ଭୁବନେଶ୍ବର: ତାଲ ମ୍ୟୁଜିକ ଓଡିଶା ସଙ୍ଗୀତ ଜଗତକୁ ଅନେକ ଗୀତ ଭେଟି ଦେଇ ଆସୁଥିବା ବେଳେ ଏକାଥରେ ରିଲିଜ ହେଲା ତାଲ ମ୍ୟୁଜିକ ସିନେକାଟର ୮ଟି ନୂଆ ଗୀତ । ଓଡିଶାବାସୀଙ୍କୁ ମନୋରଞ୍ଜନ କରି ଆସୁଥିବା ତାଲା ମ୍ୟୁଜିକ 1500 ଗୀତରେ ପଦାର୍ପଣ କରିଛି। ଭୁବନେଶ୍ୱର ରୋଟେରୀ କ୍ଲବ ଠାରେ ମହକେ ସୁବାଷ ନାଁରେ ଏ ଗୀତ ରିଲିଜ ହୋଇଛି । ବିଗତ ୨୦୦୧ ମସିହାରୁ ଆଜି ପର୍ଯ୍ୟନ୍ତ ତାଲ ମ୍ୟୁଜିକ ଓଡିଶା ସଙ୍ଗୀତ ଜଗତକୁ ତାର ଭେଟି ଦେଇ ଆସିଛି । ମ୍ୟୁଜିକ ଇଣ୍ଡଷ୍ଟ୍ରିର ସମସ୍ତ ଉତ୍ଥାନ ପତନ ସହି ମଧ୍ୟ ସେ କେବେ ହାର ମାନିନି ତାଲ ମ୍ୟୁଜିକ । ନିଜର ଛୋଟିଆ ଛୋଟିଆ ଅବଦାନକୁ ଓଡିଶାବାସୀଙ୍କ ସମ୍ମୁଖରେ ରଖିଚାଲିଛି । ତାଲ ମ୍ୟୁଜିକ ୧୫୦୦୦ ଗୀତରେ ପଦାର୍ପଣ କରିଛି । ସେଇ ଖୁସି ଅବସରରେ ଆଜି ୮ଟି ନୂଆ ଗୀତକୁ ଲୋକାର୍ପଣ କରାଯାଉଛି । ଏହି ୮ଟି ଗୀତକୁ ମିଶାଇ ୧୫ ହଜାର ସଂଖ୍ୟାରେ ପହଁଚିଲା ତାଲ ମ୍ୟୁଜିକର ସଂଗୀତ ସଂଖ୍ୟା ।
ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ଜୋନର ଗୀତ କରିବା ନେଇ ଲକ୍ଷ୍ୟ ରହିଥିବା ବେଳେ ଆଜି ତାହା ୧୫୦୦ ହଜାରରେ ପହଞ୍ଚିଛି। ୨୦ ବର୍ଷଧରି ସଙ୍ଗୀତର ଏହି ଲମ୍ବା ଯାତ୍ରା ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରୁଥିବା ବେଳେ ଅନେକ କଣ୍ଠଶିଳ୍ପୀ ବା କଳାକାର ଏହି ମ୍ୟୁଜିକ ଅନୁଷ୍ଠାନ ଦ୍ୱାରା ନିଜର ପ୍ରତିଭା ପଦର୍ଶନ ସହ ରୋଜଗାର ପାଇଛନ୍ତି । ତେଣୁ ଏହି ୨୦ ବର୍ଷର ସଙ୍ଗୀତର ଯାତ୍ରାରେ ସମସ୍ତେ ଅନୁଷ୍ଠାନକୁ ଧନ୍ୟବାଦ ଦେଇଛନ୍ତି । ନୂଆ ୮ ଗୀତର ଉନ୍ମୋଚନ କାର୍ଯ୍ୟକ୍ରମରେ ଯାତ୍ରାର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ କାବେରୀ ପଢି ଓ ସୁବାସ ବେହେରା ଯୋଗ ଦେଇ ଏହାର ସଙ୍ଗୀତର ରିଲିଜ କରିଛନ୍ତି । ଏହି ଗୀତକୁ ଗାଇଛନ୍ତି ଜଣାଶୁଣା ଲୋକପ୍ରିୟ କଣ୍ଠଶିଳ୍ପୀ କରୁଣାକର ଅଭିଜିତ ମଜୁମଦାର ସ୍ୱରୂପ ନାୟକ, ଅଭିଜିତ ମିଶ୍ର, ଅନୁରାଗ ଦେଓ, ବି ବୈଭଵୀ । ଗୀତର ପ୍ରଯୋଜକ ଦେବାଶିଷ ମଲିକ ହୋଇଥିବା ବେଳେ ଗୀତ ଲେଖିଛନ୍ତି ସୁବାସ ଚନ୍ଦ୍ର ପରିଡା । ଗୀତ ଗୁଡିକ ବେଶ ସୃତି ମଧୁର ହୋଇଥିବା ଲୋକଙ୍କୁ ବେଶ ଭଲ ଲାଗିବ ବୋଲି କହିଛନ୍ତି ପ୍ରଯୋଜକ ।
ଏହା ମଧ୍ୟ ପଢନ୍ତୁ: ରିଲିଜ ହେଲା ସଂଗୀତ ଉତ୍କଳ ଜନନୀ ମମତା ମୟୀ
ଅନ୍ୟପଟେ ରିଲିଜ ହୋଇଥିବା ଗୀତ ଗୁଡିକ ଲେଖିଛନ୍ତି ଗୀତିକାର ସୁବାଷ ଚନ୍ଦ୍ର ପରିଡା, ସଙ୍ଗୀତରେ ସଜେଇଛନ୍ତି ସଙ୍ଗୀତ ନିର୍ଦେଶକ ଦେବାଶିଷ ମଲ୍ଲିକ, ମ୍ୟୁଜିକ ଆରେଞ୍ଜମେଣ୍ଟରେ ଅଛନ୍ତି ବିଭୁତି ଭୂଷଣ ଗଡ଼ନାୟକ । ଗୀତଗୁଡିକୁ ନିଜ ନିଜ ସୁମଧୁର ସ୍ୱରରେ ସଜେଇଛନ୍ତି କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର, ସୌରଭ ନାୟକ, କରୁଣାକର, ରୁଦ୍ର ମହାନ୍ତି, ମାନସ ପ୍ରିତମ, ଅଭିଜିତ ମିଶ୍ର, ଅନୁରାଗ ଦାସ, ଶ୍ରୀତମ, ସାଇନା ଏବଂ ବୈଭଵୀ ଗଡ଼ନାୟକ । ପ୍ରଯୋଜନାରେ ଅଛନ୍ତି ଦେବାଶିଷ ମଲ୍ଲିକ। ଗୀତଗୁଡିକ ସିନେକ୍ରିଟିକ୍ସ ୟୁଟ୍ୟୁବ ଚ୍ୟାନେଲରେ ମୁକ୍ତିଲାଭ କରିବା ନେଇ ସୂଚନା ରହିଛି।
ଇଟିଭି ଭାରତ, ଭୁବନେଶ୍ବର