ETV Bharat / state

ରାଜନୈତିକ ଉଦ୍ଦେଶ୍ୟ ରଖି ମୋ ବିରୋଧରେ ଷଡ଼ଯନ୍ତ୍ର କରୁଛି ବିଜେପି: ପ୍ରତାପ ଜେନା

ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ମୁହଁ ଖୋଲିଲେ ପ୍ରତାପ । ରାଜନୈତିକ ଉଦ୍ଦେଶ୍ୟ ରଖି ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି ବୋଲି କହିଛନ୍ତି ପ୍ରତାପ ଜେନା । ଅଧିକ ପଢନ୍ତୁ

mahanga double murder
mahanga double murder
author img

By ETV Bharat Odisha Team

Published : Sep 26, 2023, 7:15 AM IST

Updated : Sep 26, 2023, 7:36 AM IST

ସ୍ୱତନ୍ତ୍ର କୋର୍ଟରେ ମାହାଙ୍ଗା ଡବଲ ମର୍ଡର ମାମଲା ଶୁଣାଣି

ଭୁବନେଶ୍ବର: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପଙ୍କ ବିରୋଧରେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ଆସିଛି । ରାଜଧାନୀ ସ୍ୱତନ୍ତ୍ର କୋର୍ଟରେ ଚାଲିବ ଏହି ମାମଲା । ଏହାପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା । ଗଣମାଧ୍ୟମର ଖବର ପ୍ରସାରଣରୁ ଘଟଣାରେ ତାଙ୍କର ସମ୍ପୃକ୍ତି ଅଛି ବୋଲି ସେ ଜାଣିବାକୁ ପାଇଥିଲେ ,ଏହାର କୌଣସି ସତ୍ୟାସତ୍ୟ ନାହିଁ । ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି ବୋଲି କହିଛନ୍ତି ପ୍ରତାପ ଜେନା।

ପ୍ରତାପ କହିଛନ୍ତି, "ବିରୋଧୀ ମୋ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି । ଯେଉଁମାନେ ମୋ ବିରୁଦ୍ଧରେ କରୁଛନ୍ତି ସେମାନଙ୍କର ନାରକୋ ଟେଷ୍ଟ କରାଯାଉ । ଏପରିକି ମୋର ବି ନାରକୋ ଟେଷ୍ଟ କରାଯାଉ । ଏହି ମାମଲାରେ ମୋ ବିରୁଦ୍ଧରେ ଯେଉଁ ଷଡଯନ୍ତ୍ର ଚାଲିଛି ତାହା ସମ୍ପୂର୍ଣ ମିଥ୍ୟା ଓ ଭିତ୍ତିହୀନ । ରାଜନୈତିକ ଉଦେଶ୍ୟ ରଖି ଏପରି କରାଯାଉଛି । ବିରୋଧୀ ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନ ଯିଏକି ମୋ ବିରୁଦ୍ଧରେ ଲଢ଼ି ହାରିଛନ୍ତି ସେ ରାଜନୈତିକ ଉଦେଶ୍ୟ ରଖି ଏଭଳି ଷଡ଼ଯନ୍ତ୍ର କରୁଛନ୍ତି । ମାହାଙ୍ଗାରେ ବିକାଶକୁ ସହି ପାରୁ ନାହାନ୍ତି ବିରୋଧୀ । ବିଭିନ୍ନ ଗଣମାଧ୍ୟମରେ ମୋ ବିରୁଦ୍ଧରେ ଅପପ୍ରଚାର ଚାଲିଛି । ରାଜନୈତିକ ଉଦେଶ୍ୟ ରଖି ମତେ ବଦନାମ କରାଯାଉଛି । ଘଟଣାରେ କିଛି ସତ୍ୟସତ୍ୟ ନାହିଁ ।"

ଏହା ମଧ୍ୟ ପଢନ୍ତୁ-ମାହାଙ୍ଗା ଡବଲ ମର୍ଡର, ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ପାଇଁ ଅଡୁଆ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେମାନେ ଘଟଣା ସମୟରେ ମିଡିଆ ସାମ୍ନାକୁ ଆସି ଦୋଷ ସ୍ୱୀକାର କରିଥିଲେ । ସେମାନେ ଏ ଘଟଣା ଘଟାଇଛନ୍ତି ବୋଲି କହିଥିଲେ । କେଉଁ କାରଣରୁ ଏହା ଘଟାଇଛନ୍ତି ସେମାନେ ସ୍ୱୀକାର କରିଥିଲେ । ଏ କଥାର କୌଣସି ମୂଲ୍ୟ ନାହିଁ । କେବଳ ହୀନ ରାଜନୈତିକ ଷଡ଼ଯନ୍ତ୍ର ମୋ ବିରୁଦ୍ଧରେ ଚାଲିଛି । ରାଜନୀତିରେ ଆମକୁ ସହ୍ୟ ନକରିପାରି କେବଳ ଷଡ଼ଯନ୍ତ୍ର କରି ଫସେଇବା ପାଇଁ ଉଦ୍ୟମ ଚାଲିଛି । ଆଗାମୀ ଦିନରେ ସତ ଓ ମିଛ କଥା କଣ ସାମ୍ନାକୁ ଆସିଯିବ ।

ଅନ୍ୟପଟରେ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢ଼ିଛି । ହତ୍ୟା, ହତ୍ୟା ଷଡ଼ଯନ୍ତ୍ର, ଧମକ ଦେଇଥିବା ଦଫାରେ ପ୍ରତାପଙ୍କ ବିରୋଧରେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଅଭିଯୋଗକାରୀ ଓ ସାକ୍ଷୀମାନଙ୍କର ବୟାନ ଏବଂ ବିଭିନ୍ନ ରେକର୍ଡପତ୍ର ଗୁଡ଼ିକୁ ଦେଖିଲେ ଆପାତତଃ ପ୍ରତାପ ଜେନାଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ରହିଛି । ପ୍ରତାପ ଜେନା ବିଧାୟକ ହୋଇଥିବାରୁ ତାଙ୍କ ବିରୋଧରେ ଥିବା ମାମଲାକୁ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 26, 2023, 7:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.