ETV Bharat / state

୧୮ରେ ମହାଶିବରାତ୍ରୀ, ରାତି 10ଟାରେ ଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ - ମହାଶିବରାତ୍ରୀ ପାଇଁ ବିଏମସି ପ୍ରସ୍ତୁତି ବୈଠକ

ମହାଶିବରାତ୍ରୀ ପାଇଁ ଭୁବନେଶ୍ବର ମହାନଗର ନିଗମ ଏକ ପ୍ରସ୍ତୁତି ବୈଠକ କରିଛି । ଅଧିକ ପଢନ୍ତୁ

BMC Mahasibaratri preparation meeting
ଫେବୃଆରୀ ୧୮ରେ ମହାଶିବରାତ୍ରୀ, ପ୍ରସ୍ତୁତ ବୈଠକ କଲା BMC
author img

By

Published : Feb 9, 2023, 9:32 AM IST

ଫେବୃଆରୀ ୧୮ରେ ମହାଶିବରାତ୍ରୀ

ଭୁବନେଶ୍ବର: ଆସନ୍ତା ଫେବୃଆରୀ ୧୮ତାରିଖ ମହାଶିବରାତ୍ରୀ । ଦେବ ଦେବ ମହାଦେବଙ୍କୁ ଆରାଧନା କରିବେ ଭକ୍ତ । ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଏମସି ପକ୍ଷରୁ ମହାଶିବରାତ୍ରୀ ପ୍ରସ୍ତୁତ ବୈଠକ ହୋଇଛି ।

ମନ୍ଦିର ଟ୍ରଷ୍ଟର ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୂର୍ବ ନୀତିନିର୍ଦ୍ଧଣ୍ଟ ବଳବତ୍ତର ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସେହିଭଳି ଚଳିତ ବର୍ଷ ରାତି ୧୦ଟା ସମୟରେ ମହାଦୀପ ଉଠିବା ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଛି ।

ମହାଶିବରାତ୍ରୀ ପୂର୍ବ ରାତି ସାଢେ ୨ଟା ଠାରୁ ମନ୍ଦିର ଦ୍ବାର ଖୋଲାଯିବ । ଭୋର ୩ ଟାରୁ ସାଢେ ୩ଟା ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ସମ୍ପନ୍ନ ହେବ । ଭୋର ୪ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲାରେ ଭକ୍ତଙ୍କୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ସୁଯୋଗ ମିଳିବ । ୧୧ଟା ଠାରୁ ୧୨ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର, ୧୨ଟାରେ ମହାସ୍ନାନ ବେଶ, ୧୨ଟା ୪୫ମିନିଟରୁ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଶ୍ରୀଜିଉ ଓ ଠାକୁରାଣୀଙ୍କ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ ନୀତି ଅନୁଷ୍ଠିତ ହେବ ।

ଏହା ବି ପଢନ୍ତୁ...ବାନ୍ଧବୀ ସହ ତୁଟିନି ଅଡୁଆ, ଅନ୍ୟ ଯୁବତୀଙ୍କ ସହ ବିଧାୟକ ବିଜୟ ଶଙ୍କରଙ୍କ ଅନ୍ତରଙ୍ଗ ଫଟୋ ଭାଇରାଲ

ସେହିଭଳି ସନ୍ଧ୍ୟା ୭ଟା ୧୦ରୁ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରାଫିଟା ନୀତି ଅନୁଷ୍ଠିତ ହେବା ପରେ ୮ଟା ୫୫ମିନିଟରେ ସନ୍ଧ୍ୟା ଧୂପ ଓ ତୀର୍ଥଜଳ ଆନୟନ କରାଯାଇ ରାତି ୧୦ଟାରେ ମହାଦୀପ ଉଠିବ । ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବା ପରେ ଚାରି ପ୍ରହର ପୂଜା କରାଯିବ । ଜାଗର ଯାତ୍ରା ପାଇଁ ଆଲୋକ ଓ ପରିମଳ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଥିବା ବେଳେ ଆଇନଶୃଙ୍ଖଳା ଓ ଟ୍ରାଫିକ ପରିଚାଳନା ପାଇଁ ପୋଲିସ କର୍ମଚାରୀଙ୍କ ସମେତ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ ।

ଏହା ବି ପଢନ୍ତୁ...ଶିଖରଚଣ୍ଡୀ ମନ୍ଦିର ବୁଲିଲେ ମୁଖ୍ୟ ଶାସନ ସଚିବ, ବିକାଶ କାର୍ଯ୍ୟର ସମୀକ୍ଷା କଲେ

ଜାଗର ଯାତ୍ରାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କ୍ରୁଟ ପକ୍ଷରୁ ଅଧିକ ୩ଟି ରୁଟରେ ମୋ ବସ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି । ଗତକାଲି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ ଭୁବନେଶ୍ବର ମେୟର ସୁଲୋଚନା ଦାସ, ମନ୍ଦିର ପ୍ରଶାସନର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ପୋଲିସ ଓ ବିଭିନ୍ନ ନିଯୋଗର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.