ETV Bharat / state

ପ୍ରଶାସକରୁ ରାଜନେତା: ବିଜେଡ଼ିରେ ମିଶିଲେ ପୂର୍ବତନ ପ୍ରଶାସକ ମହେନ୍ଦ୍ର ବଢ଼େଇ

author img

By

Published : Nov 17, 2022, 1:45 PM IST

ପୂର୍ବତନ ପ୍ରଶାସକ ମହେନ୍ଦ୍ର ବଢ଼େଇ ବିଜେଡ଼ିରେ ସାମିଲ ହୋଇଛନ୍ତି । ଆଜି ବିଧିବଦ୍ଧ ସାମିଲ ହୋଇଛନ୍ତି ପୂର୍ବତନ ପ୍ରଶାସକ ମହେନ୍ଦ୍ର ବଢ଼େଇ । ଅଧିକ ପଢନ୍ତୁ

ବିଜେଡ଼ିରେ ସାମିଲ ହେଲେ ପୂର୍ବତନ ପ୍ରଶାସକ ମହେନ୍ଦ୍ର ବଢ଼େଇ

ଭୁବନେଶ୍ବର: ବିଧିବଦ୍ଧ ଭାବେ ଆଜି ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ପ୍ରଶାସକ ମହେନ୍ଦ୍ର ବଢ଼େଇ । ନବୀନ ନିବାସରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡିରେ ସାମିଲ ହୋଇଛନ୍ତି ମହେନ୍ଦ୍ର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହେନ୍ଦ୍ରଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି ମହେନ୍ଦ୍ର ବଢେଇ । ପ୍ରଶାସକରୁ ରାଜନେତା ହୋଇଛନ୍ତି ।

ନୂଆପଡ଼ାର ସହକାରୀ ଉପଜିଲ୍ଲାପାଳ ଥିଲେ ମହେନ୍ଦ୍ର ବଢ଼େଇ । କିଛି ଦିନ ତଳେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଆଜି ବିଜେଡିରେ ଯୋଗ ଦେଇଛନ୍ତି ମହେନ୍ଦ୍ର । ମହେନ୍ଦ୍ର ପଦ୍ମପୁରର ବାସିନ୍ଦା ହୋଇଥିବାବେଳେ ଆସନ୍ତା ଉପନିର୍ବାଚନରେ ଶକ୍ତି ମିଳିବ ନେଇ ବିଜେଡି ଆଶା ରଖିଛି । 1997 ମସିହାରେ ଫିସଫେଡର ମାର୍କେଟିଂ ଅଫିସର ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ମହେନ୍ଦ୍ର । 2020ରେ ସେ ବିଭାଗୀୟ ପଦୋନ୍ନତି ପାଇ ଓଏଏସ କ୍ୟାଡରରେ ସାମିଲ ହୋଇଥିଲା । ମହେନ୍ଦ୍ର ଭୁବନେଶ୍ୱର ମହାନଗର ନିଗମର ଜେଡିସି ଭାବେ କାର୍ଯ୍ୟ କରିଛନ୍ତି । ଏହା ସହ ପୁରୀ, ଖୋର୍ଦ୍ଧା ଓ ଅନ୍ୟ ଜିଲ୍ଲାରେ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇଛନ୍ତି । ପଦ୍ମପୁର ଆସନରୁ ମହେନ୍ଦ୍ର ଆଶାୟୀ ଥିବା ଚର୍ଚ୍ଚା ହେଉଥିଲା । ସେଥିପାଇଁ ସେ ସ୍ବେଚ୍ଛାକୃତ ଅବସର ନେଇଥିଲେ ବୋଲି କୁହାଯାଉଥିଲା ।

ବିଜେଡିରେ ସାମିଲ ହେବା ପରେ ମହେନ୍ଦ୍ର କହିଛନ୍ତି ଯେ, ''ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ମୁଁ ଆଜି ବିଜେଡିରେ ମିଶିଛି । ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଆଜି ବିଜେଡିରେ ଯୋଗ ଦେଇଛି । ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେବେ କର୍ମୀ ହିସାବରେ ତାକୁ ପାଳନ କରିବି । ଆଗରୁ ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ସାମାଜିକ କାମ କରୁଥିଲି । ସେହି ଅନୁଯାୟୀ ମୁଁ ଲୋକଙ୍କ ସେବା କରିବାକୁ ରାଜନୀତିକୁ ଆସିଛି ।'' 2024ରେ ଟିକେଟ ଆଶାୟୀ ଅଛନ୍ତି କି ପ୍ରଶ୍ନରେ ଉତ୍ତରରରେ ମହେନ୍ଦ୍ର କହିଛନ୍ତି,'' ମୁଁ ଆଶାୟୀ ନାହିଁ, କେବଳ କର୍ମୀ ହିସାବରେ କାମ କରିବି ।'' ସେପଟେ ଆଜି ନାମାଙ୍କନ ଆଉ ଏପଟେ ଶକ୍ତି ପଦର୍ଶନ କି ବାର୍ତ୍ତା ଦେଉଛି କି ଶାସକ ଦଳ ପ୍ରଶ୍ନରେ ଉତ୍ତରରେ ମହେନ୍ଦ୍ର କିଛି ଶକ୍ତି ପ୍ରଦର୍ଶନ ନୁହେଁ ବିଜେଡି ଗୋଟିଏ । ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ ଭାବେ ଦେଇଛନ୍ତି ସେ ଜୟଯୁକ୍ତ ହେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.