ETV Bharat / state

ମିଶନଶକ୍ତି ସମାବେଶ: 13ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା

ଖୋର୍ଦ୍ଧା ଗୋଶାଳା ପଡିଆରେ ଅନୁଷ୍ଠିତ ହୋଇଯାଇଛି ମହିଳାମିଶନ ଶକ୍ତି । ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ବେଳେ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ପ୍ରଦାନ କରିଛନ୍ତି ।

author img

By

Published : Mar 3, 2019, 10:05 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଗୋଶାଳା ପଡିଆରେ ମିଶନଶକ୍ତି ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ଜିଲ୍ଲାର 13ଟି ପ୍ରକଳ୍ପ ପାଇଁ 13 ହଜାର 536ଟି ସ୍ବଂୟ ସହାୟକ ଗୋଷ୍ଠୀକୁ 4.06 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ବ୍ଲକସ୍ତରୀୟ ମହାସଂଘକୁ ସୁଦୃଢ କରିବା ପାଇଁ 25 ଲକ୍ଷ ଲେଖାଏଁ ମୋଟ 3 କୋଟି 25 ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଥିସହିତ ଜିଲ୍ଲାର 2477 ଅଙ୍ଗନୱାଡି କର୍ମୀ ଓ 2350 ଅଙ୍ଗନୱାଡି ସହାୟିକାଙ୍କୁ 77.87 ଲକ୍ଷ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସେପଟେ ପ୍ରତ୍ୟେକ ଗୋଷ୍ଠୀ କାର୍ଯ୍ୟର ବ୍ୟବସାୟ ବୃଦ୍ଧି ଲକ୍ଷରେ 3 ହଜାର ଟଙ୍କା ମୋବାଇଲ କିଣିବା ପାଇଁ ସହାୟତା ପ୍ରଦାନ କରାଯାଇଥିଲା । ଏହି ସମାବେଶରେ ଜିଲ୍ଲାରୁ 60 ହଜାରରୁ ଊର୍ଦ୍ଧ୍ବ ସ୍ବଂୟ ସହାୟିକା ସାମିଲ ହେବା ସହ ସଭା ପୂର୍ବରୁ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ ।

ଏହି ସମାବେଶରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ମିଶନଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ମହିଳା ସମବାୟ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ

ସୁବର୍ଣ୍ଣପୁର: ଚାଷୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । କାରଣ ସେମାନଙ୍କ ଦୀର୍ଘ ଦିନର ଆଶା ଆକାଂକ୍ଷା ପୂରଣ ହୋଇଛି । ଚିର ମରୁଡି ପ୍ରପୀଡିତ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଖମ୍ବେଶ୍ବରୀ ଅଞ୍ଚଳରେ ପ୍ରତିଷ୍ଠିତ ହୋଇଥିବା ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ ହୋଇଛି । ଏଥିସହିତ ଜିଲ୍ଲାର କପାସିରା, ବଡାଲି, ଚଡେଇପଙ୍କ, ଡାଲଡୋବା, ସୁବଳୟା, ବାଗବର ଓ ଛତାପିପଲ ଆଦି ସ୍ଥାନରେ ମଧ୍ୟ ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ଶନିବାର ଖମ୍ବେଶ୍ବରୀପାଲି ହାଟପଦାଠାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଜଳସେଚନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜଳସେଚନର ଉଦଘାଟନ କରିବା ସହ ଅନ୍ୟ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ ।

ଅଣଜଳସେଚିତ ଏହି ଅଞ୍ଚଳରେ ଉକ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାରୁ ପ୍ରାୟ 1600 ହେକ୍ଟର ଚାଷ ଜମିରେ ଜଳସେଚନ ହୋଇପାରିବ । ଚାଷୀମାନେ ଖରିଫ ଋତୁରେ ଧାନ ଫସଲ ସହ ରବି ଋତୁରେ ଡାଲି ଜାତୀୟ ଓ ତୈଳବୀଜ ଜାତୀୟ ଚାଷ କରି ନିଜ ଆମଦାନୀକୁ ଦ୍ବିଗୁଣିତ କରିପାରିବେ । ଜିଲ୍ଲାରେ ଏହି ପ୍ରକଳ୍ପ ଉଦଘାଟନ ହୋଇଥିବାରୁ ଚାଷୀଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.