ETV Bharat / state

ମା' ରାମଚଣ୍ଡିଙ୍କ ଛତ୍ରୀ ଯାତ୍ରା , ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ - ଦଶହରା ପର୍ବ ଅବସରେ ଛତ୍ରୀ ଯାତ୍ରା

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ବାଙ୍କୋଇ ଗ୍ରାମରେ ମା’ରାମଚଣ୍ଡୀଙ୍କ ଦଶହରା ପର୍ବ ଅବସରେ ଛତ୍ରୀ ଯାତ୍ରା ହୋଇଯାଇଛି । ଅଧିକ ପଢନ୍ତୁ

ମା' ରାମଚଣ୍ଡିଙ୍କ ଛତ୍ରୀ ଯାତ୍ରା
ମା' ରାମଚଣ୍ଡିଙ୍କ ଛତ୍ରୀ ଯାତ୍ରା
author img

By ETV Bharat Odisha Team

Published : Oct 16, 2023, 9:17 AM IST

ମା' ରାମଚଣ୍ଡିଙ୍କ ଛତ୍ରୀ ଯାତ୍ରା

ଖୋର୍ଦ୍ଧା: ଖୋର୍ଦ୍ଧା ବାଙ୍କୋଇ ଗ୍ରାମରେ ଭିନ୍ନ ଏକ ପରମ୍ପରା ଛତ୍ରୀ ଯାତ୍ରା । ଗ୍ରାମରେ ପୂଜା ପାଉଥିବା ମା’ରାମଚଣ୍ଡୀଙ୍କ ଦଶହରା ପର୍ବ ଅବସରେ ଏହି ଛତ୍ରୀ ଯାତ୍ରା ପାରମ୍ପରିକ ଭାବେ ହୋଇ ଆସୁଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ବାଙ୍କୋଇ ଗ୍ରାମରେ କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି ଏହି ଛତ୍ରୀ ଯାତ୍ରା ।

ତେବେ ଦଶହରା ପୂଜା ପାଇଁ ଆଶ୍ବିନ ମାସ ଅମାବାସ୍ୟାଠାରୁ ଦଶହରା ପର୍ଯ୍ୟନ୍ତ ଗ୍ରାମର କଚେରୀବର ସ୍ଥିତ ଅସ୍ଥାନରେ ମା' ରାମଚଣ୍ଡୀ ଅବସ୍ଥାନ କରିଥାଆନ୍ତି । ଏଥିପାଇଁ ମାଆଙ୍କର ବିଜେ ପ୍ରତିମା ଏକ ଛତ୍ରୀ ଯାତ୍ରାରେ ମନ୍ଦିରଠାରୁ ଗ୍ରାମର କଚେରୀବର ସ୍ଥିତ ଆସ୍ଥାନ ବିଜେ କରିଥାନ୍ତି । ଏହି ଯାତ୍ରା ଅବସରେ ମାଆଙ୍କର ଦୁଇ ଭଉଣୀ ରୂପେ ଗ୍ରାମରେ ପୂଜା ପାଉଥିବା ମା ଫୁଲୁକାଶୂଣୀ ଓ ଜଟେଇଶୁଣୀ ମଧ୍ୟ ପ୍ରଥମେ କଚେରୀବର ସ୍ଥିତ ମାଆଙ୍କ ଆସ୍ଥାନ କୁ ବିଜେ କରିଥାନ୍ତି । ଛତ୍ରୀ ଯାତ୍ରାରେ ମାଆଙ୍କର ଅଶିଷ ପାଇବା ପାଇଁ ପିଲାମାନେ ଏକ ବାଉଁଶ ନିର୍ମିତ ଛତ୍ରୀ ଧରି ମାଆଙ୍କ ସାଥିରେ କଚେରୀ ପର୍ଯ୍ୟନ୍ତ ପଟୁଆରେ ଯାଇ ଛାତ୍ରୀ ଯାତ୍ରାର ମଜା ନେଇଥାଆନ୍ତି ।

ଏହି ଯାତ୍ରାରେ ପିଲାମାନେ ଏକ ବାଉଁଶ ନିର୍ମିତ ଛତ୍ରୀ ଧରିଥିବା ବେଳେ ଏହି ଛତ୍ରୀର ଚାରିପାର୍ଶ୍ୱରେ କଇଁ ଫୁଲ ଝୁଲୁଥାଏ । ଏଥିସହ ଛତ୍ରୀର ଅଗ୍ରଭାଗରେ ଏକ ନିଆଁ ହୁଳା ଜଳୁଥିବାର ଦୃଶ୍ୟ ଯାତ୍ରାକୁ ବେଶ ଆକର୍ଷଣୀୟ କରିଥାଏ । ମାଆ ରାମଚଣ୍ଡୀ ପିଲାମାନଙ୍କୁ ଅଧିକ ଭଲ ପାଉଥିବାର ବିଶ୍ୱାସ ଗ୍ରାମରେ ରହିଛି । ଏପରିକି ପିଲାମାନଙ୍କ ସହିତ ଡୁଡୁ ଖେଳିବାକୁ ମାଆ ଭଲ ପାଇଥାନ୍ତି । ତେଣୁ ଡୁଡୁ ଖେଳ ଅର୍ଥାତ ବର୍ତ୍ତମାନ କୁହାଯାଉଥିବା କବାଡି ଖେଳକୁ ମାଆ ଭଲ ପାଉଥିବାରୁ ମାଆଙ୍କ କଚେରୀବର ସ୍ଥିତ ଅସ୍ଥାନଠାରେ ଗ୍ରାମର ଯୁବକମାନଙ୍କ ପକ୍ଷରୁ ଆୟୋଜିତ ହୋଇ ଆସୁଛି ରାଜ୍ୟସ୍ତରୀୟ କବାଡି ଟୁର୍ଣ୍ଣାମେଣ୍ଟ ।

ଏହା ମଧ୍ୟ ପଢନ୍ତୁ- ଆଜିଠୁ ଆରମ୍ଭ ନବରାତ୍ରୀ ପୂଜା, ବୌଦ୍ଧରେ ମା' ଭୈରବୀଙ୍କ ପୀଠ ଚଳଚଞ୍ଚଳ

ଏହି ଟୁର୍ଣ୍ଣାମେଣ୍ଟର ନାମ ରହିଛି ମା” ରାମଚଣ୍ଡୀ କବାଡି ଟୁର୍ଣ୍ଣାମେଣ୍ଟ । ଚଳିତ ବର୍ଷ ମା' ଙ୍କର ଛତ୍ରୀ ଯାତ୍ରାରେ ବିଭିନ୍ନ ବାଣ ବାଦ୍ୟ ଏବଂ ନାଚ ସହିତ ଏକ ଆଟୋପ ପଟୁଆରେ ମା 'ମନ୍ଦିର ଠାରୁ ଗ୍ରାମ ପରିକ୍ରମା କରି କଚେରିବର ସ୍ଥିତ ଆସ୍ଥାନକୁ ବିଜେ କରିଛନ୍ତି । ଏହି ଅବସରେ କଚେରୀବର ସ୍ଥିତ ମାଙ୍କ ଆସ୍ଥାନ ନିକଟରେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ପ୍ରତିଦିନ ପରିବେଷିତ ହୋଇଥାଏ । ସେହିପରି ମା'ଙ୍କର ଦଶହରା ପୂଜା ପରେ ମା' ନିଜ ମନ୍ଦିରକୁ ବାହୁଡ଼ିଥାଆନ୍ତି । ତେବେ ମାଆଙ୍କ ଏହି ନିଆରା କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.