ETV Bharat / state

ହସ୍ପିଟାଲରେ ଅଭିନେତା ପିଣ୍ଟୁ ନନ୍ଦ: ସାହାଯ୍ୟ ମାଗିଲେ ଭାଇ, ମହାବୀର ବ୍ୟବସାୟୀ ସଂଘ ବୁଲି ବୁଲି ମାଗୁଛି ସହାୟତା - ଭିକ୍ଷା ମାଗିଲା ମହାବୀର ବ୍ୟବସାୟୀ ସଂଘ

ଶନିବାର ଦିନ ଏକ ନମ୍ୱର୍ ହାଟରେ ଅଭିନେତା ପିଣ୍ଟୁ ନନ୍ଦଙ୍କ ପାଇଁ ସାହାଯ୍ୟ ମାଗିଲା ମହାବୀର ବ୍ୟବସାୟୀ ସଂଘ । ଅଧିକ ପଢନ୍ତୁ

actor pintu nanda
actor pintu nanda
author img

By

Published : Feb 5, 2023, 10:09 AM IST

actor pintu nanda

ଭୁବନେଶ୍ବର: ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ପିଣ୍ଟୁ ନନ୍ଦଙ୍କ ବର୍ତ୍ତମାନ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ସାହାଯ୍ୟ କରିବା ପାଇଁ ଚାରୁଆଡୁ ସହାୟତାର ହାତ ବଢୁଛି । ସାଧାରରଣ ଲେକଙ୍କ ଠାରୁ ଆରମ୍ଭ କରି ସିନେ ପ୍ରେମୀ ମଧ୍ୟ ନିଜ ସାମର୍ଥ୍ୟ ଅନୁସାରେ ସହଯୋଗ କରୁଛନ୍ତି । ତେବେ ସାଧାରଣ ଲୋକଙ୍କୁ ମଧ୍ୟ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ପିଣ୍ଟୁ ନନ୍ଦଙ୍କ ଭାଇ । ଶନିବାର ମହାବୀର ବ୍ୟବସାୟୀ ସଂଘ ଏକ ନମ୍ୱର୍ ହାଟରେ ଦାନ ବାକ୍ସ ଧରି ସହାୟତା ମାଗିଛି ।

ଓଡ଼ିଆ ଚଳଚ୍ଚିତ୍ରରେ କମେଡି ଓ ଖଳନାୟକ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ପିଣ୍ଟୁ ଲିଭର୍‌ ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି । ଆକ୍ୟୁଟ୍‌ ହେପାଟାଇଟିସ୍‌ ଯୋଗୁଁ ଲିଭର୍‌ ସିରୋସିସ୍‌ ରୋଗରେ ପୀଡ଼ିତ ଥିବାରୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ଚିକିତ୍ସା ହେଉଥିବା ବେଳେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବ ବୋଲି ଡାକ୍ତର ପରାମର୍ଶ ଦେଇଥିବା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ପିଣ୍ଟୁଙ୍କ ଚିକିତ୍ସା ଚାଲିଛି । ତେଣୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଆଉ ଏଥିପାଇଁ ତାଙ୍କ ଭାଇ ଅଭିରାମ ନନ୍ଦ କୋହଭରା କଣ୍ଠରେ ହାତ ଯୋଡି ସହାୟତା ପାଇଁ କହିଥିଲେ । ଏହାକୁ ନେଇ ଏବେ ପିଣ୍ଟୁଙ୍କ ପାଇଁ ଏବେ ବଢୁଛି ସହାୟତାର ହାତ ।

ଅଭିନେତା ପିଣ୍ଟୁ ନନ୍ଦଙ୍କ ପାଇଁ ଅଣ୍ଟା ଭିଡ଼ିଲା ବାଟ ମହାବୀର ବ୍ୟବସାୟୀ ସଂଘ । ଏକ ନମ୍ୱର୍ ହାଟରେ ଦାନ ବାକ୍ସ ଧରି ଭିକ୍ଷା ମାଗିଲା ସଂଘ । ସଂଘର କର୍ମକର୍ତ୍ତା ଏକାଠି ହୋଇ ୨ ନମ୍ୱର୍ ହାଟରେ ବୁଲିବା ସହିତ ସବୁ ଦୋକାନୀଙ୍କ ପାଖକୁ ଯାଇ ଦାନ ସଂଗ୍ରହ କରିଛନ୍ତି । କେବଳ ବ୍ୟବସାୟୀଙ୍କ ଠାରୁ ଏହି ଅର୍ଥ ଆଦାୟ ହେଉନି, ବରଂ ଯେଉଁ ସବୁ ଗ୍ରାହକ ଆସୁଛନ୍ତି ମାର୍କେଟକୁ ତାଙ୍କ ଠାରୁ ମଧ୍ୟ ଆର୍ଥିକ ସାହାଯ୍ୟ ମଗାଯାଇଛି । କାହାରିକି ବାଧ୍ୟ କରାଯାଉ ନାହିଁ । ଯାହାର ଯାହା ଇଚ୍ଛା ହେଲା ଓ ଯିଏ ଯେତିକି ଅର୍ଥ ଦେଲା ତାକୁ ସାଦରରେ ଗ୍ରହଣ କରିଛି ସଂଘ । ସେହିପରି ବାବୁସାନ ଓ ଦମନ ଟିମ ପ୍ରଯୋଜକ ମଧ୍ୟ ଦମନ ପିଣ୍ଟୁଙ୍କ ପାଇଁ ହାତ ବଢ଼ାଇଛନ୍ତି । ତାଙ୍କୁ ସାହାଯ୍ୟ କରିବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଚୀନର ଗୁଇନ୍ଦା ବେଲୁନକୁ ମିସାଇଲ ମାଡ କରି ଖସାଇଲା ଆମେରିକା

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୬ ମାସ ମଧ୍ୟରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରେଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଯଦି ଲିଭର ଟ୍ରାନ୍ସପ୍ଲାଣ୍ଟ ନହୁଏ ତା’ହେଲେ ପିଣ୍ଟୁଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହୋଇପାରେ ବୋଲି ଜଣାପଡ଼ିଛି । ସେହିଦିନଠୁ ଓଡ଼ିଆ ସିନେ ଜଗତର କଳାକାର ଓ ତାଙ୍କ ପରିବାର ଲୋକେ ତାଙ୍କର ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତାକୁ ନେଇ ସହାୟତା ପାଇଁ ଇଚ୍ଛାକୃତ୍ୟ ଭାବେ ହାତ ବଢାଇବା ପାଇଁ ନିବେଦନ କରୁଛନ୍ତି ।

ଏହାସହ ତାଙ୍କ ଭାଇ କହିଛନ୍ତି ତାଙ୍କ ସୁସ୍ଥତା ପାଇଁ ଭଗବାନଙ୍କ ପାଖରେ ନିବେଦନ କରନ୍ତୁ କାରଣ ଆପଣମାନଙ୍କର ଆଶୀର୍ବାଦ ରହିଲେ ସେ ଏହି ଖରାପ ପରିସ୍ଥିତିକୁ ଜିତି ଭଲ ହେଇପାରିବ ଓ ପୁଣି ଠାରେ ଭଲ ହୋଇ ଆପଣକୁ ମନୋରଞ୍ଜନ କରାଇବ ବୋଲି କହିଛନ୍ତି ଭାଇ ଅଭିରାମ । ତେଣୁ ସେ ତାଙ୍କର ଗୁଗୁଲ ପେ ଅମ୍ବର ୯୮୬୧୧ ୩୧୮୫୪ ଦେଇଥିବା ବେଳେ ଆକାଉଣ୍ଟ ନମ୍ବର ୦୬୧୪୦୧୦୦୬୫୪୪୭ ଦେଇଛନ୍ତି । ଯେଉଁଥିରେ ସ୍ବେଚ୍ଛାକୃତଭାବେ ଲୋକେ ତାଙ୍କୁ ସାହାଯ୍ୟ କରିବେ ବୋଲି ସେ କହିଛନ୍ତି । ଅର୍ଥର ସହାୟତା ସହ ଭଗବାନଙ୍କ ପାଖରେ ତାଙ୍କ ପାଇଁ ଆଶୀର୍ବାଦ କାମନା କରିବା ପାଇଁ ନିବେଦନ କରିବାକୁ ତାଙ୍କ ଭାଇ କହିଛନ୍ତି ।

ଏଠାରେ ପ୍ରକାଶଥାଉକି, ଜୟ ଜଗନ୍ନାଥ, ବାହୁଡ଼ିବେ ମୋ ଜଗାବଳିଆ, ଆଇ ଲଭ୍ ମାଇଁ ଇଣ୍ଡିଆ, ସାଥୀରେ, ପ୍ରେମ ପାଇଁ ମହାଭାରତ, କଥା ଦେଲି ମଥା ଛୁଇଁ, ଲଭ୍ ମାଷ୍ଟର, ଦୋସ୍ତି, ପ୍ରେମ ଋତୁ ଆସିଲାରେ, ହାତ ଧରି ଚାଲୁଥା, ରଙ୍ଗ ନମ୍ବର ଓ ଲଭ୍‌ ଏକ୍ସପ୍ରେସ୍‌ ଭଳି ଅନେକ ଓଡ଼ିଆ ସିନେମାରେ ପିଣ୍ଟୁ ନନ୍ଦ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଓଡ଼ିଆ ଆଲବମ୍ ଏ ଗଉରା ତାଙ୍କୁ ସର୍ବାଧିକ ଲୋକପ୍ରିୟ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.