ETV Bharat / state

ଭୁବନେଶ୍ବରରେ ମଣିପୁର ତାତି, ରାଜ୍ୟ ମହିଳା କଂଗ୍ରେସର ପ୍ରତିବାଦ

author img

By

Published : Jul 27, 2023, 7:48 AM IST

ମଣିପୁର ହିଂସାକୁ ନେଇ ରାଜଧାନୀରେ ପ୍ରତିବାଦ କରିଛି ମହିଳା କଂଗ୍ରେସ । ରାଜରାସ୍ତାରେ ମହିଳା କଂଗ୍ରେସ କର୍ମୀ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି ।

ରାଜ୍ୟ ମହିଳା କଂଗ୍ରେସର ପ୍ରତିବାଦ
ରାଜ୍ୟ ମହିଳା କଂଗ୍ରେସର ପ୍ରତିବାଦ
ରାଜ୍ୟ ମହିଳା କଂଗ୍ରେସର ପ୍ରତିବାଦ

ଭୁବନେଶ୍ବର: ମଣିପୁର ହିଂସାକୁ ନେଇ ପ୍ରତିବାଦ କରିଛି ମହିଳା କଂଗ୍ରେସ । ରାଜରାସ୍ତାରେ ମହିଳା କଂଗ୍ରେସ କର୍ମୀ ଓ ନେତା ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶ ପୁତ୍ତଳିକା ଦାହ କରିଥିବା ଦେଖିବାକୁ ମିଳିଛି । ତେବେ ଦୀର୍ଘ ଦିନ ଧରି ମଣିପୁରରେ ହିଂସା ଲାଗି ରହିଥିବାବେଳେ ଏହାରି ଭିତରେ ସ୍ପର୍ଶକାତର ଭିଡିଓ ସାମ୍ନାକୁ ଆସିଛି । ଯାହା ସାରା ଦେଶକୁ ଦୋହଲାଇ ଦେଇଛି ।

ନିକଟରେ ଦୁଇ ଜଣ ଆଦିବାସୀ ମହିଳାଙ୍କ ଯେଉଁ ଭିଡିଓ ଭାଇରାଲ ହୋଇଥିଲା ତାହାକୁ ନେଇ ମୋଦି ସରକାରଙ୍କ ଉପରେ ପ୍ରଶ୍ନ ସୃଷ୍ଟି କରିଛି ବୋଲି କହିଛି ମହିଳା କଂଗ୍ରେସ । ଏନେଇ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା କହିଛନ୍ତି, "ବିଜେପି ସରକାର ହେଉଛି ମହିଳା ବିରୋଧୀ ସରକାର । ଏତେ ଦିନ ପର୍ଯ୍ୟନ୍ତ କାହିଁକି ଚୁପ୍ ରହିଛନ୍ତି ସରକାର ? ସାରା ବିଶ୍ବ ଭ୍ରମଣ କରୁଛନ୍ତି ହେଲେ ଏହାର ସମାଧାନ କରି ପାରୁନାହାନ୍ତି ।

"ସାରା ଦେଶରୁ ପ୍ରତିବାଦର ସ୍ୱର ଆସୁଥିବାବେଳେ ନବୀନ ପଟ୍ଟନାୟକ କାହିଁକି ଚୁପ୍ ଅଛନ୍ତି ?" ବୋଲି ପ୍ରଶ୍ନ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ । ମହିଳା କଂଗ୍ରେସ ପ୍ରତିବାଦ କରିବା ସହିତ ମଣିପୁର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରିଥିବା ଦେଖିବାକୁ ମିଳିଛି । ତେବେ ମଣିପୁରରେ ମହିଳାଙ୍କ ପ୍ରତି ଘଟିଥିବା ବର୍ବରୋଚିତ ଓ ଲଜ୍ଜାଜନକ ଘଟଣାର ତୀବ୍ର ପ୍ରତିବାଦ କରିଛି ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ।

ଏନେଇ ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ବରେ ଶତାଧିକ ମହିଳା କଂଗ୍ରେସ ସମର୍ଥକଙ୍କ ରାଲି ଦେଖିବାକୁ ମିଳିଥିଲା । ଏହି ରାଲି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରୁ ବାହାରିଥିଲା । ଦଳୀୟ କର୍ମୀମାନେ ହାତରେ ପ୍ଲାକାର୍ଡ ଧରି ଏଭଳି ଘଟଣାର ନିନ୍ଦା କରିଥିଲେ । ଏହି ଘଟଣାରେ ଉଭୟ ମଣିପୁର ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଦାୟୀ ବୋଲି ଏହି ପ୍ରତିବାଦକାରୀମାନେ ଅଭିଯୋଗ କରିଥିଲେ ।

ଏହା ବି ପଢନ୍ତୁ...ରାଉରକେଲାରେ ମଣିପୁର ହିଂସା ତାତି, କେନ୍ଦ୍ରକୁ ଦାୟୀ କରି ଗର୍ଜିଲେ

ମହିଳା କଂଗ୍ରେସ କର୍ମୀମାନେ ପ୍ଲାକାର୍ଡ ଧରି କେନ୍ଦ୍ର ସରକାର ବିରୋଧରେ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା । ଏହା ସହିତ ମଣିପୁର ହିଂସା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀରବତାକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସର କର୍ମକର୍ତ୍ତା ପ୍ରମୁଖ ସାମିଲ ହୋଇ ଏଭଳି ଘଟଣାକୁ ତୀବ୍ର ସମାଲୋଚନା କରିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.