ETV Bharat / state

ଜୟ ଭାରତ ସତ୍ୟାଗ୍ରହରେ ମହିଳା କଂଗ୍ରେସ, ଜାଳିଲେ ମୋଦିଙ୍କ କୁଶପୁତ୍ତଳିକା

author img

By

Published : Apr 25, 2023, 10:15 PM IST

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବା ପ୍ରତିବାଦରେ ଦେଶର ଗଣତନ୍ତ୍ର ବିପଦରେ ଥିବା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଛି ମହିଳା କଂଗ୍ରେସ । ଜୟ ଭାରତ ସତ୍ୟାଗ୍ରହ ଯାଇ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରିଛି ଦଳ । ଅଧିକ ପଢ଼ନ୍ତୁ

ଜୟ ଭାରତ ସତ୍ୟାଗ୍ରହରେ ମହିଳା କଂଗ୍ରେସ
ଜୟ ଭାରତ ସତ୍ୟାଗ୍ରହରେ ମହିଳା କଂଗ୍ରେସ
ଜୟ ଭାରତ ସତ୍ୟାଗ୍ରହରେ ମହିଳା କଂଗ୍ରେସ

ଭୁବନେଶ୍ବର: ଗଣତନ୍ତ୍ର ବଞ୍ଚାଅ ମୋଦି ହଟାଓ ନାରାରେ କମ୍ପିଲା ମାଷ୍ଟର କ୍ୟାଣ୍ଟିନ ଛକ । କଂଗ୍ରେସ ଭବନରୁ ଶତାଧିକ ମହିଳା ନେତ୍ରୀ ବାହାରି ଜୟ ଭାରତ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ସାମିଲ ହେଲେ । ମୋଦି ହଟାଓ ଦେଶ ବଞ୍ଚାଓ ସ୍ଲୋଗାନ ଦେଇ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରିଛି ମହିଳା କଂଗ୍ରେସ । ତେବେ ଆଗାମୀ ଦିନରେ ଏହି ବିରୋଧ ଅଧିକ ଶାଣିତ ହେବ ବୋଲି ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା କହିଛନ୍ତି ।

ସାରା ଦେଶରେ ଏବେ ଗଣତନ୍ତ୍ର ବିପଦରେ ଥିବା ଅଭିଯୋଗ କରି କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି । ଏହା ସହିତ ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦ ପ୍ରତିବାଦରେ ମହିଳା କଂଗ୍ରେସ ଏକାଠି ହୋଇ ସାରା ରାଜ୍ୟରେ ବିକ୍ଷୋଭ ପଦର୍ଶନ କରୁଛି । ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପରେ କଂଗ୍ରେସ ପକ୍ଷରୁ ସାରା ଦେଶରେ ଏହାର ତୀବ୍ର ପ୍ରତିବାଦ କରାଯାଉଛି । ଦେଶରେ ବିଜେପି ସରକାର ଅଗଣତାନ୍ତ୍ରୀକ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗରେ ପୂର୍ବରୁ କଂଗ୍ରେସ ପକ୍ଷରୁ ସମସ୍ତ ଛାମୁଆ ସଂଗଠନ ଗୁଡିକ ଗଣତନ୍ତ୍ର ବିପଦରେ ଥିବା ନେଇ ପ୍ରତିବାଦ କରିଥିଲେ । ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଥିଲା । ସେହିଭଳି ବିଭିନ୍ନ ଜିଲ୍ଲାସ୍ତରରେ ମଧ୍ୟ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା । ଏପ୍ରିଲ ୧ ତାରିଖରେ ଜିଲ୍ଲା ନେତୃବୃନ୍ଦ ପ୍ରତି ବ୍ଲକରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏପ୍ରିଲ ୩ ତାରିଖରେ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସର ନେତା ଓ କର୍ମୀ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୋଷ୍ଟକାର୍ଡ ଚିଠି ପ୍ରେରିତ କରିଥିଲେ । ୧୫ ତାରିଖରୁ ୨୦ ତାରିଖ ମଧ୍ୟରେ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳ ମାନଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇ ଜୟ ଭାରତ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା ।

ତେବେ ଆଜିର ଏହି ବିକ୍ଷୋଭ ସମୟରେ ପ୍ରତିକ୍ରିୟା ରଖି ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା କହିଛନ୍ତି, "ଆମର ନେତା ରାହୁଲ ଗାନ୍ଧୀଙ୍କ ସହ ଆମେ ରହିଛୁ । ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ଓ ଦେଶ ବଞ୍ଚାଇବାକୁ ନେଇ କଂଗ୍ରେସ ପଞ୍ଚାୟତସ୍ତରରୁ ଜନଜଗରଣ ସୃଷ୍ଟି କରିବ । ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ଏବଂ ଆଇନର ଦୁରୂପଯୋଗ କରି ତାଙ୍କ ସ୍ବରକୁ ଚାପି ଦେବା ପାଇଁ ବିଜେପି ସରକାରର ଯେଉଁ ଉଦ୍ୟମ ଚାଲିଛି, ତାହା ସଂସଦୀୟ ଗଣତନ୍ତ୍ର ବ୍ୟବସ୍ତାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଉଛି । ଏନେଇ କଂଗ୍ରେସ ପକ୍ଷରୁ ରାଜ୍ୟ ତମାମ ଜନ ଆନ୍ଦୋଳନ ଜାରି ରହିବ । ଏହାସହ ସାମ୍ପ୍ରତିକ ପରିସ୍ଥିତି ଦେଶକୁ ଅତ୍ୟନ୍ତ ଦୁର୍ବଳ କରିଦେଉଛି । କଂଗ୍ରେସ ଏନେଇ ଦୁର୍ବାର ଆନ୍ଦୋଳନ କରି ବିଜେପି ସରକାର ଓ ଆଦାନୀ-ମୋଦି ପ୍ରୀତିର ସମସ୍ତ ଚିଠାର ଖୁଲାସା କରିବ କଂଗ୍ରେସ । LIC, SBI ଏବଂ ଅନ୍ୟାନ୍ୟ ଜାତୀୟକରଣ ବ୍ୟାଙ୍କର କୋଟି କୋଟି ଟଙ୍କାର ପୁଞ୍ଜି ବିନିଯୋଗ ଏପରିକି EPFOର ପୁଞ୍ଜି ବିନିଯୋଗ ଏହା ସହିତ ଆଦାନୀଙ୍କ ପରିବାର ଦ୍ବାରା ପରିଚାଳିତ ମରିସସର ସେଲ କମ୍ପାନୀ ମାଧ୍ୟମରେ ୨୩ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ଓ ଆର୍ଥିକ ଅନିୟମିତତା ପାଇଁ ଦେଶରେ ଯେଉଁ ବିତୀୟ ବିଶୃଙ୍ଖଳା ହୋଇଛି, ତାର ନିଛକ ଛବି ଜନସାଧାରଣଙ୍କ ପାଖରେ ରଖିବ କଂଗ୍ରେସ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.