ETV Bharat / state

କୋରୋନା କଟକଣାରେ ଆରମ୍ଭ ହେଲା ମା' ଗଜଲକ୍ଷ୍ମୀଙ୍କ ପୂଜା

ଦଶହରା ଭଳି କୋରୋନା କଟକଣା ମଧ୍ୟରେ ଖୋର୍ଦ୍ଧାରେ ମା' ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

author img

By

Published : Oct 30, 2020, 7:05 PM IST

Updated : Oct 30, 2020, 7:24 PM IST

Maa Gajalaxmi puja started under corona guidelines
କୋରୋନା କଟକଣାରେ ଆରମ୍ଭ ହେଲା ମା' ଗଜଲକ୍ଷ୍ମୀଙ୍କ ପୂଜା

ଖୋର୍ଦ୍ଧା: ପବିତ୍ର ଗଜଲକ୍ଷ୍ମୀ ପୂଜାରେ ଧରାଧାମକୁ ଅବତରଣ କରିଛନ୍ତି ଧନଦାତ୍ରୀ ମା' ଗଜଲକ୍ଷ୍ମୀ । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦଶହରା ପୂଜା ଭଳି ମା' ଗଜଲକ୍ଷ୍ମୀଙ୍କ ପୂଜା ମଧ୍ୟ ନିରାଡମ୍ବରରେ ପାଳନ କରାଯିବ । କିନ୍ତୁ ପୂଜାକୁ ନେଇ ଉତ୍ସବ ମୁଖରେ ହୋଇପଡିଛି ଜିଲ୍ଲାର ବିଭିନ୍ନ ଅଞ୍ଚଳ ।

ପାର୍ବଣ ଋତୁରେ ଧରାପୃଷ୍ଠକୁ ବିଜେ କରିଛନ୍ତି ଧନଦାତ୍ରୀ ମା' ଗଜଲକ୍ଷ୍ମୀ । ପୂଜା ପାଇଁ ପୁର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସମସ୍ତେ ଉତ୍ସବ ମୁଖର ହୋଇପଡିଛନ୍ତି । ଜିଲ୍ଲାର ବେଗୁନିଆ, ବୋଲଗଡ଼, ଟାଙ୍ଗି, ଚିଲିକା, ବାଣପୁର ଆଦି ସ୍ଥାନମାନଙ୍କରେ ବେଶ୍‌ ଉତ୍ସାହର ସହ ମା'ଙ୍କୁ ପୂଜା କରାଯାଉଛି ।

କିନ୍ତୁ ପୂଜା ଉତ୍ସବରେ ମଧ୍ୟ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖାଯାଇଛି । କୋରୋନା କଟକଣା ମଧ୍ୟରେ ଦଶହରା ଭଳି ମା' ଗଜଲକ୍ଷ୍ମୀ ପୂଜାକୁ ମଧ୍ୟ ସମ୍ପନ୍ନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପୂଜା କମିଟି ମାନଙ୍କରେ କୋରୋନା କଟକଣାକୁ ପାଳନ କରି ପୂଜା କରାଯାଉଥିବା ଦେଖିବାକୁ ମିଳିଛି । କୋରୋନା ଲାଗି ଚଳିତ ବର୍ଷ ଦେଖିବାକୁ ମିଳୁନି ସୁଉଚ୍ଚ ତୋରଣ କି ରଙ୍ଗବେରଙ୍ଗ ଆଲୋକମାଳାର ସାଜସଜ୍ଜା । ସେହିପରି ବିନା ବାଦ୍ୟଯନ୍ତ୍ରରେ ମା'ଙ୍କ ପୂଜାର୍ଚ୍ଚନା ସମ୍ପନ୍ନ କରାଯାଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Oct 30, 2020, 7:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.