ETV Bharat / state

Gas Price Hike: ରାସ୍ତା ଉପରେ ଉଠା ଚୁଲିରେ ଚା’ କରି ପ୍ରତିବାଦ କଲା ମହିଳା କଂଗ୍ରେସ

author img

By

Published : Mar 5, 2023, 10:05 AM IST

ଗ୍ୟାସ ଦରବୃଦ୍ଧି ନେଇ ମାଷ୍ଟରକ୍ୟାଣ୍ଟିନ ଛକରେ ପ୍ରତିବାଦ କଲା ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ । ଅଧିକ ପଢନ୍ତୁ

mahila congress protest against gas price hike

ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଳାଇଲା କଂଗ୍ରେସଲ । ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉଠା ଚୁଲିରେ ଚା’ ପ୍ରସ୍ତୁତ କରି ପ୍ରତିବାଦ କଲା ଜିଲ୍ଲା ମହିଳା କଂଗ୍ରେସ । ଘରୋଇ ଗ୍ୟାସ ଦର ୫୦ଟଙ୍କା ବୃଦ୍ଧିକୁ ନେଇ ଗତକାଲି ମାଷ୍ଟର କ୍ୟାଣ୍ଟିନ ଛକରେ ମହିଳା କଂଗ୍ରେସର ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଘରୋଇ ଗ୍ୟାସ ଦର ବୃଦ୍ଧି କରି ହୋଲି ସମୟରେ ମୋଦି ସରକାର ଗରିବଙ୍କୁ ଯେଉଁ ଭେଟି ଦେଇଛନ୍ତି ତାହା ବୋଝ ଲଳିତା ବିଡା ସଦୃଶ ତେଣୁ ଗରିବଙ୍କ ସ୍ୱର ସାଜି ପ୍ରଦେଶ ମହିଳା କଂଗ୍ରେସ ଓ ଭୁବନେଶ୍ବର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନରେ ବିକ୍ଷୋଭ ପ୍ରଦର୍ଶନ କରିଥିବା କହିଛନ୍ତି ମହିଳା କଂଗ୍ରେସର ନେତ୍ରୀ।

ପ୍ରଥମେ କଂଗ୍ରେସ ଭବନରୁ ନେତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ମାଷ୍ଟର କ୍ୟାଣ୍ଟିନ ଛକରେ ପହଞ୍ଚିଥିଲେ । ଏହାପରେ ସେଠାରେ ହାତରେ ପ୍ଲାକାର୍ଡ ଧରି କେନ୍ଦ୍ର ସରକାର ବିରୋଧୀ ନାରାବାଜି କରି ପ୍ରତିକ୍ରିୟାତ୍ମକ ସିଲିଣ୍ଡରର ଫଟୋ ଚିତ୍ର ହାତରେ ଧରି ହଲ୍ଲା ବୋଲ କରିଥିଲେ । ଏଥିରେ ବହୁ ବରିଷ୍ଠ କଂଗ୍ରେସ ନେତା ଓ ମହିଳା କଂଗ୍ରେସର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

କେନ୍ଦ୍ର ସରକାର ଯେଉଁଭଳି ଭାବେ ଦିନକୁ ଦିନ ହୁହୁ ହୋଇ ଗ୍ୟାସରେ ଦର ବଢାଉଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ବର୍ତ୍ତମାନ ଗ୍ୟାସର ଦର ବୃଦ୍ଧି ହୋଇ ୧୧୩୦ ଟଙ୍କାରେ ପହଞ୍ଚିଲାଣି । ଫଳରେ ଏହି ଦରରେ ଗରିବ ଓ ମଧ୍ୟବିତ ଶ୍ରେଣୀର ଲୋକଙ୍କ କ୍ଷେତ୍ରରେ ଗ୍ୟାସ କିଣିବା ଅସମ୍ଭବ ହୋଇପଡିଲାଣି । ତେଣୁ ଲୋକେ ପୁଣି ସେହି ଚୁଲି ଉପରେ ଭରସା କରିବେ । ତେଣୁ କେନ୍ଦ୍ର ସରକାର ମହିଳାଙ୍କୁ ଏଠି ଗ୍ୟାସ ଦର ବଢ଼ାଇ ସଶକ୍ତ କରୁନାହହାନ୍ତି ବରଂ ପୁଣି ସେହି ଚୁଲି ମୁଣ୍ଡକୁ ଠେଲିଦଉଛନ୍ତି । ଯାହାକୁ ମହିଳା କଂଗ୍ରେସ ପ୍ରତିବାଦ କରୁଛି, ଆଉ ମୋଦି ସରକାରଙ୍କ ଏହି ମିଥ୍ୟା ପ୍ରତିଶୃତିକୁ ନିନ୍ଦା କରୁଛି ବୋଲି କହିଛି କଂଗ୍ରେସ ।

ମହିଳା କଂଗ୍ରେସ ବିକ୍ଷୋଭ ପଦର୍ଶନ ସହ ମାଷ୍ଟର କ୍ୟାଣ୍ଟିନ ରାସ୍ତା ଅବରୋଧ କରି ଚୁଲି ଜାଳି ଚା’ ପ୍ରସ୍ତୁତ କରିଥିଲା । ଆଉ ସାଧାରଣ ଲୋକଙ୍କୁ ସେହି ଚା’ ଦେଇ କେଉଁଭଳି ଭାବେ ଉଜ୍ଜଳା ଯୋଜନା ନାଁରେ ମୋଦି ସରକାର ମହିଳାଙ୍କୁ ଧୋକା ଦେଉଛନ୍ତି ସେନେଇ ସଚେତନ କରାଇଥିଲେ କଂଗ୍ରେସର କର୍ମୀ । ତେଣୁ ଏ ମିଥ୍ୟା ସରକାରଙ୍କୁ ବର୍ଜନ କରିବାକୁ ନାରାବାଜି ଦେଇଥିଲା କଂଗ୍ରେସ । ଅନ୍ୟପଟେ ବାରମ୍ବାର କେନ୍ଦ୍ର ସରକାର ଯେଭଳି ଭାବେ ଅତ୍ୟାବଶ୍ୟକ ଜିନିଷର ଦରଦାମ ବୃଦ୍ଧି କରୁଛନ୍ତି ତାହା ଲୋକଙ୍କ ହିତରେ ନୁହେଁ ବରଂ ଲୋକଙ୍କ କ୍ଷତି କରୁଛି ଆଉ ସାଧାରଣ ଲୋକଙ୍କ ପକେଟ ଖାଲି କରୁଛି । ଯାହା କେବେବି କଂଗ୍ରେସ ସହ୍ୟ କରିବନି, ଏଥିପାଇଁ ଆଗାମୀ ଦିନରେ ବି କେନ୍ଦ୍ର ସରକାରଙ୍କୁ ବିରୋଧ କରିବ କରାଯିବ ବୋଲି କହିଛନ୍ତି କଂଗ୍ରେସ ମହିଳା ସଭାପତି ବନ୍ଦିତା ପରିଡା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.