ETV Bharat / state

ମହିଳାଙ୍କ ସୁରକ୍ଷା ପାଇଁ ଗାଁ ଗାଁକୁ ଯିବ ମହିଳା କଂଗ୍ରେସ - ଗାଁ ଗାଁ ବୁଲିବ ମହିଳା କଂଗ୍ରେସ

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଗାଁ ଗାଁ ବୁଲିବେ ମହିଳା କଂଗ୍ରେସ କର୍ମୀ ଓ ନେତା । ଓଡିଶା ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଅଧିକ ପଢ଼ନ୍ତୁ

ଗାଁ ଗାଁକୁ ଯିବ ମହିଳା କଂଗ୍ରେସ
ଗାଁ ଗାଁକୁ ଯିବ ମହିଳା କଂଗ୍ରେସ
author img

By ETV Bharat Odisha Team

Published : Nov 21, 2023, 12:04 PM IST

ଗାଁ ଗାଁକୁ ଯିବ ମହିଳା କଂଗ୍ରେସ

ଭୁବନେଶ୍ବର: ଗାଁ ଓ ପଞ୍ଚାୟତରେ ବୁଲିବେ ମହିଳା । ନାରୀକୁ ସୁରକ୍ଷା ଦେବାକୁ ଓ ନାରୀକୁ ସଶକ୍ତ ହେବାକୁ ଦେବେ ବାର୍ତ୍ତା । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଗାଁ ଗାଁ ବୁଲିବେ ମହିଳା କଂଗ୍ରେସ କର୍ମୀ ଓ ନେତା । ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ସୋମବାର କଂଗ୍ରେସ ଭବନ କାର୍ଯ୍ୟାଳୟରେ ନବ ନିଯୁକ୍ତ ସମସ୍ତ ଜିଲ୍ଲା ମହିଳା କଂଗ୍ରେସ କମିଟି ସଭାପତି ଓ ପ୍ରଦେଶ ମହିଳା କଂଗ୍ରେସ କମିଟିର କର୍ମକର୍ତ୍ତାମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ମହିଳା କଂଗ୍ରେସ ଗାଁ ଗାଁ ବୁଲି ସରକାରଙ୍କ ବିଫଳତା ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ନେଇ ନିଷ୍ପତ୍ତି ନିଆଯାଇଛି । ଉକ୍ତ ବୈଠକରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଯୋଗଦେଇ ମହିଳା କଂଗ୍ରେସ ରାଜ୍ୟ, ଜିଲ୍ଲା, ପଞ୍ଚାୟତ ଓ ବୁଥ ସ୍ତରରେ ସଂଗଠନ ଉପରେ ଦିଗ ଦର୍ଶନ ଦେଇଥିଲେ ।

ଗାଁକୁ ଗାଁ ବୁଲିବେ ମହିଳା କଂଗ୍ରେସ କର୍ମୀ । ମୋଦି ଓ ନବୀନ ସରକାରର ବିଫଳତା ବିରୋଧରେ ହେବ ଫେରାଦ । ମହିଳା ନିର୍ଯାତନା, ହିଂସା, ଆଶା, ଅଙ୍ଗନୱାଡି, ପାଚିକା ଓ ଗାଁ ସାଥି ସମସ୍ୟା, ପ୍ରଶାସନିକ ସ୍ଥାଣୁତା, ଆବାସ କେଳେଙ୍କାରୀ ଏବଂ ଶିଶୁ ଶ୍ରମିକ ଆଦି ପ୍ରସଙ୍ଗରେ ଲୋକଙ୍କୁ ଭେଟିବେ ମହିଳା କଂଗ୍ରେସ କର୍ମକର୍ତ୍ତା । ଗ୍ୟାସ, ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଓ ଆକାଉଣ୍ଟକୁ ୧୫ ଲକ୍ଷ, ବର୍ଷକୁ ୨ କୋଟି ଚାକିରି କୁଆଡେ ଗଲା ବୋଲି କେନ୍ଦ୍ରକୁ ପ୍ରଶ୍ନ କରି ଲୋକଙ୍କୁ ଅବଗତ କରାଇ ନିଜ ଆଡକୁ ଆଣିବାକୁ ଚେଷ୍ଟା କରିବ ମହିଳା କଂଗ୍ରେସ । ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ଜିଲ୍ଲା ମହିଳା କଂଗ୍ରେସ ସଭାପତିଙ୍କୁ ନେଇ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Onion Price Hike: ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ମହିଳା କଂଗ୍ରେସ

ପିସିସି ସଭାପତି ଏହି ବୈଠକରେ ୨୦୨୪ ପାଇଁ ପ୍ରସ୍ତୁତ ରହି ନିର୍ବାଚନୀ କାର୍ଯ୍ୟକ୍ରମ କରିବା ଲାଗି ନେତ୍ରୀମାନଙ୍କୁ ଉତ୍ସାହିତ କରିଛନ୍ତି । କଂଗ୍ରେସ ଦେଶ ପାଇ କଣ କରିଛି ଓ ଆଗକୁ କଣ କରିବ ତାହା ମଧ୍ୟ ଭୋଟରଙ୍କୁ କହିବା ସହିତ ମହିଳା କଂଗ୍ରେସ ବୁଝାଇବ ବୋଲି ଶରତ ପଟ୍ଟନାୟକ କହିଛନ୍ତି । ସେହିପରି ମହିଳା କଂଗ୍ରେସ ରାଜ୍ୟ ସଭାନେତ୍ରୀ ବନ୍ଦିତା ପରିଡା କହିଛନ୍ତି ଯେ, ମହିଳାଙ୍କ ହକ ପାଇଁ ମହିଳା କଂଗ୍ରେସ ଲଢେଇ କରିବ । ରାଷ୍ଟ୍ରୀୟ ମହିଳା ଅଧ୍ୟକ୍ଷ ନେଟା ଡି ସୁଜାଙ୍କ ଅନୁମୋଦନ କ୍ରମେ ରାଜ୍ୟ ମହିଳା କଂଗ୍ରେସର ୪ଜଣ ଉପସଭାନେତ୍ରୀ, ୧୧ଜଣ ସାଧାରଣ ସମ୍ପାଦକ, ୧୯ ଜଣ ସମ୍ପାଦକ ଏବଂ 4 ଜଣ ନୂତନ ସଦସ୍ୟା ଦାୟିତ୍ୱ ଗ୍ରହଣ କରିଛନ୍ତି । ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ରାଜ୍ୟରେ ଆଜି ମହିଳା ଅସୁରକ୍ଷିତ । ମହିଳା ତାଙ୍କ ହକ୍ ପାରୁନାହାଁନ୍ତି । ବିଜେଡି ସରକାର ଯେଉଁ ଯୋଜନା ଆଣୁଛନ୍ତି ସମସ୍ତେ ତାହା ପାଉନାହାଁନ୍ତି । SHG ମହିଳା ଗ୍ରୁପ ଭାଗ ଭାଗ ହୋଇଯାଇଛି । ଯେଉଁମାନେ ଆଗ ଧାଡିରେ ରହୁଛନ୍ତି ସେମାନେ କେବଳ ଉପକୃତ ହେଉଛନ୍ତି । ତେଣୁ ଏହାକୁ ବିରୋଧ କରି ଆଗାମୀ ଦିନରେ ଏନେଇ ମହିଳା କଂଗ୍ରେସ ତୀବ୍ର ପ୍ରତିବାଦ କରିବ ବୋଲି କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.