ETV Bharat / state

Mahanadi Dispute: ଟ୍ରିବ୍ୟୁନାଲର ଆଜିଠୁ କ୍ଷେତ୍ର ପରିଦର୍ଶନ, ଓଡିଶା ଟିମ ସାମିଲ

ପ୍ରଥମ ପର୍ଯ୍ୟାୟରେ ଟ୍ରିବ୍ୟୁନାଲ ମହାନଦୀର ଉତ୍ପତ୍ତିସ୍ଥଳରୁ ମଧ୍ୟ ଅଞ୍ଚଳ ଯାଏଁ କ୍ଷେତ୍ର ପରିଦର୍ଶନ କରିବେ । ସେହିପରି ଏପ୍ରିଲ ୨୯ ରୁ ମଇ ୩ ତାରିଖ ଯାଏଁ ହେବାକୁ ଥିବା କ୍ଷେତ୍ର ପରିଦର୍ଶନରେ ଟ୍ରିବ୍ୟୁନାଲ ମଧ୍ୟ ଅବବାହିକା ଅଞ୍ଚଳରୁ ତଳିଆ ଅଞ୍ଚଳ ଯାଏଁ ଗସ୍ତ କରି ନିରୀକ୍ଷଣ କରିବେ । ପୂର୍ବରୁ ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲଙ୍କ ଦ୍ୱାରା ନିଯୁକ୍ତ ଆସେସରଙ୍କ ଉପସ୍ଥିତିରେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ବୈଷୟିକ ଟିମ ମହାନଦୀ ଅବବାହିକାର ୧୩ଟି ଉପ ଅବବାହିକା ଅଞ୍ଚଳର ସୀମା ନିର୍ଦ୍ଧାରଣ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Apr 18, 2023, 6:23 PM IST

Updated : Apr 18, 2023, 8:36 PM IST

ଟ୍ରିବ୍ୟୁନାଲର ଆଜିଠୁ କ୍ଷେତ୍ର ପରିଦର୍ଶନ, ଓଡିଶା ଟିମ ସାମିଲ

ଭୁବନେଶ୍ବର: ତୁଟିବ କି ମହାନଦୀ ଜଳ ବିବାଦ ? ମିଳିବ କି ଓଡିଶାକୁ ନ୍ୟାୟ ? ପୂର୍ବପରି ଗ୍ରୀଷ୍ମ ଦିନେ ପ୍ରବାହିତ ହେବ କି ମହାନଦୀରେ ଜଳ ? ହସିବ କି ମହାନଦୀ ଅବବାହିକା ? ମହାନଦୀ ଜଳ ଟ୍ରିବ୍ୟୁନାଲଙ୍କ କ୍ଷେତ୍ର ପରିଦର୍ଶନ ଆଜିଠାରୁ ଆରମ୍ଭ ହୋଇଥିବାରୁ ଏଭଳି କିଛି ଆଶା ଓଡିଶାବାସୀଙ୍କ ମନରେ ଉଙ୍କି ମାରିଛି । ମହାନଦୀ ଜଳକୁ ନେଇ ଆଶା ଆଶଙ୍କା ମଧ୍ୟରେ ଆରମ୍ଭ ହୋଇଛି ରାଜ୍ୟରେ ଜଳ ରାଜନୀତି ।

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ପରିଦର୍ଶନ ଆସନ୍ତା ୨୨ ତାରିଖ ଯାଏଁ ଚାଲିବ । ସେହିପରି ଦ୍ଵିତୀୟ ପର୍ଯ୍ୟାୟ ପରିଦର୍ଶନ ଏପ୍ରିଲ ୨୯ରୁ ମେ ୩ ଯାଏଁ ଚାଲିବ । ଦୁଇଟି ପର୍ଯ୍ୟାୟରେ ଟ୍ରିବ୍ୟୁନାଲ ୨୦ଟି ସ୍ଥାନ ପରିଦର୍ଶନ କରିବେ । ଟିମରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କ ସହ ଦୁଇ ସଦସ୍ୟ, ରେଜିଷ୍ଟ୍ରାର, ପକ୍ଷଭୁକ୍ତ ଓଡିଶା, ଛତିଶଗଡ଼, ମହାରାଷ୍ଟ୍ର, ଝାରଖଣ୍ଡ ଓ ମଧ୍ୟପ୍ରଦେଶ ପ୍ରତିନିଧି ସାମିଲ ହେବେ । ଓଡିଶା ଟିମରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ୪ ଆଇନଜୀବୀଙ୍କ ସମେତ ୨୦ ସଦସ୍ୟ ରହିବେ । ପରବର୍ତ୍ତୀ ସମୟରେ ଓଡିଶା ଗସ୍ତରେ ଆସିବେ ଟ୍ରିବ୍ୟୁନାଲ ।

ଏହାବି ପଢନ୍ତୁ- ଆବାସ ରାଜନୀତି: ବିଜେଡି-ବିଜେପି କଳି, ଗରିବ ପଡୁଛନ୍ତି ବଳି

ପ୍ରଥମ ପର୍ଯ୍ୟାୟରେ ଟ୍ରିବ୍ୟୁନାଲ ମହାନଦୀର ଉତ୍ପତ୍ତିସ୍ଥଳରୁ ମଧ୍ୟ ଅଞ୍ଚଳ ଯାଏଁ କ୍ଷେତ୍ର ପରିଦର୍ଶନ କରିବେ । ସେହିପରି ଏପ୍ରିଲ ୨୯ ରୁ ମଇ ୩ ତାରିଖ ଯାଏଁ ହେବାକୁ ଥିବା କ୍ଷେତ୍ର ପରିଦର୍ଶନରେ ଟ୍ରିବ୍ୟୁନାଲ ମଧ୍ୟ ଅବବାହିକା ଅଞ୍ଚଳରୁ ତଳିଆ ଅଞ୍ଚଳ ଯାଏଁ ଗସ୍ତ କରି ନିରୀକ୍ଷଣ କରିବେ । ପୂର୍ବରୁ ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲଙ୍କ ଦ୍ୱାରା ନିଯୁକ୍ତ ଆସେସରଙ୍କ ଉପସ୍ଥିତିରେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ବୈଷୟିକ ଟିମ ମହାନଦୀ ଅବବାହିକାର ୧୩ଟି ଉପ ଅବବାହିକା ଅଞ୍ଚଳର ସୀମା ନିର୍ଦ୍ଧାରଣ କରିଛନ୍ତି । ମହାନଦୀର ଉତ୍ପତ୍ତି ସ୍ତଳରୁ ମୁଣ୍ଡଳି ଆନିକଟ ପର୍ଯ୍ୟନ୍ତ ସମୁଦାୟ ୧,୩୨,୪୧୪ ବର୍ଗ କିମି ସୀମା ନିର୍ଦ୍ଧାରଣ କରାଯାଇଛି । ଅଣମୌସୁମୀ ସମୟରେ ଓଡିଶା ୨ ମିଲିୟନ ଏକର ଫୁଟ ପାଣି ଯୋଗାଇଦେବାକୁ ଦାବି କରୁଛନ୍ତି । ମାତ୍ର ଛତିଶଗଡ଼ ଉପରୋକ୍ତ ପରିମାଣର ପାଣି ଛାଡ଼ୁନାହିଁ ।

ଚଳିତ ବର୍ଷ ଏପ୍ରିଲ ମଧ୍ୟାନ୍ତର ସୁଦ୍ଧା ହୀରାକୁଦରେ ଯେତିକି ପାଣି ରହିବା କଥା ତାହାଠାରୁ ଯଥେଷ୍ଟ କମ ପାଣି ମହଜୁଦ‌ ରହିଛି । ଆଜି ତାରିଖରେ ହୀରାକୁଦରେ ୬୧୭ ଫୁଟରୁ ଅଧିକ ପାଣି ରହିବାର ଆବଶ୍ୟକତା ଥିବାବେଳେ ମାତ୍ର ୬୧୩.୬ ଫୁଟ ପାଣି ରହିଛି । ସମାନ ସମୟରେ କିନ୍ତୁ ଛତିଶଗଡ଼ର କଲମା ବ୍ୟାରେଜ ବ୍ୟତୀତ ସାରଡିହି, ବସନ୍ତପୁର, ଶିବରିନାରାୟଣ, ମିରୋନି ପରି ବ୍ୟାରେଜରେ ପାଣି ଭର୍ତ୍ତି ହୋଇ ରହିଛି । ହୀରାକୁଦକୁ ଯେତକ ପାଣି ପ୍ରବେଶ କରୁଛି, ତାହାଠାରୁ ଅଧିକ ପାଣି ଜଳସେଚନଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ଖର୍ଚ୍ଚ ହେଉଛି । ଉପରମୁଣ୍ଡରୁ ଯେତିକି ପାଣି ଆସିବା କଥା ଯଦି ନଆସେ, ତେବେ ମେ ମାସ ଶେଷକୁ ସ୍ଥିତି ସାଂଘାତିକ ହେବ । ଛତିଶଗଡ଼ର ମନୋମୁଖୀ କାର୍ଯ୍ୟକଳାପ ଦ୍ୱାରା ଓଡ଼ିଶାର ୧୮ ଜିଲ୍ଲାର ଲୋକେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ପ୍ରଭାବିତ ହେଉଛନ୍ତି ।

ଏହାବି ପଢନ୍ତୁ- PM Awas Yojana: 'ଜଣେ ବି ଅଯୋଗ୍ୟ ହିତାଧିକାରୀ ଘର ପାଇଲେ ପରିସ୍ଥିତି ଭୟାବହ ହେବ'

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ଯେ, ମହାନଦୀ ପ୍ରତି ରାଜ୍ୟ ସରକାରଙ୍କର ଆନ୍ତରିକତା ନାହିଁ । ଟ୍ରିବ୍ୟୁନାଲ ଗଠନକୁ 5 ବର୍ଷ ହୋଇଗଲାଣି । ଉପର ମୁଣ୍ଡରେ ଛତିଶଗଡ଼ 100 ଟି ବନ୍ଧ ବାନ୍ଧିଲେ ବି ଆମର ଅସୁବିଧା ନାହିଁ ବୋଲି ସରକାର ବିଧାନସଭାରେ କହିଥିଲେ । ବର୍ତ୍ତମାନ ଶୁଖିଲା ହୋଇଗଲାଣି ମହାନଦୀ । ରାଜ୍ୟ ସରକାରଙ୍କର ଏବେ ଚେତା ଓ ଚୈତନ୍ୟ ଫେରିଛି । ଟ୍ରିବ୍ୟୁନାଲରୁ ଓଡ଼ିଶାକୁ କୌଣସି ସୁଫଳ ମିଳିବ ନାହିଁ । ଯେପର୍ଯ୍ୟନ୍ତ ରାଜ୍ୟ ସରକାର ନିଜର ଆଡି ବନ୍ଧ ବାନ୍ଧିନାହାନ୍ତି । ରାଜ୍ୟ ସରକାର ଠିକ ଯୁକ୍ତି ଉପସ୍ଥାପନ କରିପାରୁନଥିବାରୁ ଦବି କି ଅଛନ୍ତି । ପାତରଅନ୍ତର କରିବା ଯୁକ୍ତି କରିବା, ଭିନ୍ନ ପ୍ରସଙ୍ଗ । ଟ୍ରିବ୍ୟୁନାଲ ତ ସମସ୍ତଙ୍କର । ନିଜ ଯୁକ୍ତି ସଠିକ ଭାବେ ଉପସ୍ଥାପନ କରିବା ଦରକାର । ଯଦି ତତ୍କାଳୀନ ଜଳସମ୍ପଦ ସଚିବ ବା ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ନଥାନ୍ତେ ତେବେ ଓଡ଼ିଶା ସରକାର କିଛି ଜାଣିପାରିନଥାନ୍ତେ । ଛତିଶଗଡ଼ର ଚାଲାଖି ପ୍ରଦୀପ ଧରିଥିଲେ । ଛତିଶଗଡ଼କୁ କାଉଣ୍ଟର କରି ଓଡିଶା ସରକାର ଆଡି ବନ୍ଧ ବାନ୍ଧିବା କଥା । କିନ୍ତୁ ବାନ୍ଧିନାହାନ୍ତି । ଟ୍ରିବ୍ୟୁନାଲରୁ ଓଡିଶାକୁ କୌଣସି ପ୍ରକାର ଲାଭ ମିଳିବ ନାହିଁ ବୋଲି ସେ କହିଛନ୍ତି ।

ସେହିପରି ବିଜେପିର ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଟ୍ରିବ୍ୟୁନାଲ ଆସି ପରିଦର୍ଶନ କରି ରିପୋର୍ଟ ଦେବେ । କିନ୍ତୁ କେତେ ବର୍ଷ ଲାଗିବ ଜଣା ନାହିଁ। ମହାନଦୀ ସମସ୍ୟାର ସମାଧାନ ମୁଖ୍ୟମନ୍ତ୍ରୀ ନିଜ ଭୁଲ ଯୋଗୁଁ ହରାଇ ସାରିଛନ୍ତି । ସୂତାର ଖିଅ ଛାଡ଼ି ସାରିଲା ପରେ ନିୟନ୍ତ୍ରଣ କଥା ଭାବିବା ଅଳିକ କଥା ଭଳି ଲାଗେ । କେନ୍ଦ୍ର ସରକାର ମଧ୍ୟସ୍ତତା ମାଧ୍ୟମରେ ଦୁଇ ରାଜ୍ୟ ସହ ଆଲୋଚନା କରି ସମାଧାନ କରିବେ ବୋଲି ଭାବିଥିଲେ । ଦୁଇ ଦୁଇ ଥର ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ପ୍ରସ୍ତାବ ମଧ୍ୟ ଦେଇଥିଲେ । କିନ୍ତୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଶୁଣିଲେ ନାହିଁ । କାରଣ ରାଜ୍ୟ ସରକାର ମହାନଦୀକୁ ନିଜର ରାଜନୈତିକ ମୋହରା କରିବା ପାଇଁ ଚାହୁଁଥିଲେ ।

ସେହିପରି 2019 ନିର୍ବାଚନ ସରିବା ପରେ ରାଜ୍ୟ ସରକାର ଏବଂ ଶାସକ ଦଳ ଉଭୟ ମହାନଦୀ ସମସ୍ୟା କଥା ଭୁଲି ଗଲେ । ଟ୍ରିବ୍ୟୁନାଲରେ ଲମ୍ବା ସମୟ ଲାଗିବ ବୋଲି ସମସ୍ତେ କହିଲା ପରେ ବି ରାଜ୍ୟ ସରକାର ଶୁଣି ନଥିଲେ । ମହାନଦୀ ଅବବାହିକା ତର୍ଜମା କରି ସମାଧାନ ହେଲା ବେଳକୁ ଆଉ ଗୋଟିଏ ପିଢ଼ି ଆସି ଯାଇଥିବ । କାରଣ ଟ୍ରିବ୍ୟୁନାଲ ଫଳ ବାହାରିଲା ବେଳକୁ 20 ବର୍ଷ ଲାଗିବ କି 30 ବର୍ଷ ସେ କଥା ଭଗବାନଙ୍କୁ ହିଁ କେବଳ ଜଣା ।

ପୃଥ୍ବୀରାଜ ଆହୁରି କହିଛନ୍ତି ରାଜ୍ୟ ସରକାର ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଓଡିଶାକୁ ଏବଂ ମହାନଦୀର ଅବସ୍ଥାକୁ ସମ୍ପୂର୍ଣ୍ଣ ଅନିଶ୍ଚିତତା ଭିତରକୁ ଠେଲି ଦେଇଛନ୍ତି । ଏକଥାକୁ ନେଇ ରାଜ୍ୟ ସରକାର ଧ୍ବଂସାଭିମୁଖୀ ରାସ୍ତାରେ ଚାଲିଛନ୍ତି । ତତ୍କାଳୀନ ରମଣ ସିଂହ ସରକାର କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ କିନ୍ତୁ ଓଡିଶା ସରକାର କହିଲେ ଆମେ ଟ୍ରିବ୍ୟୁନାଲକୁ ଯିବୁ, କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବାର ନାହିଁ । ଦୁଇ ଦୁଇ ଥର କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଅପେକ୍ଷା କଲେ ଏବଂ ପ୍ରସ୍ତାବ ଦେଲେ । କିନ୍ତୁ ଓଡିଶାରୁ କେହି ଗଲେ ନାହିଁ । ଆହୁରି ଦୁର୍ଭାଗ୍ୟ ଜନକ କଥା ଯେ, ସେ ସମୟରେ ରାଜ୍ୟ ସରକାରଙ୍କ ପାଖରେ କୌଣସି ତଥ୍ୟ ବି ନଥିଲା । ଯାହାକୁ ଆଧାର କରି ଆଲୋଚନା କରିଥାନ୍ତେ । ଯେଉଁଥିପାଇଁ ସେମାନେ ଆଲୋଚନାରୁ ପଛଘୁଞ୍ଚା ଦେଲେ । ତେଣୁ ଆଉ ମିଛ କହି ଡ୍ରାମା କରିବାର ସମୟ ନାହିଁ । କେନ୍ଦ୍ର ସବୁବେଳେ ସହଯୋଗର ହାତ ବଢ଼ାଇଛି କିନ୍ତୁ ରାଜ୍ୟ ସରକାର କେବେ ବି ନିଜ ନୈତିକ ଦାୟିତ୍ୱ ପାଳନ କରିନାହାନ୍ତି ।

ଉଭୟ ବିରୋଧୀ ଦଳ ଅଭିଯୋଗର ଜବାବ ରଖିଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ମନ୍ତ୍ରୀ କହିଛନ୍ତି ଯେ, ମହାନଦୀ ଜଳ ବିବାଦ ହେଉଛି ଇଣ୍ଟର ଷ୍ଟେଟ ବିବାଦ । ସେଥିରେ କେନ୍ଦ୍ର ସରକାରଙ୍କର ପ୍ରମୁଖ ଦାୟିତ୍ୱ ରହିଛି । ରାଜ୍ୟ ସବୁବେଳେ ନିଜ ଦାବି ଦୋହରାଇ ଚାଲିଛି । ଯେହେତୁ ଉପରେ ମୁଣ୍ଡରେ 200ରୁ ଅଧିକ ଚେକ ଡ୍ୟାମ ଛତିଶଗଡ଼ ସରକାର ନିର୍ମାଣ କରିଛନ୍ତି, ତାହା ଫଳରେ ତଳମୁଣ୍ତକୁ ପାଣି ଆସିପାରୁ ନାହିଁ । ଯାହା ଫଳରେ ଆଜି ଏ ଅବସ୍ଥା ସୃଷ୍ଟି ହୋଇଛି । ତେଣୁ ରାଜ୍ୟ ସରକାର ଟ୍ରିବ୍ୟୁନାଲର ଆଶ୍ରୟ ନେଇଛନ୍ତି । ଟ୍ରିବ୍ୟୁନାଲ ଏବେ ତାର ପ୍ରକ୍ରିୟା ଆରମ୍ଭ କରିଛି । ରାଜ୍ୟ ସରକାର ନିଜର ଯୁକ୍ତି ରଖିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 18, 2023, 8:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.