନିର୍ମାଣ ନିଗମର ପ୍ରଶାସନିକ ଅଧିକାରୀ ଭାବେ ବଦଳି କରାଯାଇଛି । ତରଣୀ ସୁନାଭକୁ ବଲାଙ୍ଗୀର ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ମନୋଜ କୁମାର ତ୍ରିପାଠୀଙ୍କୁ ତାଳଚେର ଉପଜିଲ୍ଲାପାଳ ଭାବେ ଦାୟିତ୍ବ ମିଳିଛି । ସ୍ବାଗତ ଦାସଙ୍କୁ ବିଏମସି ଡେପୁଟି କମିଶନର, ପ୍ରିୟରଞ୍ଜନ ବେହେରାଙ୍କୁ ଜୟପୁର ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଏଲିଜା ମିଶ୍ରଙ୍କୁ ବୋର୍ଡ ଅଫ ରେଭନ୍ୟୁ କଟକରେ ଉପସଚିବ ଭାବେ ବଦଳି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.