ETV Bharat / state

Mahanadi Water Dispute: ଦୁଃଖ ବୁଝୁଛି କିଏ ? ଶିଳ୍ପ ପାଇଁ ପାଣି ଅଛି, ଚାଷ ପାଇଁ ନାହିଁ

author img

By

Published : Apr 21, 2023, 9:56 PM IST

ବିବାଦ ଭିତରେ ଉଭୟ ରାଜ୍ୟର ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି । ଓଡିଶା ସରକାର ବିବାଦର ସମାଧାନ ପାଇଁ ମହାନଦୀ ଟ୍ରିବ୍ୟୁନାଲ ଗଠନ କରିବାକୁ ଦାବି ରଖିଥିଲେ । ଏ କ୍ଷେତ୍ରରେ କେନ୍ଦ୍ର ସରକାରର ରାୟ ଆସିବାରେ ବିଳମ୍ବ ହେବା କାରଣରୁ ଓଡିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ । ଜାନୁଆରୀ 2018 ମସିହାରେ କୋର୍ଟ ନିର୍ଦ୍ଦେଶ ଦେଲେ ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ । ଉଭୟ ଛତିଶଗଡ଼ ଓ ଓଡିଶା ପାଇଁ ଜୀବନରେଖା ହେଉଛି ମହାନଦୀ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ତୁଟିବ କି ମହାନଦୀ ଜଳ ବିବାଦ ? ମିଳିବ କି ଓଡିଶାକୁ ନ୍ୟାୟ ? ପୂର୍ବପରି ଗ୍ରୀଷ୍ମ ଦିନେ ପ୍ରବାହିତ ହେବ କି ମହାନଦୀରେ ଜଳ ? ହସିବ କି ମହାନଦୀ ଅବବାହିକା ? ମହାନଦୀ ଜଳ ଟ୍ରିବ୍ୟୁନାଲଙ୍କ କ୍ଷେତ୍ର ପରିଦର୍ଶନ ଆଜିଠାରୁ ଆରମ୍ଭ ହୋଇଥିବାରୁ ଏଭଳି କିଛି ଆଶା ଓଡିଶାବାସୀଙ୍କ ମନରେ ଉଙ୍କି ମାରିଛି । ମହାନଦୀ ଜଳକୁ ନେଇ ଆଶା ଆଶଙ୍କା ମଧ୍ୟରେ ଆରମ୍ଭ ହୋଇଛି ମହାନଦୀ ଟ୍ରିବ୍ୟୁନାଲଙ୍କ କ୍ଷେତ୍ର ପରିଦର୍ଶନ । ଏହା ହେଉଛି ବର୍ତ୍ତମାନର ଘଟଣା । କିନ୍ତୁ ପୁରା ଘଟଣା କଣ? କାହିଁକି ମହାନଦୀର ଏଭଳି ସ୍ଥିତି । ମହାନଦୀ ଉପରେ ନିର୍ଭରଶୀଳ ଉଭୟ ରାଜ୍ୟର ବାସିନ୍ଦା କେତେ କ୍ଷତି ସହୁଛନ୍ତି ।

ଏହାବି ପଢନ୍ତୁ- Mahanadi Water Dispute: ଟ୍ରିବ୍ୟୁନାଲ ଦ୍ବାରା ହେବନି ସମାଧାନ, ଦ୍ବିପାକ୍ଷିକ ଆଲୋଚନା ଦରକାର !

ମହାନଦୀ ପାଣିକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆନ୍ତରାଜ୍ୟ ବିବାଦ ଜାରି ରହିଛି । ଯାହା ଜଣାପଡୁଛି ଉଭୟ ଓଡିଶା ଏବଂ ଛତିଶଗଡ଼ ରାଜ୍ୟ ସରକାର ଏହି ବିବାଦର ଏକ ଦୀର୍ଘମିଆଦୀ ସମାଧାନ ପାଇଁ ଆଗ୍ରହୀ ନାହାଁନ୍ତି । ଏହି ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ 6 ଟି ବ୍ୟାରେଜ ନିର୍ମାଣ କରିଥିଲା । ଶିଳ୍ପାନୁଷ୍ଠାନରେ ମହାନଦୀ ପାଣିର ବ୍ୟବହାର ପାଇଁ ଛତିଶଗଡ଼ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିଲା । ଛତିଶଗଡ଼ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରିଥିଲା ଓଡ଼ିଶା ସରକାର । କିନ୍ତୁ ଛତିଶଗଡ଼ ସରକାର ପ୍ରକଳ୍ପକୁ ଆଗେଇ ନେଇଥିଲା । ଛତିଶଗଡ଼ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏଇଠୁ ଆରମ୍ଭ ହୋଇଛି ବିବାଦ ।

ଏହି ବିବାଦ ଭିତରେ ଉଭୟ ରାଜ୍ୟର ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି । ଓଡିଶା ସରକାର ବିବାଦର ସମାଧାନ ପାଇଁ ମହାନଦୀ ଟ୍ରିବ୍ୟୁନାଲ ଗଠନ କରିବାକୁ ଦାବି ରଖିଥିଲେ । ଏ କ୍ଷେତ୍ରରେ କେନ୍ଦ୍ର ସରକାରର ରାୟ ଆସିବାରେ ବିଳମ୍ବ ହେବା କାରଣରୁ ଓଡିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ । ଜାନୁଆରୀ 2018 ମସିହାରେ କୋର୍ଟ ନିର୍ଦ୍ଦେଶ ଦେଲେ ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ । ଉଭୟ ଛତିଶଗଡ଼ ଓ ଓଡିଶା ପାଇଁ ଜୀବନ ରେଖା ହେଉଛି ମହାନଦୀ । କାରଣ ଚାଷବାସ, ଘରୋଇ ବ୍ୟବହାର ଏବଂ ଜୀବନ ବଞ୍ଚିବା ପାଇଁ ମହାନଦୀ ପାଣିର ଆବଶ୍ୟକ । ଶିଳ୍ପାନୁଷ୍ଠାନରେ ମହାନଦୀର ପାଣି ବ୍ୟବହାର ପାଇଁ ଉଭୟ ସରକାର ଚାହାଁନ୍ତି । ମହାନଦୀର ମୋଟ କ୍ୟାଚମେଣ୍ଟ ଏରିଆ ହେଉଛି 1,41,600 ବର୍ଗ କିଲୋମିଟର । ଏଥିମଧ୍ୟରୁ 53.9 ପ୍ରତିଶତ ଛତିଶଗଡ଼ରେ ଏବଂ 45.73 ପ୍ରତିଶତ ଓଡିଶାରେ । ଏକ କ୍ଷୁଦ୍ର ଅଂଶ ମଧ୍ୟପ୍ରଦେଶରେ ରହିଛି ।

1983 ମସିହାରେ ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ ଅବିଭକ୍ତ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଚାହୁଁଥିଲେ ଜଏଣ୍ଟ କଣ୍ଚ୍ରୋଲ ବୋର୍ଡ ମାଧ୍ୟମରେ ସମସ୍ତ ଜଳ ବିବାଦର ସମାଧାନ ପାଇଁ । କିନ୍ତୁ ଏହା ସମ୍ଭବ ହୋଇନଥିଲା । । 2000 ମସିହାରେ ଛତିଶଗଡ଼ ଷ୍ଟେଟହୁଡ ପାଇବା ପରେ ମହାନଦୀରେ 6 ଟି ବ୍ୟାରେଜ ନିର୍ମାଣ କାମ ଆରମ୍ଭ କରିଥିଲା । ଛତିଶଗଡ଼ର ବ୍ୟାରେଜ ନିର୍ମାଣକୁ ବିରୋଧ କରି 2016 ରେ ଓଡିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ । ଇଣ୍ଟରଷ୍ଟେଟ ଓ୍ବାଟର ଡିସପୁଟ ଆକ୍ଟ 1956 ଅନୁସାରେ ଏକ ଟ୍ରିବ୍ୟୁନାଲ ଗଠନ ପାଇଁ ଓଡିଶା ସରକାର ଦାବି ଉପସ୍ଥାପନ କଲେ ।

1991 ମସିହା ପୂର୍ବରୁ ଓଡିଶାରେ ଶିଳ୍ପାନୁଷ୍ଠାନ ପାଇଁ ହୀରାକୁଦରୁ ପାଣିର ବ୍ୟବହାର ବହୁତ କମ ମାତ୍ରାରେ ଥିଲା । 2002 ମସିହା ଠାରୁ ଓଡିଶା ସରକାର 128ରୁ ଅଧିକ ଶିଳ୍ପ ସଂସ୍ଥା ସହିତ ଏମଓୟୁ ସ୍ବାକ୍ଷର କରିଛନ୍ତି । ବର୍ତ୍ତମାସ ସ୍ଥିତିରେ ଶିଳ୍ପାନୁଷ୍ଠାନ ପାଇଁ ଓ୍ବାଟର ଆଲୋକେସନ ହେଉଛି 423 ଏମସିଏମ । କିନ୍ତୁ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଆବଶ୍ୟକ ପଡୁଛି 825ଏମସିଏମ । 1990 ମସିହାରୁ ହୀରାକୁଦରେ ଥିବା ପାଣିର ପରିମାଣ 8000 ଏମସିଏମରୁ କମି 5000 ଏମସିଏମରେ ପହଞ୍ଚିଛି । ଓଡିଶା ସରକାରଙ୍କ ଓ୍ବାଟର ଆଲୋକେସନ କମିଟି 61ଟି ଶିଳ୍ପାନୁଷ୍ଠାନକୁ 1419 କ୍ୟୁସେକ ଜଳ ଆଲୋକେଟ କରିଛି । 2002 ମସିହା ପର ଠାରୁ ଶିଳ୍ପାନୁଷ୍ଠାନକୁ ଅଧିକ ପାଣି ଯାଉଥିବା କାରଣରୁ ମହାନଦୀ ଉପରେ ନିର୍ଭର କରୁଥିବା ଚାଷୀମାନେ ପାଣି ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗତ 2006 ମସିହାରେ ମହାନଦୀର ଅଧିକ ପାଣି ଶିଳ୍ପକୁ ଦିଆଯାଉଥିବାକୁ ବିରୋଧ କରି 30 ହଜାର ଚାଷୀ ସମ୍ବଲପୁରରେ ହୀରାକୁଦ ରିଜର୍ଭରରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ମହାନଦୀର 30 ପ୍ରତିଶତ ପାଣିକୁ ବ୍ୟବହାର କରିବା ପାଇଁ ଛତିଶଗଡ଼ ସରକାର 600 ଚେକଡ୍ୟାମ ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି । ମାର୍ଚ୍ଚ 2018ରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ 3ଜଣିଆ ସଦସ୍ୟ ବିଶିଷ୍ଟ ମହାନଦୀ ଓ୍ବାଟର ଡିସପୁଟ ଟ୍ରିବ୍ୟୁନାଲ ଗଠନ କରିଛନ୍ତି । କେଉଁ ରାଜ୍ୟ କେତେ ପାଣି ବ୍ୟବହାର କରିବ ତାର ନିଷ୍ପତ୍ତି ଟ୍ରିବ୍ୟୁନାଲ ନେବେ । ବଳକା ନଦୀ ପାଣିକୁ ବ୍ୟବହାର କରିବା ପାଇଁ 2018 ମସିହାରେ ଓଡିଶା ସରକାର ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି । ମହାନଦୀର ତଳମୁଣ୍ଡରେ 7ଟି ବ୍ୟାରେଜ ନିର୍ମାଣ କରିବା ଏହି ମାଷ୍ଟରପ୍ଲାନରେ ରହିଛି । ଏହା ବ୍ୟତୀତ ମହାନଦୀର ଉପନଦୀ ଏବଂ ଶାଖା ନଦୀରେ 22ଟି ବ୍ୟାରେଜ ନିର୍ମାଣ କରିବାକୁ ଯୋଜନା ରହିଛି । ଏବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି ଏହି ଜଳ ବିବାଦର ସମାଧାନ କରି ପ୍ରକୃତରେ ଏହା ଉପରେ ନିର୍ଭରଶୀଳ ଥିବା ଓଡିଶାବାସୀ ଏବଂ ଛତିଶଗଡବାସୀଙ୍କ ଦୁଃଖ ବୁଝିବା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.