ETV Bharat / state

ବାପପୁଅଙ୍କୁ ମାଡ଼ ଭିଡ଼ିଓ ଭାଇରଲ ଘଟଣା: ମାନସ ଦାସଙ୍କ ଗିରଫ ଦାବି କଲେ ପରିବାର

author img

By

Published : Aug 28, 2021, 3:37 PM IST

ଖୋର୍ଦ୍ଧା କଡ଼ବ ଗାଁରେ ବାପା, ପୁ୍ଅଙ୍କୁ ମାଡ଼ ମାରିବା ଘଟଣା । ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ବାପ ପୁଅଙ୍କୁ ମାଡ଼ ଭିଡ଼ିଓ ଭାଇରଲ ଘଟଣା: ମାନସ ଦାସଙ୍କ ଗିରଫ ଦାବି କଲେ ପରିବାର

ଖୋର୍ଦ୍ଧା: ଗତକାଲି(ଶୁକ୍ରବାର) ଦୁଇ ଆଦିବାସୀ ବାପ-ପୁଅଙ୍କୁ ମାଡ଼ ମରା ଭିଡ଼ିଓ ଭାଇରାଲ ଘଟଣା । ମାଗୁଣୀ ନାୟକଙ୍କ ପରିବାର ଓ ଗ୍ରାମବାସୀ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ସେପଟେ ଘଟଣାସ୍ଥଳରେ ଖୋର୍ଦ୍ଧା SP, SDPO, ବେଗୁନିଆ ଥାନା ଅଧିକାରୀ ପହଞ୍ଚି ମାଗୁଣୀଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିବା ଜଣାପଡ଼ିଛି ।

ଭିଡିଓ ଭାଇରାଲ ପରେ ଖବରକୁ ନେଇ ତୁମ୍ବିତୋଫାନ ହେବା ପରେ ବେଗୁନିଆ ପୋଲିସ ପଦକ୍ଷେପ ନେଇଛି । ଆଉ ମାଡ଼ ଖାଇ ଚୁପ ବସିଥିବା ମାଗୁଣୀ ଏବଂ ପୁଅଙ୍କୁ ସୁରକ୍ଷା ପ୍ରତିଶୃତି ମିଳିବା ପରେ ସେମାନେ ୯ ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି । ସେପଟେ ଆଜି ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି ,ଏସଡିପିଓ, ବେଗୁନିଆ ଥାନା ଅଧିକାରୀ ପହଞ୍ଚି ମାଗୁଣୀଙ୍କୁ ଥାନାକୁ ଆଣି ପଚରାଉଚରା କରୁଛନ୍ତି । ଗ୍ରାମବାସୀମାନେ ମଧ୍ୟ ମାଗୁଣୀଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି ।

୨୦୧୧ ମସିହା ଠାରୁ ବେଗୁନିଆ ଥାନା କଡ଼ବ ଗାଁର ମାଗୁଣୀ ମାନବବାଦ ସଂଗଠନରେ ସାମିଲ ହୋଇଥିଲେ । ଏହାପରେ ସଂଗଠନର ମୁଖ୍ୟ ମାନସ ଦାସଙ୍କ ନେତୃତ୍ବରେ ବିଭିନ୍ନ ସଭା ସମିତି ଯୋଗ ଦେଇ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ମଧ୍ୟ ଏହି ସଂଗଠନରେ ମିଶିବାକୁ ବାଧ୍ୟ କରୁଥିଲେ । ଗତ ଅଗଷ୍ଟ ଦୁଇ ତାରିଖରେ ମୃତ୍ୟୁବରଣ କରିଥିବା ଅଭିମାନପୁର ଗାଁର ସତ୍ୟବ୍ରତ ନାୟକଙ୍କ ମଧ୍ୟ ସଂଗଠନରେ ମିଶାଇଥିଲେ ମାଗୁଣି ନାୟକ । ତେବେ ସେ ସଂଗଠନ ପାଇଁ କାମ ବନ୍ଦ କରି ଦେବା ହେତୁ ଏପରି ମାଡ ହୋଇଥିବା ମାଗୁଣୀ କହିଛନ୍ତି । ଅନ୍ୟପଟେ ସତ୍ୟବ୍ରତ ନାୟକଙ୍କ ମୃତ୍ୟୁ ମାମଲାରେ ପୋଲିସ ଛଅ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ଦୁଇ ଜଣ ଏଯାଏଁ ଫେରାର ଅଛନ୍ତି ।

ତେବେ ସୂଚନା ଥାଉ କି ଗତ କିଛି ଦିନ ପୂର୍ବରୁ ବେଗୁନିଆ ଥାନା ଅଞ୍ଚଳର କଡବ ଗାଁର ମାଗୁଣି ନାୟକ ଓ ତାଙ୍କ ପୁଅକୁ ମାନବବାଦ ସଂଗଠନର କର୍ମକର୍ତ୍ତା ଘରୁ ଡାକିନେଇ ଗୋଟିଏ ଘରେ ରଖି ନିର୍ଧୁମ ମାଡ ମାରିଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ସଙ୍ଗଠନ କର୍ମକର୍ତ୍ତାଙ୍କ ଭୟରେ ମାଗୁଣି କି ତାଙ୍କ ପୁଅ ଥାନାରେ ଅଭିଯୋଗ କରିନଥିଲେ ।

ଘଟଣା ପଛରେ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ହାତ ଥିବା ନେଇ ଚର୍ଚ୍ଚା ହେଉଛି । କେବଳ ସେତିକିରେ ଥମିନି ମାନବବାଦ ସଂଗଠନ ବର୍ବରତା । ଗତ ୨ ତାରିଖ ରାତିରେ ଅଭିମାନପୁର ଗାଁର ସତ୍ୟବ୍ରତ ନାୟକଙ୍କୁ ପୋଡ଼ି ସଂଗଠନ କର୍ମକର୍ତ୍ତା ହତ୍ୟା କରିଥିବା ମଧ୍ୟ ଅଭିଯୋଗ ଆସିଥିଲା । ଭିଡ଼ିଓଟି ଭାଇରାଲ ହେବା ପରେ ବେଗୁନିଆ ପୋଲିସ ପଦକ୍ଷେପ ନେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.