ଖୋର୍ଦ୍ଧା: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା' ଜଗତଜନନୀ । ମା' ଦୁର୍ଗାଙ୍କ ଆବାହନ ପାଇଁ ପୂରଠାରୁ ପଲ୍ଲୀ ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇ ଉଠିଛି। କୋରୋନା କଟକଣା ଯୋଗୁଁ ସବୁ ମଣ୍ଡପରେ ଖାଁ ଖାଁ ପରିସ୍ଥିତି ।
ଚଳିତବର୍ଷ ଖୋର୍ଦ୍ଧା ସହରର ୫ଟି ସ୍ଥାନରେ ମା’ଙ୍କର ମୃଣୟ ମୂର୍ତ୍ତି ପୂଜା ପାଉଛି। ମହାମାରୀ ସଂକ୍ରମଣ କୋରୋନା ଯୋଗୁଁ ଏଥର ପାର୍ବଣ ଉତ୍ସବ ଫିକା ପଡ଼ିଛି । କେବଳ ବିଧି ବଞ୍ଚାଇବା ପାଇଁ ପୀଠ ଓ ମଣ୍ଡପରେ ପୂଜା ଚାଲିଛି ବିନା ଭକ୍ତରେ । ବିଭିନ୍ନ ପୀଠରେ ମହାସପ୍ତମୀ, ଅଷ୍ଟମୀ ପୂଜା ବିନା ଭକ୍ତରେ କରାଯାଇଛି ।
ଷଷ୍ଠୀ ଅବସରରେ ବିଲ୍ୱବରଣ କରାଯାଇ ମାଆଙ୍କୁ ଆରାଧନା କରାଯାଇଛି । ହେଲେ କେବଳ କର୍ତ୍ତା, ପୂଜକ ଓ କିଛି କମିଟି ସଦସ୍ୟମାନେ କେବଳ ଯୋଗ ଦେଇଥିଲେ । ପୂଜାମଣ୍ଡପକୁ ସମ୍ପୂର୍ଣ୍ଣ ଆବଦ୍ଧ କରାଯାଇଛି । ଶ୍ରଦ୍ଧାଳୁଙ୍କୁ ଦେବୀ ଦର୍ଶନ ପାଇଁ ସଂପୂର୍ଣ୍ଣ ବାରଣ କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ