ଖୋର୍ଦ୍ଧା : ଜିଲ୍ଲାର ଟାଙ୍ଗି ବ୍ଲକ ଲେଣ୍ଡୋ ପଞ୍ଚାୟତ ରାଧାମାଧବ ଆଞ୍ଚଳିକ ମହିଳା ମଞ୍ଚ ସଭାନେତ୍ରୀ ନିର୍ବାଚନରେ ଅନିୟମିତତା ନେଇ ଆଜି(ବୁଧାବର) ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।
ଏହାର ତୁରନ୍ତ ତଦନ୍ତ କରି ନିର୍ବାଚନକୁ ଆସିଦ୍ଧ ଘୋଷଣା କରିବା ପାଇଁ ନିବେଦନ କରାଯାଇଛି । ଏହାସହ ସାତ ଦିନ ମଧ୍ୟରେ ଏହାର ବିଚାର କରାନଗଲେ ଆସନ୍ତା ମାସ 9 ତାରିଖରୁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ ଆଞ୍ଚଳିକ ମଞ୍ଚର ସଦସ୍ୟା ମାନେ ଆନ୍ଦୋଳନ କରିବା ପାଇଁ ଧମକ ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ